SBI:ସାବଧାନ!ବ୍ୟାଙ୍କରେ ବାଲାନ୍ସ ନଥିବା ବେଳେ ATM ଟ୍ରାଞ୍ଜକସନ ଫେଲ ହେଲେ ଦେବେ ଜୋରିମାନା

Share this:

ଭୂବନେଶ୍ଵର: ଯଦି ଆପଣଙ୍କର ଆକାଉଣ୍ଟ୍ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ସହିତ ଅଛି ଏବଂ ଆପଣ ଟଙ୍କା କଟିବା ପାଇଁ ଏକ ବାର୍ତ୍ତା ମଧ୍ୟ ପାଇଛନ୍ତି, ତେବେ ଏହି ଖବର କେବଳ ଆପଣଙ୍କ ପାଇଁ। ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗ୍ରାହକଙ୍କ ପାଇଁ ଏହି ଖବର ଗୁରୁତ୍ୱପୂର୍ଣ୍ଣ। ବ୍ୟାଙ୍କରେ ବାଲାନ୍ସ ଅଭାବ (Insufficient Balance) ହେତୁ ଯଦି ଆପଣଙ୍କର କାରବାର ଏଟିଏମ ରେ ବିଫଳ (Failed transaction) ହୁଏ, ତେବେ ଆପଣଙ୍କୁ ଏଥିପାଇଁ ଜୋରିମାନା (fine) ଦେବାକୁ ପଡିବ। ଏହି ଅଭାବ ପାଇଁ ଷ୍ଟେଟ ବ୍ୟାଙ୍କ ବର୍ତ୍ତମାନ ଆପଣଙ୍କ ଉପରେ ଦଣ୍ଡବିଧାନ କରିବ। ବ୍ୟାଙ୍କ ଅନୁଯାୟୀ, ଯଦି ଆପଣଙ୍କର ବାଲାନ୍ସ ନାହିଁ, ତେବେ ଆପଣଙ୍କୁ ଫେଲ କାରବାର ପାଇଁ ୨୦ ଟଙ୍କା ଜୋରିମାନା ଦେବାକୁ ପଡିବ। ଏହା ସହିତ ଆପଣଙ୍କୁ ଜିଏସ୍ଟି (GST) ମଧ୍ୟ ଦେବାକ ପଡିବ। ତେବେ, ଏହି ଦଣ୍ଡକୁ ଏଡାଇବା ପାଇଁ ଗ୍ରାହକଙ୍କୁ ମିସ୍ କଲ ଏବଂ SMS ମାଧ୍ୟମରେ ସଞ୍ଚୟ ଆକାଉଣ୍ଟରେ ଥିବା ବାଲାନ୍ସ ଯାଞ୍ଚ କରିବାକୁ SBI ଆପଣଙ୍କୁ ସୁବିଧା ପ୍ରଦାନ କରିଛି। ପଇସା ଉଠେଇବା ପୂର୍ବରୁ ପ୍ରଥମେ ବାଲାନ୍ସ ଚେକ କରନ୍ତୁ। ଏଟିଏମରୁ ଆସିବା ପୂର୍ବରୁ ସର୍ବଦା ଆପଣ ବାଲାନ୍ସ ଯାଞ୍ଚ କରିବା ଭଲ।

ସେହିପରି ଆଜିକାଲି ପ୍ରାୟ ୧୪୭.୫୦ଟଙ୍କା କାଟିବା ପାଇଁ ଏସବିଆଇ ଆକାଉଣ୍ଟରୁ ଗ୍ରାହକଙ୍କ ପାଖକୁ ଏସଏମଏସ କରାଯାଉଛି। ଲୋକମାନେ ମଧ୍ୟ ଏହି ବାର୍ତ୍ତା ସହିତ ବ୍ୟାଙ୍କ ଶାଖାରେ ପହଞ୍ଚୁଛନ୍ତି। ଯଦି ଏହା ମଧ୍ୟ ଆପଣଙ୍କ ସହିତ ଘଟିଛି, ତେବେ ଆପଣ ଭୟଭୀତ ହେବାର ଆବଶ୍ୟକତା ନାହିଁ।

ବ୍ୟାଙ୍କ ନିଜେ ଲୋକଙ୍କୁ ଏ ବିଷୟରେ ସୂଚନା ଦେଇଛି। ବ୍ୟାଙ୍କ ଅନୁଯାୟୀ, ଏହି ଟଙ୍କା ଏସବିଆଇ ଦ୍ୱାରା ଡେବିଟ୍ (Debit) କରାଯାଉଛି। ବ୍ୟାଙ୍କ ଏଟିଏମ୍ ଅର୍ଥାତ୍ ଡେବିଟ୍ କାର୍ଡ (Debit card) ପାଇଁ ରକ୍ଷଣାବେକ୍ଷଣ ଚାର୍ଜ କଟାଇଥାଏ। ପ୍ରତିବର୍ଷ ବ୍ୟାଙ୍କ ତରଫରୁ ଗ୍ରାହକଙ୍କ ଆକାଉଣ୍ଟରୁ ଏହି ଚାର୍ଜ କଟାଯାଇଥାଏ। ବ୍ୟାଙ୍କ ନିଜେ ଟ୍ୱିଟର ହ୍ୟାଣ୍ଡେଲରେ ଏହି ବିଷୟରେ ସୂଚନା ଦେଇଛି ଏବଂ କହିଛି ଯେ ବ୍ୟାଙ୍କ ତରଫରୁ ଚାର୍ଜ ଭାବରେ ୧୪୭.୫୦ଟଙ୍କା କଟାଯାଇଛି।

SBI ମେଟ୍ରୋ ସହରଗୁଡିକରେ ୮ ଟି ମାଗଣା କାରବାରକୁ ଏହାର ନିୟମିତ ସଞ୍ଚୟ ଆକାଉଣ୍ଟ ଧାରକମାନଙ୍କୁ ଏକ ମାସ ମଧ୍ୟରେ ଅନୁମତି ଦିଏ।ଏଥିମଧ୍ୟରେ ୫ ଟି ଏସବିଆଇ ଏଟିଏମ ଏବଂ ଅନ୍ୟ କୌଣସି ବ୍ୟାଙ୍କର ୩ଟି ଏଟିଏମରୁ ମାଗଣା କାରବାର ଅନ୍ତର୍ଭୁକ୍ତ। ଅଣ ମେଟ୍ରୋ ସହରଗୁଡିକରୁ ୧୦ଟି ମାଗଣା ଏଟିଏମ୍ କାରବାର, ଯେଉଁଥିରେ ୫ଟି କାରବାର ଏସବିଆଇରୁ ହୋଇଥିବାବେଳେ ୫ଟି ଅନ୍ୟ ବ୍ୟାଙ୍କର ଏଟିଏମରୁ କରାଯାଇପାରିବ।

Also Read | ଓଡିଆ ଆଇପିଏସ୍ ଅଧିକାରୀ ଲୋକନାଥ ବେହେରା ହୋଇପାରନ୍ତି CBI ନିର୍ଦ୍ଦେଶକ,ଅଛନ୍ତି ଚର୍ଚ୍ଚାରେ

[amazon_auto_links id=”10233″]

Share this:

Leave a Reply

Your email address will not be published. Required fields are marked *