Covid-19 Cases Odisha: ଓଡିଶାରୁ ଆଜି ୮୫୨୦ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର:ଆଜି ଓଡ଼ିଶାରେ (Odisha) କରୋନା (Covid-19) ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ୫୨୦ ରହିଛି। ଏଥିସହିତ ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୯୩୭ଜଣ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୪୯୪୧ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୫୭୯ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୬୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୧୪୨ଜଣ, ବାଲେଶ୍ଵରରୁ ୩୪୬ଜଣ, ବରଗଡ଼ରୁ ୧୪୧ଜଣ, ଭଦ୍ରକରୁ ୧୧୨ଜଣ, ବଲାଙ୍ଗୀରିରୁ ୨୧୭ଜଣ, ବୌଦରୁ ୮୬ଜଣ, କଟକରୁ ୭୮୯ଜଣ, ଦେଓଗଡ଼ରୁ ୭୫ଜଣ, ଢେଙ୍କାନାଳରୁ ୯୦ଜଣ, ଗଜପତିରୁ ୯୮ଜଣ, ଗଞ୍ଜାମରୁ ୮୮ଜଣ, ଜଗତସିଂପୁରରୁ ୧୬୫ଜଣ, ଯାଜପୁରରୁ ୨୫୩ଜଣ, ଝାରସୁଗୁଡାରୁ ୧୧୮ଜଣ, କଳାହାଣ୍ଡିରୁ ୨୨୬ଜଣ, କନ୍ଧମାଳରୁ ୧୦୦ଜଣ, କେନ୍ଦ୍ରାପଡ଼ାରୁ ୧୩୪ଜଣ, କେଉଁଝରରୁ ୧୨୬ଜଣ, କୋରପୁଟରୁ ୧୫୭ଜଣ, ମାଲକାନଗିରିରୁ ୫୮ଜଣ, ମୟୁରଭଞ୍ଜରୁ ୧୮୦ଜଣ, ନବରଙ୍ଗପୁରୁ ୧୬୨ଜଣ, ନୟାଗଡ଼ରୁ ୨୧୬ଜଣ, ନୂଆପଡ଼ାରୁ ୧୯୯ଜଣ, ପୁରୀରୁ ୧୪୯ଜଣ, ରାୟଗଡାରୁ ୧୮୭ଜଣ, ସମ୍ବଲପୁରରୁ ୧୨୭ଜଣ, ସୋନପୁରରୁ ୮୯ଜଣ, ସୁନ୍ଦରଗଡରୁ ୯୩୨ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୪୬୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୭୧ ଲକ୍ଷ ୩୧ହଜାର ୮୮୯ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୪ ହଜାର ୬୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୧ ହଜାର ୩୪୪ଜଣ ସୁସ୍ଥ ହେବା ସହିତ ମୋଟ ୧୧ ଲକ୍ଷ ୧୦ ହଜାର ୭୬୭ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୫ ହଜାର ୩୨୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this: