ରାମ ଜନ୍ମଭୂମି ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ କରୋନା ପଜିଟିଭ୍, ଭୂମି ପୂଜନରେ ପିଏମ ମୋଦୀଙ୍କ ସହ ମଞ୍ଚରେ ଥିଲେ

Share this:

ନୂଆଦିଲ୍ଲୀ : ଶ୍ରୀରାମ ଜନ୍ମଭୂମି ତିର୍ଥ କ୍ଷେତ୍ର  ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ରିପୋର୍ଟ୍  କରୋନା ପଜିଟିଭ୍ ଆସିଛି। ନୃତ୍ୟ ଗୋପାଳ ଦାସଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା। ଏହା ପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ନୃତ୍ୟ ଗୋପାଳ ଦାସ ବର୍ତ୍ତମାନ ମଥୁରାରେ ଅଛନ୍ତି। ଆଗ୍ରା ର ସିଏମଓ ଏବଂ ଡାକ୍ତର ନୃତ୍ୟ ଗୋପାଳ ଦାସଙ୍କ ଚିକିତ୍ସା ପାଇଁ ପହଞ୍ଚିଛନ୍ତି।

ସୂଚନାଯୋଗ୍ୟ, ଶ୍ରୀରାମ ଜନ୍ମଭୂମି ତିର୍ଥ କ୍ଷେତ୍ର  ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅଯୋଧ୍ୟାରେ ଅନୁଷ୍ଠିତ ଶ୍ରୀରାମ ମନ୍ଦିର ଭୂମିପୂଜନ ଉତ୍ସବରେ ଉପସ୍ଥିତ ଥିଲେ। ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବେନ ପଟେଲ ଏବଂ ଆରଏସଏସ ସଂଗଠନର ମୁଖ୍ୟ ମୋହନ ଭାଗବତଙ୍କ ସମେତ ବହୁ ବଡବଡ଼  ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ।

Share this: