H3N2 Influenza Odisha: ଦେଶରେ ବଢୁଛି H3N2 ଆକ୍ରାନ୍ତଙ୍କ ସଂଖ୍ୟା, ଓଡ଼ିଶାରେ ଦୁଇ ମାସରେ ୫୯ ଆକ୍ରାନ୍ତ ଚିହ୍ନଟ

Share this:

ଭୁବନେଶ୍ଵର: H3N2 Influenza Odisha ଭାରତର ବିଭିନ୍ନ ରାଜ୍ୟରେ ବଢ଼ି ଚାଲିଛି ଥଣ୍ଡା, ଜ୍ୱର ଓ କାଶ ଆକ୍ରାନ୍ତଙ୍କ ସଂଖ୍ୟ।। ଏଥିସହିତ କେତେକ ରାଜ୍ୟରେ ଇନଫ୍ଲୁଏଞ୍ଜା ର ଉପ-ପ୍ରଜାତି ‘ଏଚ୍୩ଏନ୍୨’ ଭୂତାଣୁ ଦ୍ୱାରା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଗକୁ ଏହା ଆହୁରି ଅଧିକ ସଂକ୍ରାମକ ହେବ ବୋଲି ଆଶଙ୍କା ରହିଛି। ଏହି ଭୂତାଣୁରେ କର୍ଣ୍ଣାଟକ ଏବଂ ହରିୟାନାରେ ୨ଜଣଙ୍କର ମୃତ୍ୟୁ ହୋଇଛି।

ସେହିପରି ଗତ ୨ରୁ ୩ମାସ ହେବ ଓଡ଼ିଶାରେ ଥଣ୍ଡା, ଜ୍ୱରରେ ପୀଡ଼ିତ ରୋଗୀଙ୍କ ସଂଖ୍ୟା ବଢିଚାଲିଛି। ଓଡ଼ିଶାରେ ୫୯ଟି ଏଚ୍‌୩ଏନ୍‌୨ ଭୂତାଣୁ (H3N2 Influenza Odisha) ଚିହ୍ନଟ ହୋଇଛି। ସୂଚନା ଅନୁସାରେ ଗତ ଜାନୁଆରୀ ଓ ଫେବ୍ରୁଆରୀ ମାସରେ ୨୨୫ଟି ନମୁନା ସଂଗ୍ରହ କରାଯାଇଥିଲା । ପରୀକ୍ଷା ପରେ ଏଥିରୁ ୫୯ଟି ଏଚ୍‌୩ଏନ୍‌୨ ପଜିଟିଭ ଭୂତାଣୁ ଚିହ୍ନଟ ହୋଇଛି। ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର ଆରଏମ୍‌ଆରସି (IRMC)ନିର୍ଦ୍ଦେଶିକା ସଂଘମିତ୍ରା ପତି ଏହି ସୂଚନା ଦେଇଛନ୍ତି।


H3N2 Influenza ର ଲକ୍ଷଣ

  • ଏଚ୍‌୩ଏନ୍‌୨ର ଲକ୍ଷଣ ପ୍ରାୟ କୋଭିଡ-୧୯ (Covid-19) ଭଳି ହୋଇଥାଏ। ଏହା ସବୁ ବୟସ ବର୍ଗର ଲୋକଙ୍କୁ ପ୍ରଭାବିତ କରିଥାଏ। ବିଶେଷଜ୍ଞଙ୍କ କହିବା ଅନୁସାରେ ବାୟୁ ପ୍ରଦୂଷଣ ଯୋଗୁଁ ଏହି ଭୂତାଣୁ ଶୀଘ୍ର ବ୍ୟାପିପାରେ।
    ଏହା ଜ୍ଵର, କଫ, ବାନ୍ତି, ଗଳା ଯନ୍ତ୍ରଣା, ଶରୀର ପୀଡ଼ା, ଥକ୍କା ଲାଗିବା ଆଦି ଲକ୍ଷଣ ଦେଖାଯାଏ।

  • ଯଦି ଶ୍ଵାସକ୍ରିୟାରେ ସମସ୍ୟା ଆସିଥାଏ ଏବଂ କ୍ରମାଗତ ଭାବେ ଜ୍ଵର ହୋଇଥାଏ, ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ, ଖାଇବାରେ ଅସୁବିଧା ହୁଏ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଆଯିବା ଦରକାର। ଆଇସିଏମ୍‌ଆର ଅନୁସାରେ ରୋଗ ପ୍ରତିଷେଧକ ଶକ୍ତି କମ ଥିବା ବୟସ୍କ ଲୋକ ଓ ରୋଗୀଙ୍କ ଠାରେ ଏହି ଲକ୍ଷଣ ଅଧିକ ଦେଖାଯାଇପାରେ ବୋଲି କୁହାଯାଇଛି।

Advertisement

H3N2 Influenza ସଂକ୍ରମଣ ପ୍ରତି ସତର୍କ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ

H3N2 Influenza ଭୂତାଣୁର ସଂକ୍ରମଣ ପ୍ରତି ସତର୍କ ରୁହନ୍ତୁ। ଇନଫ୍ଲୁଏଞ୍ଜା ପରି ଅସୁସ୍ଥତା ଓ ଗୁରୁତର ଶ୍ଵାସଜନିତ ସମସ୍ୟା ପ୍ରତି ସତର୍କ ରହିବା ଲାଗି ରାଜ୍ୟଗୁଡିକୁ ପରାମର୍ଶ ଦେଇଛି କେନ୍ଦ୍ର ସ୍ଵାସ୍ଥ୍ୟ ବିଭାଗ। ଆଜି ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ଏଚ୍‌୩ଏନ୍‌୨ ସମ୍ପର୍କରେ କରାଯାଇଥିଲା ସମୀକ୍ଷା। ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦିଆଯାଇଥିବାବେଳେ ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବାକୁ କୁହାଯାଇଛି।

  • ସେହିପରି ଛିଙ୍କ ବେଳେ ରୁମାଲ ବା ଟିସ୍ୟୁ ପେପର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ସର୍ଭେଲାନ୍ସ ଉପରେ ଗୁରୁତ୍ଵ ଦିଆଯାଇଥିବାବେଳେ ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଅବଗତ କରାଇବାକୁ ପରାମର୍ଶ ଦିଆଯାଇଛି। ସଂକ୍ରମିତ ରୋଗୀଙ୍କ ସହ ବିଶେଷ ମିଳାମିଶା ନ କରିବାକୁ ଗାଇଡଲାଇନରେ କୁହାଯାଇଛି।

  • ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଏବଂ ଇଣ୍ଡିଆନ ମେଡିକାଲ ଆସୋସିଏସନ (IMA) ଅନୁଯାୟୀ, ଏହି ରୋଗ ଅନେକଙ୍କ ପାଇଁ ଶ୍ୱାସକ୍ରିୟାରେ ଅସୁବିଧା ସୃଷ୍ଟି କରିଥାଏ। ବାୟୁ ପ୍ରଦୂଷଣ ଥିବା ବ୍ୟକ୍ତିମାନଙ୍କଠାରେ ଶ୍ୱାସକ୍ରିୟା ସଂକ୍ରମଣ ସହିତ ଜ୍ୱର ସୃଷ୍ଟି ହୋଇଥାଏ।

ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଏଥିରୁ ସୁରକ୍ଷା ପାଇଁ ପାଣି ଏବଂ ସାବୁନରେ ନିୟମିତ ଭାବେ ହାତ ଧୋଇବା, ମାସ୍କ ପିନ୍ଧିବା ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବା, ନାକ ପାଟି ନ ଛୁଇଁବା, କାଶ ଏବଂ ଛିଙ୍କିବା ସମୟରେ ନାକ ଓ ପାଟିକୁ ସଠିକ ଭାବରେ ଘୋଡାଇବା ଉପରେ ଆଇସିଏମ୍‌ଆର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

FROM THE WEB

Share this:

Leave a Reply

Your email address will not be published. Required fields are marked *