French Open Finals:ନୋଭାକ୍ ଜୋକୋଭିକ୍ ଏବଂ ରାଫେଲ ନାଡାଲଙ୍କ ମଧ୍ୟରେ ଫାଇନାଲ, ହେବ ରୋମାଞ୍ଚକର

Share this:

ପ୍ୟାରିସ: କ୍ଲେ କୋର୍ଟ ଗ୍ରାଣ୍ଡସ୍ଲାମ ଫ୍ରେଞ୍ଚ ଓପନ୍ ଟେନିସ୍ (French Open Tennis-2020) ଟୁର୍ନାମେଣ୍ଟର ବ୍ଲକବଷ୍ଟର ଟାଇଟଲ୍ ସର୍ବିଆର ନୋଭାକ ଜୋକୋଭିକ୍ (Novak Djokovic) ଏବଂ କ୍ଲେ କୋର୍ଟର ରାଜା ଏବଂ ସ୍ପେନର ୧୨ ଥର ବିଜେତା ରାଫେଲ ନାଡାଲ (Rafael Nadal) ଙ୍କ ମଧ୍ୟରେ ଆସନ୍ତା କାଲି ରବିବାର ଫାଇନାଲ ଖେଳାଯିବ।

ଶୁକ୍ରବାର ଦିନ ସେମିଫାଇନାଲରେ ଏବଂ ଫ୍ରେଞ୍ଚ ଓପନର ଫାଇନାଲରେ ଟପ୍ ସିଡ୍ ଜୋକୋଭିକ୍ ଗ୍ରୀସର ପଞ୍ଚମ ସିଡ୍ ଷ୍ଟିଫାନୋସ୍ ସାଇଟିପାସ୍ (Stefanos-Tsitsipas) କୁ  6-3, 6-2, 5-7, 4-6, 6-1 ରେ ପରାସ୍ତ କରିଛନ୍ତି।  ବିଶ୍ଵର ଦୁଇ ନମ୍ବର ନାଡାଲ କ୍ରମାଗତ ସେଟରେ ଆର୍ଜେଣ୍ଟିନାର ଦ୍ୱାଦଶ ସିଡ୍ ଖେଳାଳି  ଡିଏଗୋସ୍  ସଟଜମ୍ୟାନ୍ (Diego-Schwartzman) ଙ୍କୁ  6-3, 6-3, 7-6  ରେ ପରାସ୍ତ କରି ୧୩ତମ ଥର ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

ଜୋକୋଭିକ୍ ଏବଂ ନାଡାଲଙ୍କ ମଧ୍ୟରେ ଏହା ୫୬ ତମ କ୍ୟାରିୟର ମ୍ୟାଚ୍ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ଜୋକୋଭିକ୍ ୨୯ ଏବଂ ନାଡାଲ ୨୬ରେ ଜିତିଥିବାବେଳେ ଫ୍ରେଞ୍ଚ ଓପନରେ ଉଭୟ ସାତଥର ମୁକାବିଲା କରିଛନ୍ତି ଏବଂ ନାଡାଲ ୬ ଥର ଜିତିଛନ୍ତି।

Also Read |ସରକାରୀ ସ୍କୁଲ ଶିକ୍ଷକଙ୍କୁ କଡ଼ା ନିର୍ଦ୍ଦେଶ, ବାହାରେ ନବୁଲି ସ୍କୁଲର ଦାୟିତ୍ୱ ନିଅ

Share this:

Leave a Reply

Your email address will not be published. Required fields are marked *