Covid Cases Odisha: କୋଭିଡର ନୂଆ ପ୍ରଜାତି ଅଧିକ ସଂକ୍ରାମକ, ଆଜି ୫୮୯୧ ଚିହ୍ନଟ

Share this:

ଭୁବନେଶ୍ଵର:ଓଡ଼ିଶାରେ (Odisha) କରୋନା (Covid) ସଂକ୍ରମିତଙ୍କ ସଂଖ୍ୟା ଲଗାତାର କମିବାରେ ଲାଗିଛି। ଆଜି ରାଜ୍ୟରୁ ୫ ହଜାର ୮୯୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୮୫୨ଜଣ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୩୪୧୩ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨୪୭୮ଜଣ ସଂକ୍ରମିତ ହୋଇଛନ୍ତି। କୋଭିଡର ନୂଆ ପ୍ରଜାତି ଅଧିକ ସଂକ୍ରାମକ, କିନ୍ତୁ ସମସ୍ତଙ୍କ ଠାରେ ଲକ୍ଷଣ ପ୍ରକାଶ ପାଉନାହିଁ।   ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୦୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୧୦୬ଜଣ, ବାଲେଶ୍ଵରରୁ ୨୩୪ଜଣ, ବରଗଡ଼ରୁ ୮୫ଜଣ, ଭଦ୍ରକରୁ ୯୪ଜଣ, ବଲାଙ୍ଗୀରିରୁ ୧୩୮ଜଣ, ବୌଦରୁ ୯୩ଜଣ, କଟକରୁ ୪୮୨ଜଣ, ଦେଓଗଡ଼ରୁ ୬୧ଜଣ, ଢେଙ୍କାନାଳରୁ ୧୩୩ଜଣ, ଗଜପତିରୁ ୯୬ଜଣ, ଗଞ୍ଜାମରୁ ୭୫ଜଣ, ଜଗତସିଂପୁରରୁ ୧୦୮ଜଣ, ଯାଜପୁରରୁ ୨୧୯ଜଣ, ଝାରସୁଗୁଡାରୁ ୩୫ଜଣ, କଳାହାଣ୍ଡିରୁ ୧୮୮ଜଣ, କନ୍ଧମାଳରୁ ୭୩ଜଣ, କେନ୍ଦ୍ରାପଡ଼ାରୁ ୧୧୪ଜଣ, କେଉଁଝରରୁ ୧୩୭ଜଣ, କୋରପୁଟରୁ ୧୨୮ଜଣ, ମାଲକାନଗିରିରୁ ୫୨ଜଣ, ମୟୁରଭଞ୍ଜରୁ ୨୧୮ଜଣ, ନବରଙ୍ଗପୁରୁ ୯୫ଜଣ, ନୟାଗଡ଼ରୁ ୨୦୫ଜଣ, ନୂଆପଡ଼ାରୁ ୫୬ଜଣ, ପୁରୀରୁ ୬୩ଜଣ, ରାୟଗଡାରୁ ୧୨୫ଜଣ, ସମ୍ବଲପୁରରୁ ୧୫୮ଜଣ, ସୋନପୁରରୁ ୨୦ଜଣ, ସୁନ୍ଦରଗଡରୁ ୫୦୧ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨୯୯ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୭୨ ଲକ୍ଷ ୫୩ ହଜାର ୬୬୫ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୧୭ ହଜାର ୮୪୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୦ ହଜାର ୩୦୯ଜଣ ସୁସ୍ଥ ହେବା ସହିତ ମୋଟ ୧୧ ଲକ୍ଷ ୩୧ ହଜାର ୯୧୭ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୭ ହଜାର ୩୪୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this: