Corona:ରାଜ୍ୟରୁ ଆଜି ରେକର୍ଡ ସଂଖ୍ୟକ ୧୨ ହଜାର ୮୫୨ ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: ଓଡ଼ିଶା (Odisha) ରେ କରୋନା (Corona Virus) କମିବାର ନାଁ ଧରୁନି। ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୧୨ ହଜାର ୮୫୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୭୧୯୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୫୬୫୭ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୧୯୦୯ ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୮୭୪ଜଣ, ବାଲେଶ୍ଵରରୁ ୫୦୮ଜଣ, ବରଗଡ଼ରୁ ୪୬୧ଜଣ, ଭଦ୍ରକରୁ ୧୫୧ଜଣ, ବଲାଙ୍ଗୀରିରୁ ୨୭୪ଜଣ, ବୌଦ୍ଧରୁ ୩୪୭ଜଣ, କଟକରୁ ୧୦୭୩ଜଣ, ଦେଓଗଡ଼ରୁ ୧୦୫ଜଣ, ଢେଙ୍କାନାଳରୁ ୪୮୨ଜଣ, ଗଜପତିରୁ ୭୭ଜଣ, ଗଞ୍ଜାମରୁ ୩୪୦ଜଣ, ଜଗତସିଂପୁରରୁ ୩୦୦ଜଣ, ଯାଜପୁରରୁ ୩୩୭ଜଣ, ଝାରସୁଗୁଡାରୁ ୩୯୯ଜଣ, କଳାହାଣ୍ଡିରୁ ୬୬୮ଜଣ, କନ୍ଧମାଳରୁ ୧୦୪ଜଣ, କେଉଁଝରରୁ ୧୮୦ଜଣ,କୋରାପୁଟରୁ ୨୭୨ଜଣ, କେନ୍ଦ୍ରାପଡ଼ାରୁ ୨୮୫ଜଣ, ମୟୁରଭଞ୍ଜରୁ ୫୮୬ଜଣ, ମାଲକାନଗିରିରୁ ୧୧୪ଜଣ, ନବରଙ୍ଗପୁରରୁ ୩୪୪ଜଣ, ନୟାଗଡ଼ରୁ ୩୩୧ଜଣ, ନୂଆପଡ଼ାରୁ ୭୦ଜଣ, ପୁରୀରୁ ୪୭୨ଜଣ, ରାୟଗଡାରୁ ୧୯୮ଜଣ, ସମ୍ବଲପୁରରୁ ୩୫୫ଜଣ, ସୋନପୁରରୁ ୫୫ଜଣ, ସୁନ୍ଦରଗଡରୁ ୮୪୮ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୩୩୩ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୧୩ ଲକ୍ଷ ୮ହଜାର ୫୬୪ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୬ ଲକ୍ଷ ୯୨ ହଜାର ୩୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୦ ହଜାର ୬୦୧ ସୁସ୍ଥ ହେବା ସହିତ ମୋଟ ୫ ଲକ୍ଷ ୭୭ ହଜାର ୯୮୩ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ଲକ୍ଷ ୧୧ ହଜାର ୮୬୨ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Covid Test Report: ଏଥର କୋଭିଡ ଟେଷ୍ଟ ରିପୋର୍ଟ ମିଳିବ ୱେବସାଇଟରେ

[amazon_auto_links id=”9932″]

Share this: