ସରକାରୀ ସ୍କୁଲ ଶିକ୍ଷକଙ୍କୁ କଡ଼ା ନିର୍ଦ୍ଦେଶ, ବାହାରେ ନବୁଲି ସ୍କୁଲର ଦାୟିତ୍ୱ ନିଅ

Share this:

ଭୁବନେଶ୍ଵର (ମହିମା ଲାଇଭ ବ୍ୟୁରୋ): କରୋନା (Covid-19) ସଂକ୍ରମଣ ବ୍ୟାପୁଥିବା କାଳରେ ଦୀର୍ଘ ୬ ମାସରୁ ଊର୍ଦ୍ଧ୍ୱ ସମୟ ଧରି ରାଜ୍ୟର ବିଦ୍ୟାଳୟ ସବୁ ବନ୍ଦ ରହିଛି। ବର୍ତ୍ତମାନ ରାଜ୍ୟରେ ଲକଡାଉନ ଏବଂ ସଟଡାଉନ ଖୋଲିଗଲାଣି। ଅନଲାଇନ ପାଠ ପଢାରେ ସବୁ ଛାତ୍ରଛାତ୍ରୀ ସଫଳ ହୋଇପାରି ନାହାନ୍ତି। ସରକାର ବର୍ତ୍ତମାନ ସ୍କୁଲ ଖୋଲିବା ପାଇଁ ଚିନ୍ତାକଲେଣି। କିଛି ଶିକ୍ଷକ ନିଜ ସ୍କୁଲ ଛାଡି ଅନ୍ୟ ଜିଲ୍ଲାରେ ରହୁଛନ୍ତି।   

Also Read |School Reopens : ଅକ୍ଟୋବର ୧୫ ରୁ ସର୍ତ୍ତ ସହିତ ଖୋଲିବ ବିଦ୍ୟାଳୟ; ଶିକ୍ଷା ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଜାରି 

ତେବେ ହଜାର ହଜାର ଶିକ୍ଷକ କରୋନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। କିନ୍ତୁ, ଲକ୍ଷାଧିକ ଶିକ୍ଷକ ନିଜନିଜ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି। ଏଭଳି କେତେକ ଅଭିଯୋଗକୁ ଆଧାର କରି ଗଣଶିକ୍ଷା ବିଭାଗ (School and Mass education ) ପକ୍ଷରୁ ମୁଖ୍ୟାଳୟ ଛାଡି ବାହାରେ ନବୁଲିବା, ବିଦ୍ୟାଳୟ ଭିତ୍ତିଭୂମିର ଦାୟିତ୍ୱ ନେବା ନେଇ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ (District Education Officer-DEO) ମାନଙ୍କୁ ତାଗିଦ କରିବା ସହ ଏନେଇ ଏକ ନିର୍ଦ୍ଦେଶାନାମା ମଧ୍ୟ ଜାରି କରିଛନ୍ତି।

Also Read |CBSE :ଅକ୍ଟୋବର ୧୫ରୁ ସିବିଏସ୍‍ଇ ଦ୍ୱାରା ଅନୁବନ୍ଧିତ ବିଦ୍ୟାଳୟ, ମହାବିଦ୍ୟାଳୟ ଖୋଲିବା ପାଇଁ ସ୍କୁଲକୁ ଚିଠି

Share this: