Covid-19 Cases Odisha: ରାଜ୍ୟରେ କମୁଛି କରୋନା ସଂକ୍ରମଣ, ଆଜି ୭୨୯୧ ଚିହ୍ନଟ

Share this:

ଭୁବନେଶ୍ଵର:ଦିନକୁ ଦିନ ଓଡ଼ିଶାରେ (Odisha) କରୋନା (Covid) ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ଆଜି ରାଜ୍ୟରୁ ୭ ହଜାର୨୯୧ରହିଛି। ଏଥିସହିତ ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୯୫୪ଜଣ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୪୨୨୬ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୦୬୫ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୦୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୧୮୩ଜଣ, ବାଲେଶ୍ଵରରୁ ୩୪୩ଜଣ, ବରଗଡ଼ରୁ ୧୩୦ଜଣ, ଭଦ୍ରକରୁ ୯୭ଜଣ, ବଲାଙ୍ଗୀରିରୁ ୨୧୮ଜଣ, ବୌଦରୁ ୫୫ଜଣ, କଟକରୁ ୫୬୧ଜଣ, ଦେଓଗଡ଼ରୁ ୬୨ଜଣ, ଢେଙ୍କାନାଳରୁ ୯୬ଜଣ, ଗଜପତିରୁ ୯୫ଜଣ, ଗଞ୍ଜାମରୁ ୫୦ଜଣ, ଜଗତସିଂପୁରରୁ ୧୨୧ଜଣ, ଯାଜପୁରରୁ ୨୦୩ଜଣ, ଝାରସୁଗୁଡାରୁ ୮୩ଜଣ, କଳାହାଣ୍ଡିରୁ ୧୭୩ଜଣ, କନ୍ଧମାଳରୁ ୯୮ଜଣ, କେନ୍ଦ୍ରାପଡ଼ାରୁ ୧୦୯ଜଣ, କେଉଁଝରରୁ ୧୩୨ଜଣ, କୋରପୁଟରୁ ୧୧୧ଜଣ, ମାଲକାନଗିରିରୁ ୫୭ଜଣ, ମୟୁରଭଞ୍ଜରୁ ୨୨୯ଜଣ, ନବରଙ୍ଗପୁରୁ ୧୪୮ଜଣ, ନୟାଗଡ଼ରୁ ୧୯୨ଜଣ, ନୂଆପଡ଼ାରୁ ୧୬୦ଜଣ, ପୁରୀରୁ ୧୧୬ଜଣ, ରାୟଗଡାରୁ ୨୯୫ଜଣ, ସମ୍ବଲପୁରରୁ ୧୭୬ଜଣ, ସୋନପୁରରୁ ୨୮୨ଜଣ, ସୁନ୍ଦରଗଡରୁ ୬୪୬ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୩୬୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୭୧ ଲକ୍ଷ ୯୩ ହଜାର ୮୫୮ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୧୧ ହଜାର ୯୫୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୦ ହଜାର ୮୪୧ଜଣ ସୁସ୍ଥ ହେବା ସହିତ ମୋଟ ୧୧ ଲକ୍ଷ ୨୧ ହଜାର ୬୦୮ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୧ ହଜାର ୭୬୫ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this: