Maha Shivaratri: ମହାଶିବରାତ୍ରୀ ପାଳନ ପାଇଁ କୋଭିଡ଼ ଗାଇଡ଼ଲାଇନ୍ସ ଜାରି

Share this:

ଭୁବନେଶ୍ଵର: ମହାଶିବରାତ୍ରୀ (Maha Shivaratri) ପାଳନକୁ ଦୃଷ୍ଟିରେ ରଖି ଲିଙ୍ଗରାଜ (Lingraj) ମନ୍ଦିରରେ ଦୃଢ଼ ଭାବେ କଟକଣା ପାଳନ କରିବା ପାଇଁ ନିର୍ଦ୍ଦେଶାନାମା ଜାରି କରାଯାଇଛି। ପୂର୍ବରୁ ସମସ୍ତ ସେବାୟତ ଏବଂ ସେଠାରେ କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କ କୋଭିଡ (Covid-19) ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି।

ସେହିପରି ମହାଶିବରାତ୍ରୀ ଉପଲକ୍ଷେ ରାଜ୍ୟର ଅନ୍ୟତମ ଶୈବପୀଠ ଢ଼େଙ୍କାନାଳ (Dhenkanal) ର କପିଳାସ ପୀଠ (Kapilash Pitha) ରେ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା କଟକଣା ଜାରି କରାଯାଇଛି। କେବଳ ସେବାୟତ ମାନେ କରୋନା କଟକଣାକୁ ଅନୁ ।ଳନ କରି ବାବାଙ୍କ ନୀତିକାନ୍ତି ସମାପନ କରିବେ। ସେବାୟତ ମନ୍ଦିର ମଧ୍ୟରେ ସେବା ପୂଜା ବେଳେ ମୁହଁରେ ମାସ୍କ ପରିଧାନ କରିବା ସହିତ ସାମାଜିକ ଦୂରତ୍ୱ ଓ କୋଭିଡ଼୍ କଟକଣାକୁ ଅନୁପାଳନ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷରେ ଭଦ୍ରକ (Bhadrak) ଆରଡ଼ି ସ୍ଥିତ ପ୍ରସିଦ୍ଧ ଆଖଣ୍ଡଳମଣି ପୀଠରେ ବିନା ଶ୍ରଦ୍ଧାଳୁରେ ଜାଗର ଯାତ୍ରା ଅନୁଷ୍ଠିତ ହେବ। କେବଳ ମନ୍ଦିର ସେବାୟତ ମାନେ କୋଭିଡ଼୍ କଟକଣା ଅନୁଯାୟୀ ସମସ୍ତ ନୀତିକାନ୍ତି କରିବେ। ଏଥି ପୂର୍ବରୁ ସମସ୍ତ ସେବାୟତଓ ସେବାକାରୀଙ୍କ କୋଭିଡ଼୍ ଟେଷ୍ଟ କରାଯିବ। ଏହା ବ୍ୟତୀତ ସମସ୍ତ ସେବାୟତ ମନ୍ଦିର ମଧ୍ୟରେ ସେବା ପୂଜା ବେଳେ ମୁହଁରେ ମାସ୍କ ପରିଧାନ କରିବା ସହିତ ସାମାଜିକ ଦୂରତ୍ୱ ଓ କୋଭିଡ଼୍ କଟକଣାକୁ ଅନୁପାଳନ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏନେଇ ଜାଗରଯାତ୍ରା ପ୍ରସ୍ତୁତି ନେଇ ପ୍ରଶାସନ ପକ୍ଷରୁ ଆରଡ଼ି ପୀଠର ଅତିଥି

ନିବାସରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ତଥା ମନ୍ଦର ଟ୍ରଷ୍ଟି ପୀତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମନ୍ଦିରର ପାଳିଆ ସେବାୟତ, ମହାଦ୍ୱୀପ ସେବାୟତ ମାନଙ୍କ ସହିତ ଅନ୍ୟ ନିଯୋଗର ସେବାୟତ ମାନେ ଉପସ୍ଥିତ ଥିଲେ। ବୈଠକରେ ଜାଗର ଯାତ୍ରା ଦିନ ମଣିବାବାଙ୍କ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ନୀତିକାନ୍ତି ନିମନ୍ତେ ନୀତି ନିର୍ଘଣ୍ଟ ସ୍ଥିର ହୋଇଥିଲା। ରାତି ୩ଟାରେ ମହାଦ୍ୱୀପ ପ୍ରସ୍ତୁତି ଗୁପ୍ତ ଶୋଡ଼ଷ ପୂଜା ଓ ଭୋର୍ ସାଢ଼େ ୪ଟାରେ ମହାଦ୍ୱୀପ ଉଠିବ।

ବୈଠକରେ ନିଷ୍ପତି ପ୍ରକାରେ ପୀଠକୁ ଅଧିକ ସଂଖ୍ୟାରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ଚର୍ତୁପାଶ୍ୱର୍ରେ ୧୪୪ ଧାରା ବଳବତର ରହିବ। ଏହି କଟକଣା ୧୦ ତାରିଖ ଅର୍ଥାତ୍ ଆସନ୍ତା କାଲି ସକାଳ ୭ଟା ଠାରୁ ୧୨ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ବଳବତର ରହିବ। କେବଳ ମନ୍ଦିର ସେବାୟତ ମାନେ କୋଭିଡ଼୍‌ କଟକଣାକୁ ଅନୁପାଳନ କରିବା ସହ ପରମ୍ପରା ଅନୁଯାୟୀ ବାବା ଆଖଣ୍ଡଳମଣିଙ୍କ ସମସ୍ତ ନୀତିକାନ୍ତି ସମାପନ କରିବେ।

[amazon_auto_links id=”10233″]

Also Read |Covid19 India: ଭାରତରେ ପୁଣି ଦ୍ରୁତ ଗତିରେ ବଢୁଛି କରୋନା ମାମଲା, WHOର ଚେତାବନୀ

Share this: