Odisha:ଖୁସି ଖବର,ଆଜି ରାଜ୍ୟରେ Covidରୁ ସୁସ୍ଥ ହେଲେ୧୧ହଜାର ୬୨୭ଜଣ

Share this:

ଭୁବନେଶ୍ଵର: ଆଜି ରାଜ୍ୟରୁ ଆଉ ୧୧ ହଜାର ୬୨୭ ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୫ ଲକ୍ଷ ୮୯ ହଜାର ୬୧୦କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୨୧୮୮  ଜଣ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡରୁ ୮୭୮ଜଣ, ଅନୁଗୋଳ ୭୦୬ଜଣ, ଝାରସୁଗୁଡାରୁ ୨୯୮ଜଣ, କଟକରୁ ୭୭୦ଜଣ,ପୁରୀରୁ ୩୮୬ଜଣ, ନୂଆପଡ଼ାରୁ ୨୦୧ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୬୭୮ଜଣ, ବରଗଡ଼ରୁ ୨୮୭ଜଣ, ବଲାଙ୍ଗୀରରୁ ୩୫୭ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୯୦ଜଣ, ବାଲେଶ୍ଵରରୁ ୩୪୦ଜଣ, ଗଞ୍ଜାମରୁ ୨୩୮ଜଣ, ଯାଜପୁରରୁ ୪୬୬ଜଣ, ମୟୁରଭଞ୍ଜରୁ ୩୪୭ଜଣ, କଳାହାଣ୍ଡିରୁ ୨୦୬ଜଣ, ନୟାଗଡରୁ ୨୬୧ଜଣ, ବୌଦ୍ଧରୁ ୨୨୭ଜଣ, ଜଗତସିଂପୁରରୁ୨୩୪ଜଣ , କେଉଁଝରରୁ ୧୬୬ଜଣ, ସୋନପୁରରୁ ୨୧୧ଜଣ, ରାୟଗଡାରୁ ୨୩୬ଜଣ, କେନ୍ଦ୍ରାପଡା ୧୩୬ଜଣ, କୋରାପୁଟରୁ ୧୬୫ଜଣ, ଗଜପତି ଜିଲ୍ଲାରୁ ୧୦୨ଜଣ, ମାଲକାନଗିରି ଜିଲ୍ଲାରୁ ୧୨୨ଜଣ, ଦେଓଗଡରୁ ୧୨୫ଜଣ, ଭଦ୍ରକ ଜିଲ୍ଲାରୁ ୪୧୨ଜଣ, ଢେଙ୍କାନାଳରୁ ୧୭୩ଜଣ, କନ୍ଧମାଳରୁ ୭୦ଜଣ, ଏବଂ ଷ୍ଟେଟ୍ ୩୫୧ଜଣ ସୁସ୍ଥ ହୋଇଛନ୍ତି।

Also Read | Corona:ରାଜ୍ୟରୁ ଆଜି ରେକର୍ଡ ସଂଖ୍ୟକ ୧୨ ହଜାର ୮୫୨ ସଂକ୍ରମିତ ଚିହ୍ନଟ

[amazon_auto_links id=”9932″]

Share this: