ଓଡ଼ିଶାରେ ପୁଣି ରେକର୍ଡ ସଂଖ୍ୟକ ନୂଆ ୧୯୮୧ ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର:ରାଜ୍ୟରେ ଆଜି ୧୯୮୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୨୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୭୫୬  ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ  ସର୍ବାଧିକ୨୭୪ ଜଣ ଲେଖାଏଁ  ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ  ୨୬୭ ଜଣ, କଟକରୁ ୧୩୧ ଜଣ,କନ୍ଧମାଳ ଜିଲ୍ଲାରୁ ୧୭୯ ଜଣ,କୋରାପୁଟରୁ ୯୭ଜଣ, କେନ୍ଦ୍ରାପଡ଼ାରୁ ୨୯ଜଣ ,କେଉଁଝରରୁ ୨୩ ଜଣ ଓ କଳାହାଣ୍ଡିରୁ ୩୯ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୩୮ଜଣ ,ସୁନ୍ଦରଗଡ଼ରୁ ୧୪୫ ଜଣ  ଓ ସୋନପୁର ଜିଲ୍ଲାରୁ ୫୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାୟଗଡା ଜିଲ୍ଲାରୁ ୫୫ ଜଣ, ଯାଜପୁର ଜିଲ୍ଲାରୁ ୬୦ ଜଣ ,ଜଗତସିଂହପୁରରୁ ୪୨ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୮ଜଣ  ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ରୁ ୨୭ ଜଣ, ବାଲେଶ୍ଵରରୁ ୫୯ ଜଣ ,ବଲାଙ୍ଗୀରି ଜିଲ୍ଲାରୁ ୨୭ ଜଣ ,ବୌଦ୍ଧଜିଲ୍ଲା ରୁ୨୨ ଜଣ  ଏବଂ ଭଦ୍ରକ ଜିଲ୍ଲାରୁ ୬୫ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୭୧ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୨୬ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୫୬ ଜଣ ,ନବରଙ୍ଗପୁରରୁ ୧୮  ଜଣ ଓ ନୂଆପଡ଼ାରୁ ୧୬ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି, ଢେଙ୍କାନାଳରୁ ୩୯ ଜଣ,ଦେଓଗଡ ରୁ ୧୬  ଜଣ  ସଂକ୍ରମିତ ହୋଇଛନ୍ତି। ଅନୁଗୋଳରୁ ୬ ଜଣ ସଂକ୍ରମିତ ହୋଇଛନ୍ତି।ମୟୁରଭଞ୍ଜ ରୁ ୩୭ ଜଣ ଏବଂ  ମାଲକାନଗିରିରୁ ୬୪ ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୭ ଲକ୍ଷ ୬୫ହଜାର ୬୫ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୫୨ ହଜାର ୬୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୬ ହଜାର ୪୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ୧୫ ହଜାର ୮୦୮ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

From The Web

Share this: