Corona Virus India Updates: ମାର୍ଚ୍ଚ ୧ରୁ ୬୦ ବର୍ଷରୁ ଅଧିକ ଏବଂ ୪୫ ବର୍ଷରୁ ଉର୍ଦ୍ଧ ସହ-ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଟୀକା

COVID-19-vaccine

ନୂଆଦିଲ୍ଲୀ: ଭାରତର କୋଭିଡ଼ ଟୀକାକରଣର ପରବର୍ତ୍ତୀ ପର୍ଯ୍ୟାୟ ଘୋଷଣା କରି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର (Union Minister Prakash Javadekar) ବୁଧବାର କହିଛନ୍ତି ଯେ ୬୦ ବର୍ଷରୁ ଅଧିକ ଏବଂ ୪୫ ବର୍ଷରୁ ଉର୍ଦ୍ଧ ସହ-ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ମାର୍ଚ୍ଚ ୧ ରୁ ୧୦ ହଜାର ସରକାରୀ ଏବଂ ୨୦ ହଜାରରୁ ଅଧିକ ଘରୋଇ ଟୀକାକରଣ କେନ୍ଦ୍ରଗୁଡିକରେ ଟୀକା ପ୍ରଦାନ କରାଯିବ। ସରକାରୀ କେନ୍ଦ୍ରରେ ଏହି ଟିକା ମାଗଣାରେ ଦିଆଯିବ ବୋଲି ସେ କହିଛନ୍ତି।

୨୦୨୧ ଫେବୃୟାରୀ ୨୪ ତାରିଖ ସକାଳ ୭ଟା ସୁଦ୍ଧା ଦେଶରେ ମୋଟ ୨,୫୪,୩୫୬ ସେସନରେ ୧,୨୧,୬୫,୫୯୮ ଜଣଙ୍କ ଟିକାକରଣ ହୋଇଛି । ଏହା ମଧ୍ୟରେ ଅଛନ୍ତି ୬୪,୯୮୩୦୦ ଜଣ ଏଚସିଡବ୍ଲୁ (ପ୍ରଥମ ଡୋଜ୍), ୧୩,୯୮,୪୦୦ ଜଣ ଏଚସିଡବ୍ଲୁ (ଦ୍ୱିତୀୟ ଡୋଜ୍) ଏବଂ ୪୨,୬୮,୮୯୮ ଜଣ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍)।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତରେ ଗତ 24 ଘଣ୍ଟା ମଧ୍ୟରେ ୧୩ ହଜାର ୭୪୨ ନୂତନ କୋଭିଡ-୧୯ (Covid -19) ମାମଲା ପଞ୍ଜୀକୃତ ହୋଇଛି।  ଏହି ସମୟ ମଧ୍ୟରେ ୧୦୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହିତ ଏହି ସମୟ ମଧ୍ୟରେ ୧୪ ହଜାର ୩୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ମୋଟ ସକ୍ରିୟ ମାମଲା ବର୍ତ୍ତମାନ ୧ ଲକ୍ଷ ୪୬ ହଜାର ୯୦୭ ଥିବାବେଳେ ଏହି ରୋଗରୁ ମୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ବର୍ତ୍ତମାନ ୧ କୋଟି ୭ ଲକ୍ଷ ୨୬ ହଜାର ୭୦୨ରୁ ଅଧିକ ବୋଲି ମନ୍ତ୍ରଣାଳୟ କହିଛି।

ଗତ ଏକ ସପ୍ତାହ ଧରି ୧୨ଟି ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଉପରେ ରହୁଛି। ଏସବୁ ରାଜ୍ୟ ହେଲା ମହାରାଷ୍ଟ୍ର, କେରଳ, ତାମିଲନାଡ଼ୁ, କର୍ଣ୍ଣାଟକ, ପଞ୍ଜାବ, ଗୁଜରାଟ, ମଧ୍ୟପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ, ତେଲଙ୍ଗାନା, ଦିଲ୍ଲୀ ଏବଂ ହରିଆନା। ବିଗତ ଏକ ସପ୍ତାହ ଧରି କେରଳ ଓ ମହାରାଷ୍ଟ୍ରରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଉପରେ ରହୁଛି।

ଏହି ସମୟରେ, କରୋନାଭାଇରସ୍ ମାମଲାରେ ବୃଦ୍ଧି ଘଟିଥିବା ବେଳେ ଦିଲ୍ଲୀ ସରକାର ଜାତୀୟ ରାଜଧାନୀରେ ପ୍ରବେଶ କରିବା ପୂର୍ବରୁ ମହାରାଷ୍ଟ୍ର, କେରଳ ଏବଂ ପଞ୍ଜାବ ସମେତ ପାଞ୍ଚଟି ରାଜ୍ୟରୁ ଲୋକଙ୍କୁ କୋଭିଡ-୧୯  ନକାରାତ୍ମକ ପ୍ରମାଣପତ୍ର (Covid-19 Negative Certificates) ଦେଖାଇବାକୁ କୁହାଯାଇଛି।

Also Read | Corona Vaccine Odisha: କୋଭିଡ଼ ଟୀକା ନନେଲେ ମିଳିବନି ସରକାରୀ ସୁବିଧା!

Share this: