ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ୬୬ ହଜାର ୯୯୯ ନୂତନ କରୋନା ଭୂତାଣୁ ସଂକ୍ରମିତ,୯୪୨ ଜଣଙ୍କ ମୃତ୍ୟୁ

Share this:

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ ୬୬ହଜାର ୯୯୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଫଳରେ କରୋନା ସଂକ୍ରମିତଙ୍କ  ସଂଖ୍ୟା ଆଜି ସକାଳ ସୁଦ୍ଧା  ୨୩ ଲକ୍ଷ ୯୬ ହଜାର ୬୩୮ କୁ ବୃଦ୍ଧି ପାଇଛି। ଏଥିରେ ୬ ଲକ୍ଷ ୫୩ ହଜାର ୬୨୨ ସକ୍ରିୟ ରୋଗୀ ଥିବାବେଳେ ୧୬ ଲକ୍ଷ ୯୫ ହଜାର ୯୮୨ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହିତ, ଏପର୍ଯ୍ୟନ୍ତ ୪୭ ହଜାର ୩୩ ଜଣଙ୍କ  ମୃତ୍ୟୁ ହୋଇଛି।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଗୋଟିଏ ଦିନରେ କୋଭିଡ -୧୯ରୁ ୫୬ ହଜାର ୧୧୦ ଲୋକ ସୁସ୍ଥ ହୋଇ ଭାରତ ସର୍ବାଧିକ ରେକର୍ଡ କରିଛି। ଏ ସବୁ ସଫଳତା କେବଳ ନିରାକରଣ ରଣନୀତି, ଦ୍ରୁତ ଏବଂ ବିସ୍ତୃତ ପରୀକ୍ଷଣର ସଫଳ ରୂପାୟନର ପ୍ରତିଫଳନ ଅଟେ।  

କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରାଞ୍ଚଳ ସରକାରଙ୍କ ସମନ୍ୱିତ ପ୍ରୟାସର ଫଳ ସ୍ୱରୂପ ଏହି ରୋଗରୁ ମୁକ୍ତି ପାଇଥିବା ରୋଗୀଙ୍କ ଦୈନିକ ହାରାହାରି କ୍ରମାଗତ ଭାବେ ବୃଦ୍ଧି ପାଉଛି। ଜୁଲାଇ ପ୍ରଥମ ସପ୍ତାହରେ ସୁସ୍ଥ ହେଉଥିବା ରୋଗୀଙ୍କ ଦୈନିକ ହାରାହାରି ୧୫ ହଜାର ଥିଲା, ଯାହା ଅଗଷ୍ଟ ପ୍ରଥମ ସପ୍ତାହରେ ୫୦ ହଜାର ରୁ ଅଧିକ ହୋଇଛି।

Share this: