Odisha Covid19: ଆଜି ରାଜ୍ୟରେ ଆଉ ୨୧୨୮ ଜଣ କରୋନାରୁ ମୁକ୍ତ, ୧୫ ମୃତ

Share this:

ଭୁବନେଶ୍ଵର (ମହିମା ଲାଇଭ ବ୍ୟୁରୋ): ରାଜ୍ୟରେ ଆଜି ୨ ହଜାର ୧୨୮ ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୫୭ ହଜାର ୪୧ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୨୧୦ ଜଣ, କଟକରୁ ୧୪୦ ଜଣ, ଅନୁଗୋଳରୁ ୧୪୯ଜଣ, ବରଗଡ଼ରୁ ୬୦ ଜଣ, ଯାଜପୁରରୁ ୮୬ ଜଣ, ମୟୁରଭଞ୍ଜରୁ ୧୦୦ ଜଣ, ଭଦ୍ରକରୁ ୫୧ଜଣ, ବାଲେଶ୍ଵରରୁ ୧୦୪ ଜଣ, ଢେଙ୍କାନାଳରୁ ୨୪ ଜଣ, ପୁରୀରୁ ୮୦ ଜଣ, ଜଗତସିଂପୁରରୁ ୬୪ଜଣ, ରାୟଗଡାରୁ ୧୧ଜଣ, ଗଞ୍ଜାମରୁ ୧୬ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୫୭ଜଣ, ନୟାଗଡରୁ ୩୯ ଜଣ, ସୋନପୁରରୁ ୪୦  ଜଣ, ବଲାଙ୍ଗୀରରୁ ୬୦ ଜଣ, ସୁନ୍ଦରଗଡରୁ ୧୧୪ ଜଣ, ଝାରସୁଗୁଡାରୁ ୬୧ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୦୦ ଜଣ, କେନ୍ଦ୍ରାପଡା ୭୨ଜଣ, କୋରାପୁଟରୁ  ୩୧ ଜଣ, କେଉଁଝରରୁ ୪୯ଜଣ, କନ୍ଧମାଳରୁ ୩୦ଜଣ, ନୂଆପଡ଼ାରୁ ୯୯  ଜଣ, କଳାହାଣ୍ଡିରୁ ୬୮ଜଣ, ବୌଦ୍ଧରୁ ୩୧ଜଣ, ମାଲକାନଗିରି ଜିଲ୍ଲାରୁ ୬୩ ଜଣ, ଦେଓଗଡରୁ ୧୭ଜଣ, ରାୟଗଡାରୁ ୧୧ ଜଣ ଏବଂ ଷ୍ଟେଟ୍ ପୁଲରୁ ୯୩  ଜଣ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ଆଜି ଆଉ ୧୫ ଜଣ କରୋନା ଆକ୍ରାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନା ଜନିତ ମୃତ୍ୟୁସଂଖ୍ୟା ୧ହଜାର ୧୯୬କୁ ବୃଦ୍ଧି ପାଇଛି।

Also Read | Covid19 India Updates: ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୮୯ ପ୍ରତିଶତରୁ ଅଧିକ

Share this: