Odisha Covid-19 Guidelines 2023: ଓଡ଼ିଶାରେ ଆସିବ ନୂଆ କୋଭିଡ ଗାଇଡଲାଇନ, ଭାରତରେ ୧୫୯୦ ନୂଆ କରୋନା ପଜିଟିଭ ଚିହ୍ନଟ

Share this:

Odisha Covid-19 Guidelines 2023: ଓଡ଼ିଶାରେ ଆସିବ କରୋନା ନୂଆ ଗାଇଡ୍‌ଲାଇନ୍‌ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭ ନୂଆ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୩୪ ଦିନ ଭିତରେ କୋଭିଡ୍‌ ଆକ୍ରାନ୍ତ ସଂଖ୍ୟା ସର୍ବାଧିକ ବୋଲି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।


ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ୭୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ଜଣେ ହସପିଟାଲରେ ଚିକିତ୍ସାଧିନଅଛନ୍ତି।


ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୫ ହଜାର ୬୪୭ ନମୁନା ପରୀକ୍ଷା ହେବା ପରେ ୧୭ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପରୀକ୍ଷଣ ବୃଦ୍ଧି କରାଯାଇଥିବାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


ଓଡ଼ିଶାରେ ବର୍ତ୍ତମାନ କରୋନା ସ୍ଥିତି ବଢୁଥିବାରୁ, ସ୍ଵାସ୍ଥ୍ୟ ବିଭାଗ ନୂଆ ଗାଇଡ୍‌ଲାଇନ୍‌ ଆସିବା ନେଇ ସୋମବାର ଏକ ଉଚ୍ଚସ୍ତରୀୟ ବୈଠକ ବସିବାକୁ ଯାଉଛି।


ସୂଚନା ଅନୁସାରେ, ସ୍ଵାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ସୋମବାର ଅପରାହ୍ନରେ ଏହି ବୈଠକ ବସିବ। ଏହି ବୈଠକରେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର, ଆର୍‌ଏମ୍‌ଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି ଉପସ୍ଥିତ ରହିବେ। ରାଜ୍ୟରେ କରୋନାର ସ୍ଥିତି (Odisha Covid-19 Guidelines 2023) ଏବଂ ପ୍ରତିକାର ପାଇଁ ବିଭିନ୍ନ ଉପାୟ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।


ଏଥିସହିତ ରାଜ୍ୟ ସରକାର କରୋନା ପ୍ରତି କଡ଼ା ନଜର ରଖିଛନ୍ତି। ଟେଷ୍ଟିଂ, ଟ୍ରାକିଂକୁ ଗୁରୁତ୍ୱ ଦେଉଛନ୍ତି। କରୋନା ମୁକାବିଲା ପାଇଁ ରାଜ୍ୟରେ ସମସ୍ତ ପ୍ରକାର ଭିତ୍ତିଭୂମି ରହିଛି ଏଣୁ କେହି ଭୟଭୀତ ନ ହୋଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ଭାରତରୁ ଗତ ୨୪ ଘଣ୍ଟାରେ ୧୫୯୦ କରୋନା ସଂକ୍ରମିତ ଚିହ୍ନଟ

India records 1,590 new Covid-19 cases, highest in 146 days ଦେଶରେ ବର୍ତ୍ତମାନ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ICMR) ର ମହାନିର୍ଦ୍ଦେଶକ ଡାକ୍ତର ରାଜୀବ ବହଲ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଙ୍କୁ ଚିଠି ଲେଖିଛନ୍ତି। ସମସ୍ତ ରାଜ୍ୟକୁ କରୋନା ପରୀକ୍ଷାର ସଂଖ୍ୟା ବଢ଼ାଇବା ସହିତ ପରିସ୍ଥିତି ଉପରେ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି।


ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୯୦ ଜଣ କରୋନା ସଂକ୍ରମିତ (Coronavirus cases in India) ଚିହ୍ନଟ ହୋଇଛନ୍ତି ଯାହାକି ୧୪୬ ଦିନ ମଧ୍ୟରେ ଗୋଟିଏ ଦିନରେ ଏହା ସର୍ବାଧିକ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୬ଜଣ କରୋନା ସଂକ୍ରମିତ ମଧ୍ୟ ମୃତ୍ୟୁବରଣ କରିଛନ୍ତି।

କେନ୍ଦ୍ର ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ବଢୁଥିବା କରୋନା ସଂକ୍ରମଣର ବିପଦକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ଟେଷ୍ଟ-ଟ୍ରାକ-ଟ୍ରିଟ-ଟିକାକରଣ ଏବଂ କୋଭିଡ ସହିତ ମୁକାବିଲା ପାଇଁ କୋଭିଡ ଉପଯୁକ୍ତ ମାର୍ଗଦର୍ଶିକା ପାଳନ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଛି।

FROM THE WEB

Share this:

Leave a Reply

Your email address will not be published. Required fields are marked *