ପତିଙ୍କ ଆୟକର ରିଟର୍ଣ୍ଣ ବିବରଣୀ ପତ୍ନୀ ଦେଖିପାରିବେ ନାହିଁ !

Share this:

ନୂଆଦିଲ୍ଲୀ: ବ୍ୟକ୍ତିଗତ ଗୋପନୀୟତା କଥା ଆସିଲେ ପତ୍ନୀ ମଧ୍ୟ ସ୍ଵାମୀର ଗୋପନୀୟତା ଜାଣିପାରିବ ନାହିଁ। ଯେହେତୁ ଏହା ଗୋପନୀୟତା କଥା, ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଉପରେ ମଧ୍ୟ ଆଇନ ପ୍ରଯୁଜ୍ୟ ହେବ। ଏହି ଆଇନକୁ ପ୍ରୟୋଗକରି  କେନ୍ଦ୍ରୀୟ ସୂଚନା ଆୟୋଗ (Central Information Commission ) ଏକ ରାୟ ଦେଇଛନ୍ତି ଯେ ସ୍ୱାମୀ ଦାଖଲ କରିଥିବା ଆୟକର ରିଟର୍ଣ୍ଣର ବିବରଣୀ ପତ୍ନୀଙ୍କୁ ଦିଆଯାଇପାରିବ ନାହିଁ।ଏହା ଆରଟିଆଇ ଆକ୍ଟର ( RTI )ଧାରା 8 (1) (j) ଅଧୀନରେ ଆସୁଛି।

କେନ୍ଦ୍ରୀୟ ସୂଚନା ଆୟୋଗ ( CIC) କହିଛନ୍ତି ଯେ ଆୟକର ବିଭାଗର ଜଣେ ବ୍ୟକ୍ତିଙ୍କ ନାମରେ ଦାଖଲ ହୋଇଥିବା ଆୟକର ରିଟର୍ଣ୍ଣ (Income Tax Return File ) ଏକ ସାଧାରଣ କାର୍ଯ୍ୟକଳାପ ନୁହେଁ। ଏହା ଏକ କର୍ତ୍ତବ୍ୟ ଯେ ଜଣେ ବ୍ୟକ୍ତି ଦେଶ  ପ୍ରତି ଟିକସ ( Tax ) ପରିଶୋଧ କରନ୍ତି। ଏହି ସୂଚନା ଆବେଦନକାରୀଙ୍କୁ ଦିଆଯାଇପାରିବ ନାହିଁ, ଏଥିରେ କୌଣସି  ବିସ୍ତୃତ ଜନସାଧାରଣ ସ୍ଵାର୍ଥ (Public Interest ) ନାହିଁ।

ସୂଚନାଯୋଗ୍ୟ ଏହି ମାମଲାରେ  ବାଙ୍ଗାଲୁରରେ ଜଣେ ପତ୍ନୀ ତାଙ୍କ ସ୍ଵାମୀଙ୍କ  ଆୟକର ରିଟର୍ଣ୍ଣ ବିଷୟରେ ସୂଚନା ( Information ) ମାଗି ଆୟକର ବିଭାଗରେ ଆରଟିଆଇ (Right to Information Act ) ଆବେଦନ କରିଥିଲେ, ଯାହାଙ୍କ ସହ ତାଙ୍କର ସମ୍ପର୍କ ଭଲ ନାହିଁ। ଆୟକର ବିଭାଗ ଏହି ଆବେଦନକୁ ଖାରଜ କରି କହିଛି ଯେ ଆୟକର ରିଟର୍ଣ୍ଣ ଗୋପନୀୟ ଅଟେ ଏବଂ ଆରଟିଆଇର ଧାରା 8 (1) (j) ଅନୁଯାୟୀ ବାଦ କରାଯାଇଛି ଯାହା ମାନ୍ୟବର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଦର୍ଶାଇଛନ୍ତି।

ଏହି ମାମଲା କେନ୍ଦ୍ରୀୟ ସୂଚନା ଆୟୋଗ ଏବଂ ସୂଚନା କମିଶନର ସୁପ୍ରିମକୋର୍ଟ ଦେଇଥିବା ରାୟରେ ଦର୍ଶାଇ କହିଛନ୍ତି ଯେ ସ୍ୱାମୀ-ସ୍ତ୍ରୀଙ୍କ ବ୍ୟକ୍ତିଗତ ଝଗଡା ମଧ୍ୟରେ ଧାରା ୮ (1- j) ର ସୁରକ୍ଷା ସେ ପର୍ଯ୍ୟନ୍ତ ହଟାଯାଇପାରିବ ନାହିଁ। ଯେପର୍ଯ୍ୟନ୍ତ ଆବେଦନକାରୀ ପ୍ରମାଣ ନ କରିଛନ୍ତି  ଯେ ଏହି ପ୍ରକାଶ ଏକ ବ୍ୟାପକ ଜନସାଧାରଣଙ୍କ ସ୍ୱାର୍ଥ ସହିତ ଜଡିତ ଅଟେ। ଆୟୋଗ କହିଛନ୍ତି ଯେ ଆରଟିଆଇ ଆକ୍ଟ, ୨୦୦୫ (Right to Information Act.2005) ଅନୁଯାୟୀ ସ୍ୱାମୀ ଏହି ମାମଲାରେ ତୃତୀୟ ପକ୍ଷ ଅଟନ୍ତି।

ଆୟକର ବିଭାଗକୁ ଆୟୋଗ କହିଛନ୍ତି ଯେ ଗତ ବର୍ଷରେ ତାଙ୍କ ସ୍ୱାମୀଙ୍କ ମୋଟ ଆୟ କେତେ ତାହା ପତ୍ନୀଙ୍କୁ ସୀମିତ ସୂଚନା ଦେବା ଉପରେ ବିଚାର କରିପାରନ୍ତି।

Also Read:

Share this: