Cyclone Yaas: ବାତ୍ୟା ‘ୟାସ୍’ ପାରାଦ୍ୱୀପ ଓ ସାଗର ଦ୍ୱୀପ ମଧ୍ୟରେ କରିବ ଲ୍ୟାଣ୍ଡଫଲ,ଆସନ୍ତା କାଲିଠୁ ବର୍ଷା

Share this:

ଭୂବନେଶ୍ଵର: ମାଡି ଆସୁଛି ବାତ୍ୟା ୟାସ୍ (Cyclone Yaas)। ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର (Low Pressure) ଅବପାତର ରୂପ ନେଇଛି। ଆସନ୍ତାକାଲି ସୁଦ୍ଧା ଏହା ବାତ୍ୟାର ରୂପ ନେବ ଏବଂ ପରେ ଭୟଙ୍କର ବାତ୍ୟାର ରୂପ ନେଇ ଆସନ୍ତା ୨୬ ତାରିଖ ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ। ଏହା ପାରାଦ୍ୱୀପ (Paradeep) ଓ ସାଗର ଦ୍ୱୀପ (Sagar Island) ମଧ୍ୟରେ ଲ୍ୟାଣ୍ଡଫଲ (Landfall) କରିବା ନେଇ ଭାରତୀୟ ପାଣିପାଗ ବିଭାଗ (IMD) ର ମହାନିର୍ଦ୍ଦେଶ ମୃତ୍ୟୁଞ୍ଜୟ ମହାପାତ୍ର ଆଜି ସୂଚନା ଦେଇଛନ୍ତି। ୟାସ୍‍ ବାତ୍ୟାର ରୂ ନେବାପରେ ଘଣ୍ଟାପ୍ରତି ୧୫୫ ରୁ୧୬୫ କିଲୋମିଟର ବେଗରେ ପବନ ବହିବା ସହ ସ୍ଥଳବିଶେଷରେ ଏହାର ବେଗ ୧୮୫ କିଲୋମିଟରକୁ ବୃଦ୍ଧି ପାଇବ। ବାତ୍ୟା ପ୍ରଭାବରେ କେତେକ ସ୍ଥାନରେ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ବାତ୍ୟା ସ୍ଥଳଭାଗ ଛୁଇଁବାର ୬ ଘଣ୍ଟା ପୂର୍ବରୁ ଓ ୬ ଘଣ୍ଟା ମଧ୍ୟରେ ଅଧିକ କ୍ଷୟକ୍ଷତି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବଡ଼ବଡ଼ ଗଛ, ବିଦ୍ୟୁତ୍‍ଖୁଣ୍ଟ ଭାଙ୍ଗିବା ସହ ଟିଣ ଏବଂ ଆଜବେଷ୍ଟସ୍‍ ଘର କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି।

ଆଇଏମଡି ମହାନିର୍ଦ୍ଦେଶକ ଶ୍ରୀ ମହାପାତ୍ର ରବିବାର କହିଛନ୍ତି ଯେ ପୂର୍ବ-ବାଙ୍ଗାଲ ଉପକୂଳରେ ଏକ ନିମ୍ନ ଚାପ ଅଞ୍ଚଳ ସୃଷ୍ଟି ହେବା ଆରମ୍ଭ କରିଛି।  ଏହା ବାଲେଶ୍ଵର ଏବଂ ଦିଗା ଠାରୁ ପ୍ରାୟ ୭୦୦ କିଲୋମିଟର ଦୂରରେ ଅବସ୍ଥିତ। ଆଶା କରାଯାଏ ଯେ ଏହାର ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ଏବଂ ସାଇକ୍ଲୋନିକ୍ ଝଡ଼ରେ ପରିଣତ ହେବ। ଏହା ଆସନ୍ତା ୨୪ ତାରିଖ ସକାଳେ ଅଧିକ ତୀବ୍ର ହେବ।

ପାଣିପାଗ ବିଭାଗ ଅନୁଯାୟୀ ଏହା ଏକ ବାତ୍ୟାରେ ପରିଣତ ହୋଇ ତୀବ୍ର ହେବ ଏବଂ ପାରାଦୀପ ଏବଂ ସାଗର ଦ୍ୱୀପ ମଧ୍ୟରେ ୧୮୫ କିଲୋମିଟର ବେଗରେ ପବନ ବେଗ ସହିତ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ। ଏହା ଅତ୍ୟଧିକ କ୍ଷତିକାରକ ପବନର ବେଗ, ଆପଣ ଏହାକୁ ପୂର୍ବ ସାଇକ୍ଲୋନନ୍ ତଉକତେ ଏବଂ ଆମ୍ଫାନ୍ ସହିତ ହୋଇଥିବା କ୍ଷତି ସହିତ ତୁଳନା କରିପାରିବେ।

ସେହିପରି କଚ୍ଚା ଘର ପାଇଁ ମଧ୍ୟ ବିପଦ ରହିଛି। ତେଣୁ ଏହି ସବୁ ଘରେ ରହୁଥିବା ଲୋକଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି। ଆସନ୍ତାକାଲିଠାରୁ ଉତ୍ତର ଓଡ଼ିଶାରେ ବର୍ଷା ଆରମ୍ଭ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷକରି ଜଗତ୍‍ସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବ।

ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା

ସମ୍ଭାବ୍ୟ ବାତ୍ୟା ୟାସ୍‍ର ମୁକାବିଲା ନେଇ ପ୍ରସ୍ତୁତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ବିଭିନ୍ନ ମନ୍ତ୍ରଣାଳୟ ଓ ଏଜେନ୍ସିର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କ ସହ ସମନ୍ୱୟ ରକ୍ଷାକରି ଲୋକଙ୍କୁ ସ୍ଥାନାନ୍ତର ଏବଂ ଅଧିକ ବି ଦପୂର୍ଣ୍ଣ ଅଞ୍ଚଳପ୍ରତି ସଜାଗ ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମୁଦ୍ର କୂଳିଆ ଅଞ୍ଚଳରୁ ସ୍ଥାନାନ୍ତର କରି ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ପରାମର୍ଶ ଦେଇଛନ୍ତି।

ଉତ୍ତର ଓଡ଼ିଶା ଏବଂ ପଶ୍ଚିମ ବଙ୍ଗ ଉପକୂଳରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ଗତକାଲି ସ୍ୱରାଷ୍ଟ୍ର ସଚିବ ରାଜୀବ ଗୌବା ଅଧ୍ୟକ୍ଷତାରେ ଉପକୂଳବର୍ତ୍ତୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ମୁଖ୍ୟ ଶାସନ ସଚିବଙ୍କ ସହ ଜାତୀୟବିପର୍ଯ୍ୟୟ ପରିଚାଳନା କମିଟିର ବୈଠକ ହୋଇଥିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦିନରାତି ପ୍ରଭାବିତ ହେବାକୁ ଥିବା ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ବିଭିନ୍ନ ମନ୍ତ୍ରଣାଳୟ ଓ ଏଜେନ୍ସି ସହ ଯୋଗାଯୋଗରେ ରହିଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ଆଗୁଆ ପ୍ରଥମ କିସ୍ତି ଅର୍ଥ ପ୍ରଭାବିତ ହେବାକୁ ଥିବା ରାଜ୍ୟଗୁଡ଼ିକୁ ପ୍ରଦାନ କରିଛି। ଏନ୍‍ଡିଆରଫ୍‍ର ୪୬ଟି ଟିମ୍‍କୁ ବୋଟ୍‍, ଗଛକଟା ଯନ୍ତ୍ର, ଟେଲିକମ୍‍ ସରଞ୍ଜାମ ଆଦି ସହିତ ୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଯାଇଛି।

ସେହିପରି, ଅତିରିକ୍ତ ୧୩ଟି ଦଳକୁ ଆଜି ବିଭିନ୍ନ ସ୍ଥାନକୁ ପଠାଯାଉଛି। ଅନ୍ୟ ୧୦ଟି ଦଳକୁ ପଠାଇବା ପାଇଁ ସଜାଗ ରଖାଯାଇଛି। ତଟସୁରକ୍ଷା ବାହିନୀ, ନୌବାହିନୀର ଜାହଜ ମୁତୟନ କରାଯିବା ସହ ହେଲିକ୍ୟାପ୍ଟର ଗୁଡ଼ିକୁ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି। ପଶ୍ଚିମ ଉପକୂଳରେ ୭ଟି ଜାହାଜ ମାନବିକ ସହାୟତା ଓ ବିପର୍ଯ୍ୟୟ ମୁକାବିଲା ସାମଗ୍ରୀ ସହିତ ସଜାଗ ହୋଇ ରହିଛନ୍ତି।

ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସମୀକ୍ଷା

ସମ୍ଭାବ୍ୟ ବାତ୍ୟା ୟାସ୍‍ର ମୁକାବିଲା ନେଇ ଆଜି ବାଲେଶ୍ୱର ଜିଲ୍ଳା ଗସ୍ତ କରି ସେଠାରେ ପ୍ରଶାସନ ପକ୍ଷରୁ କି କି ପ୍ରକାର ଆଗୁଆ ପଦକ୍ଷେପ ନିଆଯାଇଛି ସେ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ତାହାର ସମୀକ୍ଷା କରିଛନ୍ତି। ଏହା ସହ ଶ୍ରୀ ଜେନା ଭିଡିଓ କନଫରେନ୍ସିଂ ମାଧ୍ୟମରେ ପାଖ ଜିଲ୍ଲାର ବିଡିଓ ଓ ତହସିଲଦାରମାନଙ୍କ ସହ ଆଲୋଚନା କରିଛନ୍ତି। ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଜେନା କହିଛନ୍ତି, ପରିସ୍ଥିତିର ମୁକାବିଲା ପାଇଁ ୭ଟି ଏନ୍‍ଡିଆରଏଫ, ୪ଟି ଓଡ୍ରାଫ ଓ ୯ଟି ଅଗ୍ନିଶମ ଦଳକୁ ସଜାଗ ରଖାଯାଇଛି। ବାତ୍ୟା ସମୟରେ ଘରୁ ନ ବାହାରିବାକୁ ସେ ପରାମର୍ଶ ଦେଇଛନ୍ତି।

ସେହିପରି ଜଗତ୍‍ସିଂହପୁର ଜିଲ୍ଲାପ୍ରଶାସନ ପକ୍ଷରୁ ୪୨ଟି ବାତ୍ୟା ଆଶ୍ରୟସ୍ଥଳ ଓ ୧୮୧ଟି ବିକଳ୍ପ ଆଶ୍ରୟସ୍ଥଳ ଚିହ୍ନଟ କରାଯାଇ ଲୋକଙ୍କୁ ସ୍ଥାନାନ୍ତର କରିବା ନିମନ୍ତେ ପ୍ରସ୍ତୁତ କରାଯାଇଛି। ପ୍ରତି ବ୍ଲକରେ ଚାଉଳ ଚୂଡା ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ମହଜୁଦ କରି ରଖାଯାଇଛି। ଏକ ୨୦ଜଣିଆ ଓଡ୍ରାଫ ଟିମ୍‍ ପାରାଦ୍ୱୀପରେ ପହଞ୍ଚିଛନ୍ତି। ରାଜ୍ୟ ଅଗ୍ନିଶମ ଓ ହୋମ୍‍ଗାର୍ଡ ମହାନିର୍ଦ୍ଦେଶକ ଏମ୍‍ ଅକ୍ଷୟ ପାରାଦ୍ୱୀପ ଗସ୍ତକରି ବାତ୍ୟା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

କଟକ ମୁଣ୍ଡୁଳିଠାରେ ଥିବା ଏନଡିଆରଏଫର ତୃତୀୟ ବାଟାଲିୟନ୍‍ରୁ ୧୮ଟି ଦଳ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପଠାଯାଇଥିଲା। ଆଜି ଆଉ ୧୮ଟି ଏନ୍‍ଡିଆରଏଫ ଦଳ ମୁଣ୍ଡୁଳିରୁ ବିଭିନ୍ନ ଜିଲ୍ଲାକୁ ଗସ୍ତ କରିଛନ୍ତି। ବାଲେଶ୍ୱରକୁ ୭ଟି, ଭଦ୍ରକକୁ ୪ଟି, କେନ୍ଦ୍ରପଡ଼ାକୁ ୩ଟି, ଜଗତ୍‍ସିଂହପୁର ଓ ଗଞ୍ଜାମକୁ ଗୋଟିଏ ଲେଖାଏଁ ଟିମ୍‍ ପଠାଯାଇଛି। ଜରୁରୀ ପରିସ୍ଥିତି ପାଇଁ ଆଉ ୪ଟି ଦଳକୁ ସଜାଗ ରଖାଯାଇଛି। ଆବଶ୍ୟକ ପଡ଼ିଲେ ଏହି ଦଳ ଗୁଡ଼ିକୁ ପ୍ରଭାବିତ ସ୍ଥାନକୁ ପଠାଯିବ ବୋଲି ବାଟାଲିୟନ୍‍ର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଏନ୍‍ କେ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ଭାବ୍ୟ ବାତ୍ୟା ୟାସର ମୁକାବିଲା ଲାଗି ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ପ୍ରକାଶ କରିଛନ୍ତି। ବାତ୍ୟା ଯୋଗୁ ସମୁଦ୍ର ଏବଂ ଚିଲିକା କୂଳରେ ରହିଥିବା ୮୮ଟି ସୁନାମି ପ୍ରବଣ ଗ୍ରାମ ଅଧିକ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ସେସବୁ ଅଞ୍ଚଳର ଲୋକଙ୍କୁ ଉଦ୍ଧାର ଓ ରିଲିଫ୍‍ କାର୍ଯ୍ୟ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବା ଲାଗି ପ୍ରଶାସନ ପ୍ରସ୍ତୁତ ରହିଛି। ଏହାଛଡା ପୁରୀର ପେଣ୍ଠକଟା ଓ କୋଣାର୍କ ଚନ୍ଦ୍ରଭାଗା ମତ୍ସଜୀବୀ ବସ୍ତି ଲୋକଙ୍କୁ ସ୍ଥାନାନ୍ତର କରାଯିବା ଲାଗି ପ୍ରଶାସନ ସଜାଗ ରହିଛି। ୧୧ଟି ବ୍ଲକରେ ଥିବା ୧୮୭ଟି ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ପ୍ରସ୍ତୁତ କରି ରଖାଯାଇଛି। ଜିଲ୍ଲା ଓ ବ୍ଲକ ସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ, ରିଲିଫ୍‍ ପ୍ରଦାନ, ଶୁଖିଲା ଖାଦ୍ୟ ବିତରଣ, ପାନୀୟ ଜଳ, ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବା ଲାଗି ବ୍ୟବସ୍ଥା ହୋଇଛି। କୌଣସି ଅଧିକାରୀ ଜିଲ୍ଲା ଅଥବା ବ୍ଲକ ଛାଡି ନଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Also Read | ଓଡିଆ ଆଇପିଏସ୍ ଅଧିକାରୀ ଲୋକନାଥ ବେହେରା ହୋଇପାରନ୍ତି CBI ନିର୍ଦ୍ଦେଶକ,ଅଛନ୍ତି ଚର୍ଚ୍ଚାରେ

[amazon_auto_links id=”9932″]
Share this:

Leave a Reply

Your email address will not be published. Required fields are marked *