MP Aparajita Sarangi: ଭାବନାତ୍ମକ ହୋଇଗଲି, ଆଗାମୀ ଦିନରେ କୋଭିଡ୍ ଆଇନ ଉଲ୍ଲଂଘନ ହେବ ନାହିଁ: ଅପରାଜିତା ଷଡଙ୍ଗୀ

Share this:

ଭୁବନେଶ୍ଵର : ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ (Aparajita Sarangi) ଙ୍କ କାର୍ଯ୍ୟାଳକୁ ସିଲ କରାଯାଇଛି। ସୋସିଆଲ ମିଡିଆରେ ତାଙ୍କ ଜନ୍ମଦିନ ଭିଡିଓ ଭାଇରାଲ ହେବା ପରେ କୋଭିଡ (Covid-19) ନିୟମ ଉଲଙ୍ଘନ ହୋଇଥିବା ଅଭିଯୋଗରେ ତାଙ୍କ ଅଫିସ ସିଲ କରାଯାଇଛି। ଅଫିସ ସିଲ ହେବା ପରେ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ଜନ୍ମଦିନରେ କୋଡିଡ ଆଇନ ଉଲ୍ଲଂଘନ ପ୍ରସଙ୍ଗରେ ମତ ଦେଇଛନ୍ତି। ସେ କହିଛନ୍ତି ଯେ, ସେ ପ୍ରତିଦିନ ମାସ୍କ ପିନ୍ଧି ବିଭିନ୍ନ ସ୍ଥାନକୁ ଯାଇ ଜନସାଧାରଣଙ୍କ ସହ ଆଲୋଚନା କରୁଛନ୍ତି। କିନ୍ତୁ ଜନ୍ମଦିନ ଦିନ ତାଙ୍କ ଅଫିସକୁ ଆସିଥିବା କିଛି ମହିଳା କର୍ମୀମାନଙ୍କ ଅନୁରୋଧରେ  ଭାବନାତ୍ମକ ହୋଇ ମାତ୍ର ୨ ମିନିଟ୍ ଲାଗି ମାସ୍କ ଓହ୍ଲାଇ ସେମାନଙ୍କ ଗହଣକୁ ଆସିଥିଲେ। “ମୁଁ ଲୋକମାନଙ୍କ ଅନୁରୋଧକୁ ଏଡ଼ାଇ ପାରିଲି ନାହିଁ। ଆଗାମୀ ଦିନରେ କୋଡିଡ୍ ଆଇନ ଉଲ୍ଲଂଘନ ହେବ ନାହିଁ” ବୋଲି ସେ ସାମ୍ବାଦିକମାନଙ୍କୁ କହିଛନ୍ତି।

ଅଫିସ ସିଲ ସମ୍ପର୍କିତ ସୂଚନା ହ୍ୱାଟ୍ସଆପ (WhatsApp) ରେ ପାଇଲି ବୋଲି ଅପରାଜିତା କହିଛନ୍ତି। ମୁଁ ବିଜେପିର ଜଣେ ସାଂସଦ, ଲୋକଙ୍କ ଆଶୀର୍ବାଦ ପାଇଛି। କେବଳ ଲୋକଙ୍କ ସେବା ମୋର ଲକ୍ଷ୍ୟ ଏବଂ ଏହାଛଡା ମୋର କୌଣସି ଉଦ୍ଦେଶ୍ୟ ନାହିଁ। କୋଭିଡ-୧୯ ନିୟମ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି। କରୋନା ନେଇ ସମସ୍ତେ ସଚେତନ ରହିବା ଜରୁରୀ। କୌଣସି ପ୍ରକାର ଆକ୍ରୋଶମୂଳକ କାର୍ଯ୍ୟହେବା ଉଚିତ ନୁହେଁ।

ସାଂସଦ ଅପରାଜିତା ବିଜେଡି (BJD) ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି। ବିଜେଡି ବିଧାୟକ ଓ ମନ୍ତ୍ରୀମାନଙ୍କର କୋଡିଡ ନିୟମ ଉଲ୍ଲଂଘନ ସମ୍ବଳିତ ୧୭ଟି ଫଟୋ ଓ ଗୋଟିଏ ଭିଡିଓ ସେ ପ୍ରଦାନ କରି ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ହୋଇନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି। ବିଜେଡି ଅଫିସ କେବେ ସିଲ୍ ହେବ ବୋଲି ପ୍ରଶ୍ନ ଉଠାଇଛନ୍ତି। ଶ୍ରୀମତୀ ଷଢ଼ଙ୍ଗୀ କହିଛନ୍ତି ଯେ, “ନିୟମ ଦୁଇଟି ନ ହେଉ। ମୋ ପାଇଁ ଗୋଟିଏ, ସେମାନଙ୍କ ପାଇଁ ଗୋଟିଏ। ପାତରଅନ୍ତର ନୀତି ଅବଲମ୍ବନ କରା ନଯାଉ”।

ଏହି ଅଭିଯୋଗ ନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।

ସୂଚନା ଯୋଗ୍ୟ,ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ସାଂସଦଙ୍କ ପଳାସପଲ୍ଲୀ ସ୍ଥିତ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି। ସାଂସଦ ଅପରାଜିତା ଷଡଙ୍ଗୀ କାର୍ଯ୍ୟାଳୟରେ କୋଭିଡ୍ ନିୟମ ଉଲଂଘନ କରି ଜନ୍ମଦିନ ପାଳନ କରିବା ଅଭିଯୋଗରେ ତାଙ୍କ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି।

Also Read |Hathras Case: ହାଥରସ୍ ମାମଲାରେ ନକ୍ସଲ ସଂଯୋଗ, ପୀଡିତାଙ୍କ ନକଲି ଭାଉଜ ସାଜି ଚାଲିଥିଲା ଷଡଯନ୍ତ୍ର

Share this: