Cuttack Road Accident: ଜଗତପୁର ନିକଟରେ ସଡ଼କ ଦୁର୍ଘଟଣା, ୫ କାର ଉପରେ ମାଡ଼ିଗଲା ଟ୍ରକ

Share this:

କଟକ: Cuttack Road Accident ଆଜି ସନ୍ଧ୍ୟାରେ ଏକ ଟ୍ରକ ଗୋଟିଏ ବାଇକ ଓ ୫ଟି କାର ଉପରେ ମାଡି ଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୬ ଜଣ ଗୁରୁତର ହୋଇଛନ୍ତି।

ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ସାଲେପୁର-ଖଇରା ରାସ୍ତାର ଖଇରା ପୋଲ ଉପରେ ଗାଡ଼ିଗୁଡ଼ିକ ଥୋଇ ଲୋକେ ଏଠାରେ ଥିବା ଫଳ ଦୋକାନରୁ ଫଳ କିଣୁଥିବା ସମୟରେ ଏକ ଟ୍ରକ୍ ଦୃତଗତିରେ ଆସି ରାସ୍ତା ପାର୍ଶ୍ୱରେ ରହିଥିବା ବାଇକ୍ ଓ କାରଗୁଡ଼ିକୁ ଧକ୍କା (Cuttack Road Accident) ଦେଇଥିଲା। ଫଳରେ ଏହି ଗାଡ଼ିଗୁଡ଼ିକ ଫଳ ଦୋକାନ ଭିତରେ ପଶି ଯାଇଥିଲା। ଟ୍ରକ୍‌ଟି ମଧ୍ୟ ଫଳ ଦୋକାନରେ ପଶିଯାଇଥିଲା।

ଏହି ସମୟରେ ଜାତୀୟ ରାଜପଥରେ ଶହ ଶହ ଲୋକେ ଯିବାଆସିବା କରୁଥିଲେ ଫଳରେ ଅନେକ ଲୋକ ଆହତ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଥିଲେ। ସମସ୍ତ ଗୁରୁତରଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ଗୁରୁତରଙ୍କ ପରିଚୟ ମିଳିପାରି ନାହିଁ। ପୁଲିସ ଦୁର୍ଘଟଣାଗ୍ରସ୍ତ ଯାନବାହନଗୁଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି। ଏହି ଦୁର୍ଘଟଣା ପରେ ସାମୟିକ ସମୟ ପାଇଁ ଯାତାୟତ ପ୍ରଭାବିତ ହୋଇଥିବା ଜଣାଯାଇଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି। ସେପଟେ ଟ୍ରକ୍‌ ଧକ୍କା କରିବା ପରେ ଏହା ଡ୍ରାଇଭର ଫେରାର ହୋଇଯାଇଛି।

Read Also | Odisha weather news today: ୮ ଜିଲ୍ଲାରେ ପ୍ରବଳ ବର୍ଷା

You Might Also Like It

Share this:

Leave a Reply

Your email address will not be published. Required fields are marked *