Odisha Covid19: ଆଜି ରାଜ୍ୟରେ ଆଉ ୩୮୮୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ମୃତ୍ୟୁସଂଖ୍ୟା ୧୦୦୬

Share this:

ଭୁବନେଶ୍ଵର (ମହିମା ଲାଇଭ ବ୍ୟୁରୋ): ରାଜ୍ୟରେ ଆଜି ୩ ହଜାର ୮୮୫ ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୨୪ ହଜାର ୨୭୩ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୧୧୪୩  ଜଣ ସୁସ୍ଥ କଟକରୁ ୩୨୫ ଜଣ, ଅନୁଗୋଳରୁ ୧୯ ଜଣ, ବରଗଡ଼ରୁ ୮୧ ଜଣ, ଯାଜପୁରରୁ ୧୨୬ ଜଣ, ମୟୁରଭଞ୍ଜରୁ ୧୨୯ ଜଣ, ଭଦ୍ରକରୁ ୬୪ ଜଣ, ବାଲେଶ୍ଵରରୁ ୧୩୩ ଜଣ, ଢେଙ୍କାନାଳରୁ ୭୯ ଜଣ, ପୁରୀରୁ ୧୯୩ ଜଣ, ଜଗତସିଂପୁରରୁ ୭୨ ଜଣ, ରାୟଗଡାରୁ ୭୦ ଜଣ, ଗଞ୍ଜାମରୁ ୪୨ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୭୨ ଜଣ, ନୟାଗଡ ୫୨ ଜଣ, ସୋନପୁରରୁ ୫୦ ଜଣ, ବଲାଙ୍ଗୀରରୁ ୧୦୩ ଜଣ, ସୁନ୍ଦରଗଡରୁ ୧୨୧ ଜଣ, ଝାରସୁଗୁଡାରୁ ୧୫୯ ଜଣ, ନବରଙ୍ଗପୁର ଜିଲ୍ଲାରୁ ୫୬ ଜଣ, କେନ୍ଦ୍ରାପଡା ୧୨୨ ଜଣ, କୋରାପୁଟରୁ ୪୮, କେଉଁଝରରୁ ୧୨୪ ଜଣ, କନ୍ଧମାଳରୁ ୫୯ ଜଣ, ନୂଆପଡ଼ାରୁ ୮୦ ଜଣ, କଳାହାଣ୍ଡିରୁ ୧୧୨ ଜଣ, ଗଜପତିରୁ ୧୫ ଜଣ, ବୌଦ୍ଧରୁ ୨୬ ଜଣ, ମାଲକାନଗିରି ଜିଲ୍ଲାରୁ ୨୬ ଜଣ, ଦେଓଗଡରୁ ୧୬  ଜଣ ଏବଂ ଷ୍ଟେଟ୍ ପୁଲରୁ ୧୬୮ ଜଣ ସୁସ୍ଥ ହୋଇଛନ୍ତି।

ଆଜି ରାଜ୍ୟରେ ୧୫ ଜଣ କରୋନା ଆକ୍ରାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ ହଜାର ଅତିକ୍ରମ କରିଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ୫ ଜଣ, କଟକରୁ ୨ ଜଣ, ବାଲେଶ୍ୱର, ବଲାଙ୍ଗୀର, ଗଞ୍ଜାମ, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ ହଜାର ୬କୁ ବୃଦ୍ଧି ପାଇଛି।

Share this: