ଆଜି ରାଜ୍ୟରେ ପୁଣି ୩୨୧୯ କରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର:ରାଜ୍ୟରେ ଆଜି ୩୨୧୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୯୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୨୮୮  ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୨୯ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ  ସର୍ବାଧିକ ୭୩୧ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୧୬୯ ଜଣ, କଟକରୁ ୪୦୦ ଜଣ,କନ୍ଧମାଳ ଜିଲ୍ଲାରୁ ୩୨ ଜଣ,କୋରାପୁଟରୁ ୯୦ ଜଣ, କେନ୍ଦ୍ରାପଡ଼ାରୁ ୫୭ ଜଣ, କେଉଁଝରରୁ ୧୦୨ ଜଣ ଓ କଳାହାଣ୍ଡିରୁ ୩୭ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୭୮ ଜଣ ,ସୁନ୍ଦରଗଡ଼ରୁ ୬୦ ଜଣ ଓ ସୋନପୁର ଜିଲ୍ଲାରୁ ୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ଜିଲ୍ଲାରୁ ୧୧୭ ଜଣ,ଜଗତସିଂହପୁରରୁ  ୬୦ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୬୦ ଜଣ  ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ରୁ ୧୮୫ ଜଣ, ବାଲେଶ୍ଵରରୁ ୧୯୪ ଜଣ ,ବଲାଙ୍ଗୀରି ଜିଲ୍ଲାରୁ ୧୦ ଜଣ ,ବୌଦ୍ଧ ରୁ ୩୬ ଜଣ ଏବଂ ଭଦ୍ରକରୁ ୮୭ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୨୭ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୨୧୭ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୬୨ ଜଣ ,ନବରଙ୍ଗପୁରରୁ ୫୫ ଜଣ ଓ ନୂଆପଡ଼ାରୁ ୪୯ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି, ଢେଙ୍କାନାଳରୁ ୩୭ ଜଣ, ରାୟଗଡାରୁ ୨୫  ଜଣ, ଅନୁଗୋଳରୁ ୬୬ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୧୩୭ ଜଣ ଏବଂ ମାଲକାନଗିରିରୁ ୧୩ ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧୮ ଲକ୍ଷ ୯୧ ହଜାର ୯୯  ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧ଲକ୍ଷ ୯ ହଜାର ୭୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୮୦ ହଜାର ୭୭୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୮ ହଜାର ୪୪୩ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Also Read :

ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ସ୍ମୃତିରେ ୭ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ

ଦୁର୍ନୀତିଗ୍ରସ୍ତ ଓ କାର୍ଯ୍ୟକ୍ଷେତ୍ରରେ ଅପରାଗମାନଙ୍କୁ ବିଦା କରିବେ କେନ୍ଦ୍ର ସରକାର

ସାବଧାନ! ଆଧାର କାର୍ଡରେ ପୁରା ଜୀବନ କାଳରେ ଥରେ ମାତ୍ର ଏହି ଅପଡେଟ୍ କରିପାରିବେ

Share this:

2 thoughts on “ଆଜି ରାଜ୍ୟରେ ପୁଣି ୩୨୧୯ କରୋନା ପଜିଟିଭ ଚିହ୍ନଟ

Leave a Reply

Your email address will not be published. Required fields are marked *