Covid-19:ଓଡ଼ିଶାରେ ଆଜି କରୋନା ସଂକ୍ରମିତଙ୍କ ସଂଖ୍ୟା ତିନି ହଜାର ତଳେ

Share this:

ଭୁବନେଶ୍ଵର: ରାଜ୍ୟରେ ଦିନକୁ ଦିନ କମୁଛି କରୋନା ସଂକ୍ରମିତଙ୍କ (Coronavirus) ସଂଖ୍ୟା। ଗତ ୨୪ ଘଣ୍ଟାରେ ଓଡ଼ିଶାରୁ ୨ ହଜାର ୯୫୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୬୯୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୨୫୯ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୪୦୮ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୧୧୦ଜଣ, ବାଲେଶ୍ଵରରୁ୨୪୭ଜଣ, ବରଗଡ଼ରୁ ୪୧ଜଣ, ଭଦ୍ରକରୁ ୧୯୨ଜଣ, ବଲାଙ୍ଗୀରିରୁ ୩୭ଜଣ, ବୌଦ୍ଧରୁ ୪୭ଜଣ, କଟକରୁ ୨୭୨ଜଣ, ଦେଓଗଡ଼ରୁ ୧୦ଜଣ, ଢେଙ୍କାନାଳରୁ ୪୨ଜଣ, ଗଜପତିରୁ ୨୪ଜଣ, ଗଞ୍ଜାମରୁ ୧୮ଜଣ, ଜଗତସିଂପୁରରୁ ୧୦୩ଜଣ, ଯାଜପୁରରୁ ୨୬୦ଜଣ, ଝାରସୁଗୁଡାରୁ ୩ଜଣ, କଳାହାଣ୍ଡିରୁ ୩୮ଜଣ, କନ୍ଧମାଳରୁ ୫୧ଜଣ, କେନ୍ଦ୍ରାପଡ଼ାରୁ ୧୧୬ଜଣ, କେଉଁଝରରୁ ୫୭ଜଣ, କୋରାପୁଟରୁ ୬୦ଜଣ, ମୟୁରଭଞ୍ଜରୁ ୧୩୫ଜଣ, ମାଲକାନଗିରିରୁ ୫୬ଜଣ, ନବରଙ୍ଗପୁରରୁ ୪୫ଜଣ, ନୟାଗଡ଼ରୁ ୧୧୨ଜଣ, ନୂଆପଡ଼ାରୁ ୧୦ଜଣ, ପୁରୀରୁ ୨୧୯ଜଣ, ରାୟଗଡାରୁ ୬୩ଜଣ, ସମ୍ବଲପୁରରୁ ୨୮ଜଣ, ସୋନପୁରରୁ ୨୫ଜଣ, ସୁନ୍ଦରଗଡରୁ ୫୮ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୭୦ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୩୨ ଲକ୍ଷ ୧୭ ହଜାର ୮୦୭ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୮ ଲକ୍ଷ ୮୩ ହଜାର ୪୯୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪ ହଜାର ୫୮୭ସୁସ୍ଥ ହେବା ସହିତ ମୋଟ ୮ ଲକ୍ଷ ୪୪ ହଜାର ୮୦୧ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୪ ହଜାର ୯୬୫ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Computer Teacher Recruitment:ରାଜ୍ୟରେ ନିଯୁକ୍ତ ହେବେ ୧୦ହଜାରରୁ ଅଧିକ କମ୍ପ୍ୟୁଟର ଶିକ୍ଷକ

[amazon_auto_links id=”9932″]

Share this: