Covid-19: ଢେଙ୍କାନାଳ ଜିଲ୍ଲାରୁ ଆଜି ଆଉ ୪୨ ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରୁ ଆଜି  ଆଉ ୪୨ ଜଣ ନୂଆ କରୋନା (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ଆଜି କମିଛି କରୋନା ସଂକ୍ରମଣଙ୍କ ସଂଖ୍ୟା। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୩୨ ଏବଂ ହସ୍ପିଟାଲରୁ ୧୦ଜଣ ଚିହ୍ନଟ ଅଛନ୍ତି।

ଆଜି ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ କରୋନା ସଂକ୍ରମିତ ଚିହ୍ନଟ ୧୦ଜଣଙ୍କ ମଧ୍ୟରୁ ଦୂର୍ଗାବଜାର, ଜୟଗୋପାଳ ସାହି, ଷ୍ଟେସନ୍ ବଜାର ଏବଂ ଶାସନରୁ ୨ଜଣ ଅଛନ୍ତି। ସେହିପରି ଖମାରସାହି ଏବଂ  ଗଣେଶବଜାରରୁ ଜଣେ ଲେଖାଏଁ ଅଛନ୍ତି। ଓଡ଼ାପଡା ବ୍ଲକ (Odapada Block) ରୁ ୫ଜଣ ଅଛନ୍ତି। ସେମାନଙ୍କ ମଧ୍ୟରୁ ରୁଙ୍ଗଟା ମାଇନ୍ସରୁ ୨ଜଣ, ଲୁଣୀ ଇନ୍ଦିପୁର, ଡେଙ୍ଗବୋରେଇ ଏବଂ ଗୁଣ୍ଡିଚାପଡ଼ାରୁ  ଜଣେ ଲେଖାଏଁ ଅଛନ୍ତି।

(Hindol Block) ରୁ ୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ଗୋବିନ୍ଦପୁର ଏବଂ ରଞ୍ଜଗୋଳରୁ ୨ଜଣ ଲେଖାଏଁ ଥିବାବେଳେ  କଙ୍କାଳୁରୁ ଜଣେ ଅଛନ୍ତି। ହିନ୍ଦୋଳ NAC ରୁ ୩ଜଣ ଅଛନ୍ତି। କଙ୍କଡାହାଡ ବ୍ଲକରୁ ୨ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରେ କଙ୍କଡାହାଡ ଏବଂ ହଳଦୀଗୁଣ୍ଡିରୁ ଜଣେ ଲେଖାଏଁ ଅଛନ୍ତି।

ଗଁଦିଆ ବ୍ଲକ (Gondia Block) ରୁ ୪ଜଣ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ନାଗେନାରୁ ୨ଜଣ, ଇଲେଇଜଙ୍ଗ ଏବଂ ଅରଚୁଆରୁ ଜଣେ ଲେଖାଏଁ ଅଛନ୍ତି। କାମାକ୍ଷାନଗର ବ୍ଲକ (Kamakhyanagar Block) ଅଞ୍ଚଳରୁ ୩ଜଣ ଚିହ୍ନଟ ହୋଇଛନ୍ତି। ଶାଳପଡ଼ା, ଚିକିଟିଆ ଏବଂ ଜଗନ୍ନାଥପୁରରୁ ଜଣେ ଲେଖାଏଁ ଅଛନ୍ତି।  କାମାକ୍ଷାନଗର NAC ରୁ ୨ଜଣ ଅଛନ୍ତି।

ସଦର ବ୍ଲକ (Sadar) ବ୍ଲକରୁ ଚିହ୍ନଟ ୩ଜଣଙ୍କ ମଧ୍ୟରୁ ସିଆରିଆରୁ ୨ଜଣ ଏବଂ  ମଙ୍ଗଳପୁରରୁ ଜଣେ ଅଛନ୍ତି। ପର୍ଜଙ୍ଗ ବ୍ଲକରୁ ୨ଜଣଙ୍କ ମଧ୍ୟରୁ କନ୍ଦରସିଂହା ଏବଂ ପାତ୍ରପଡାରୁ ଜଣେ ଲେଖାଏଁ ଅଛନ୍ତି। ଭୁବନ NAC ରୁ ଜଣେ ଅଛନ୍ତି। ଅନ୍ୟାନ୍ୟ ହସ୍ପିଟାଲରୁ ୨ଜଣ ଅଛନ୍ତି।  

ଢେଙ୍କାନାଳ ଜିଲ୍ଲାରେ ଗତକାଲି ୧୫୧୮ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୩ ଲକ୍ଷ ୨୭ ହଜାର ୩୮୦ଟି ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୬  ହଜାର ୮୩୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୨୧୦ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୬ ହଜାର ୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୭୭୩ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଆଜି ଜିଲାରୁ ଜଣେ ମୃତ୍ୟୁବରଣ କରିଛନ୍ତି। ଜିଲ୍ଲାରେ ମୋଟ ମୃତ୍ୟୁସଂଖ୍ୟା ୫୬ ରେ ପହଞ୍ଚିଛି।

[amazon_auto_links id=”9932″]

Also Read | Human Life Span:ମଣିଷ କେତେ ବର୍ଷ ବଞ୍ଚିପାରିବ? ବୈଜ୍ଞାନିକମାନେ କଲେ ପ୍ରକାଶ

Share this: