Covid Test Report: ଏଥର କୋଭିଡ ଟେଷ୍ଟ ରିପୋର୍ଟ ମିଳିବ ୱେବସାଇଟରେ

Share this:

ଭୁବନେଶ୍ଵର: ବର୍ତ୍ତମାନ ଜନସାଧାରଣ କୋଭିଡ-୧୯ (Covid-19) ଟେଷ୍ଟ ରିପୋର୍ଟ ସୁବିଧାରେ ପାଇବା ପାଇଁ ଓଡ଼ିଶା ସରକାର ଏକ ୱେବସାଇଟ୍ ଲୋକାର୍ପିତ କରିଛନ୍ତି। କୋଭିଡ-୧୯ ପରୀକ୍ଷା ଆରଟି-ପିସିଆର (RT-PCR)ଓ ରାପିଡ୍ ଆଣ୍ଟିଜେନ୍ (Rapid Antigen) ପରୀକ୍ଷା ପାଇଁ ନମୁନା ଦେଇଥିବା ବ୍ୟକ୍ତି ଏହି ୱେବସାଇଟରେ ନିଜର ପଞ୍ଜିକୃତ ମୋବାଇଲ୍ ନମ୍ବର (Mobile Number) କିମ୍ବା ଏସଆରଏଫ ଆଇଡି (SRF ID) ଇନପୁଟ କରି ନିଜର ନମୁନା ପରୀକ୍ଷା ଫଳାଫଳ ଜାଣିପାରିବେ। ଏହାକୁ ମଧ୍ୟ ଡାଉନଲୋଡ୍ କରିପାରିବେ। ସ୍ୱାସ୍ଥ୍ୟ ବିଭାଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ମିଳିତ ବ୍ୟବସ୍ଥା ଦ୍ୱାରା ଏହାକୁ ଡେଭଲପ କରାଯାଇଛି।  

ଏହି ଡିଜିଟାଲ୍ ପରୀକ୍ଷା ରିପୋର୍ଟରେ ନମୁନା ପରୀକ୍ଷା କରିଥିବା ବ୍ୟକ୍ତିଙ୍କ ସମସ୍ତ ବିବରଣୀ ରହିବ। ଏଥିସହ ଏହି ରିପୋର୍ଟରେ ଥିବା କ୍ୟୁଆର କୋଡ୍ ଯୋଗେ ପ୍ରାଧିକୃତ ସଂସ୍ଥା ଯେକୌଣସି ସମୟରେ ରିପୋର୍ଟର ସତ୍ୟାସତ୍ୟ ଯାଞ୍ଚ କରିପାରିବେ। ବ୍ୟବହାରକାରୀଙ୍କ ଗୋପନୀୟତା ସୁନିଶ୍ଚିତ କରିବା ପାଇଁ ଓଟିପି ଦ୍ୱାରା ପଞ୍ଜିକୃତ ହୋଇଥିବା ମୋବାଇଲ ନମ୍ବରକୁ ରିପୋର୍ଟ ପଠାଯିବାର ବ୍ୟବସ୍ଥା ହୋଇଛି। ଜନସାଧାରଣ ଏହି ଲିଙ୍କରେ ନିଜର ନମୁନା ପରୀକ୍ଷା ଫଳାଫଳ ଉପରେ ସୂଚନା ପାଇପାରିବେ। https://covid19regd.odisha.gov.in/SamplCollectionDetails.aspx

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ‘ମହାମାରୀ ବିରୋଧ ଲଢ଼େଇରେ ଟେକ୍ନୋଲୋଜି ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ପାଲଟିଛି। ଏହି ଅଭିନବ ବ୍ୟବସ୍ଥା ରିପୋର୍ଟ ସଂଗ୍ରହ ପ୍ରକ୍ରିୟାକୁ ସହଜ କରିବା ଦ୍ୱାରା ଲୋକଙ୍କୁ ସୁବିଧାରେ କୋଭିଡ ରିପୋର୍ଟ ମିଳିବା ସହ ଏହି କଠିନ ସମୟରେ ଜନସାଧାରଣଙ୍କ ପାଇଁ ଯଥେଷ୍ଟ ଉପଯୋଗୀ ସାବ୍ୟସ୍ତ ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟବାସୀଙ୍କ ମୂଲ୍ୟବାନ ଜୀବନ ସୁରକ୍ଷିତ କରିବା ପାଇଁ ଓଡ଼ିଶା ସରକାର କୋଭିଡ ପରୀକ୍ଷାଠାରୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ ସମସ୍ତ ସେବା ମାଗଣାରେ ଯୋଗାଇ ଦେଉଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ‘ଆମେ କୋଭିଡ ପରୀକ୍ଷାକୁ ଆହୁରି ବ୍ୟାପକ କରିବା ପାଇଁ ବିଭିନ୍ନ ଜିଲ୍ଲାରେ ଆରଟି-ପିସିଆର ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରୁଛୁ। ଯେଉଁଠାରେ ଲୋକମାନଙ୍କୁ ପ୍ରତିଦିନ ସେବା ଯୋଗାଇ ଦିଆଯିବ।

Also Read | Cyclone Yaas Odisha:‘ୟାସ’୨୬ରେ କରିବ ଲ୍ୟାଣ୍ଡଫଲ, ୧୮୫ କିମି ରହିବ ପବନର ବେଗ

[amazon_auto_links id=”9939″]

Share this: