ଲଗାତାର ବର୍ଷାରେ ବଡ଼ ଭୂସ୍ଖଳନ:କେରଳର ଇଡୁକିରେ ୧୨ ମୃତ୍ୟୁ ଅନେକ ଆହତ

Share this:

ଇଡୁକି : କେରଳର ଇଡୁକି ଜିଲ୍ଲାରେ ଲଗାତାର ବର୍ଷା ହେବା ପରେ ଏକ ବଡ଼ ଧରଣର ଭୂସ୍ଖଳନରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬୦ ଜଣ ଫସି ରହିଥିବାର ଆଶଙ୍କା କରାଯାଉଛି। ଏହା ଚା ବଗିଚାରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ବସ୍ତିରେ ଭୂସ୍ଖଳନ ଘଟିଛି।

ଇଡୁକି ଜିଲ୍ଲା କଲେକ୍ଟର କହିଛନ୍ତି ଯେ ୧୦ ଜଣଙ୍କୁ ସ୍ଥାନାନ୍ତର କରାଯାଇ ଡାକ୍ତରଖାନା ନିଆଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ହେଉଛି। ରାଜ୍ୟ ରାଜସ୍ୱ ଅଧିକାରୀ କହିଛନ୍ତି ଯେ ଏହା ଏକ ବଡ ଦୁର୍ଘଟଣା। ଏହା ଏକ ପାହାଡ଼ିଆ ଅଞ୍ଚଳ ଏବଂ ପ୍ରବଳ ବର୍ଷାରେ ଅନେକ ରାସ୍ତା ଧୋଇ ହୋଇଯାଇଛି।  ଉଦ୍ଧାରକାର୍ଯ୍ୟକୁ ସହଜ କରିବା ପାଇଁ ବାୟୁସେନାର ସାହାଯ୍ୟ ଲେଡିଛନ୍ତି ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ। ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ଗତ ତିନି ଦିନ ହେଲା ଏହି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଏହି ଅଞ୍ଚଳରେ ବିଦ୍ୟୁତ୍ ଏବଂ ଯୋଗାଯୋଗ ସେବା ବ୍ୟାହତ ହୋଇଛି। ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଛି। ଏହି ଦୁର୍ଘଟଣା ଘଟିବା ସମୟରେ ଅନେକ ଲୋକ ଗଭୀର ନିଦ୍ରାରେ ଥିଲେ, ଯେଉଁଥିପାଇଁ ସେମାନେ ବାହାରକୁ ଯାଇପାରିନଥିଲେ। କୋଜିକୋଡେ, ୱାୟାନାଡ ଏବଂ ଇଡୁକି ଜିଲ୍ଲା ପାଇଁ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି। ଅନ୍ୟ ପାଞ୍ଚଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଅନେକ ନଦୀରେ ଜଳ ସ୍ତର ବହୁତ ବୃଦ୍ଧି ପାଇଛି।

ଜିଲ୍ଲାର ରାଜାମାଲା ଅଞ୍ଚଳରେ ଏହି ଭୂସ୍ଖଳନ ଘଟିଥିବା ବେଳେ ସେଠାରେ ପହଞ୍ଚିବା କଷ୍ଟକର ଥିବାରୁ ଉଦ୍ଧାରକାର୍ଯ୍ୟକୁ ସହଜ କରିବା ପାଇଁ ବାୟୁସେନାର ସାହାଯ୍ୟ ଲେଡିଛନ୍ତି ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ। ତେବେ ଜଙ୍ଗଲ ଅଧିକାରୀ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସେବା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିିଥିବା ଜଣା ପଡ଼ିଛି।

Share this: