Corona Angul:ଆଜି ପୁଣି ୮୪୨ଜଣ ପଜିଟିଭ ଚିହ୍ନଟ, ସୁସ୍ଥ ୬୨୩ ଜଣ

Share this:

ଅନୁଗୁଳ: ଅନୁଗୁଳ (Angul) ଜିଲ୍ଲାରେ ଆଜି ପୁଣି ୮୪୨ଜଣ ନୂଆ କରୋନା ପଜିଟିଭ (Corona Virus) ଚିହ୍ନଟ ହୋଇଥିବାର ଜଣାପଡିଛି। ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୯ ହଜାର ୪୪୯ରେ ପହଞ୍ଚିଛି। ଲଗାତାର ଭାବେ ୪ ଦିନ ପାଇଁ ଜିଲ୍ଲାରେ ୮୦୦ରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲା ଏବେ ହଟସ୍ପଟ୍ ରେ ପରିଣତ ହୋଇଛି।

ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରେ ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୨୧୨ଜଣ (୧୧୦ ଜଣ ପୁରୁଷ ଓ ୧୦୨ ଜଣ ମହିଳା), ବଅଁରପାଳ ବ୍ଳକ୍ ଅଂଚଳରୁ ୧୫୪ଜଣ (୮୩ଜଣ ପୁରୁଷ ଓ ୭୧ଜଣ ମହିଳା), ତାଳଚେର ବ୍ଳକ୍‌ ଅଂଚଳରୁ ୯୩ ଜଣ (୫୫ଜଣ ପୁରୁଷ ଓ ୩୮ଜଣ ମହିଳା), ଅନୁଗୋଳ ବ୍ଲକ୍ ଅଂଚଳରୁ ୮୯ଜଣ (୪୭ଜଣ ପୁରୁଷ ଓ ୪୨ଜଣ ମହିଳା), କିଶୋରନଗର ବ୍ଳକ୍ ଅଂଚଳରୁ ୭୯ଜଣ (୪୯ଜଣ ପୁରୁଷ ଓ ୩୦ଜଣ ମହିଳା), କଣିହାଁ ବ୍ଳକ୍ ଅଂଚଳରୁ ୫୧ଜଣ (୩୨ଜଣ ପୁରୁଷ ଓ ୧୯ଜଣ ମହିଳା), ଅନୁଗୋଳ ପୌରାଞ୍ଚଳରୁ ୪୭ଜଣ (୨୯ଜଣ ପୁରୁଷ ଓ ୧୮ ଜଣ ମହିଳା), ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୪୩ଜଣ (୨୭ଜଣ ପୁରୁଷ ଓ ୧୬ଜଣ ମହିଳା), ପାଳଲହଡା ବ୍ଳକ୍ ଅଂଚଳରୁ ୩୫ଜଣ (୨୧ଜଣ ପୁରୁଷ ଓ ୧୪ଜଣ ମହିଳା), ତାଳଚେର ପୌରାଞ୍ଚଳରୁ ୨୬ଜଣ (୧୫ଜଣ ପୁରୁଷ ଓ ୧୧ଜଣ ମହିଳା) ଓ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୧୩ଜଣ (୯ଜଣ ପୁରୁଷ ଓ ୪ଜଣ ମହିଳା) ଅଛନ୍ତି।

ଆଜି ଚିହ୍ନଟ ହୋଇଥିବା ଲକ୍ଷଣଯୁକ୍ତ ଆକ୍ରାନ୍ତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡ ଓ ୧୧୬ ଜଣଙ୍କୁ  ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଙ୍କୁ ନିଜ ଘରେ Isolation ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି। ସେହିପରି ଆଜି ଅନୁଗୁଳ ଜିଲ୍ଲାରୁ ୬୨୩ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୭୨ ଜଣ କରୋନାରେ ମୃତ୍ୟୁବରଣ କଲେଣି।

Also Read | Covid Test Report: ଏଥର କୋଭିଡ ଟେଷ୍ଟ ରିପୋର୍ଟ ମିଳିବ ୱେବସାଇଟରେ

[amazon_auto_links id=”9939″]
Share this: