Angul Covid19: ଅନୁଗୋଳ ଜିଲ୍ଲାରୁ ଆଜି ୨୧୭ କରୋନା ପଜିଟିଭ ଚିହ୍ନଟ

Share this:

ଅନୁଗୋଳ (ମହିମା ଲାଇଭ): ଅନୁଗୋଳ ଜିଲ୍ଲାରେ ଦିନକୁ ଦିନ କରୋନା ଚିନ୍ତା ବଢାଉଛି। ଅନୁଗୋଳ ଜିଲ୍ଲାରୁ ଆଜି ଶୁକ୍ରବାର ୨୧୭ ଜଣ ନୂଆ କରୋନା ପଜିଟିଭ (Covid-19) ଚିହ୍ନଟ ହୋଇଛନ୍ତି। ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ଆଜି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୧ ରେ ପହଞ୍ଚିଲା

ଆଜି ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ କଣିହାଁ ଅଞ୍ଚଳରୁ ସର୍ବାଧିକ ୪୨ ଜଣ, ତାଳଚେର ପୌରାଞ୍ଚଳରୁ, ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୩୦ ଜଣ, ତାଳଚେର ବ୍ଳକ୍ ଅଞ୍ଚଳରୁ ୨୬ ଜଣ, ଅନୁଗୋଳ ପୌରାଞ୍ଚଳରୁ ୨୬ ଜଣ, ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୧୭ ଜଣ, ଅନୁଗୋଳ ବ୍ଳକ୍ ଅଞ୍ଚଳରୁ ୧୬ ଜଣ, ପାଳଲହଡା ବ୍ଳକ୍ ଅଞ୍ଚଳରୁ ୧୫ ଜଣ ଅଛନ୍ତି। ସେହିପରି ଆଠମଲ୍ଲିକ ବ୍ଲକ୍ ଅଞ୍ଚଳରୁ ୭ ଜଣ ଓ କିଶୋରନଗର ବ୍ଲକ୍ ଅଞ୍ଚଳରୁ ୫ ଜଣ  ଅଛନ୍ତି।

ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ କହିଛନ୍ତି।

ଆଜି ଅନୁଗୋଳ ଜିଲ୍ଲାରୁ ୧୪୩ ଜଣ କରୋନା ମୁକ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୩ ଜଣ କୋଭିଡ ହସପିଟାଲରୁ, ୨ଜଣ କୋଭିଡ କେୟାର ସେଣ୍ଟରରୁ ଏବଂ ୧୨୮ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି।

Also Read| Covid: କରୋନା ଚିକିତ୍ସା ପାଇଁ ଯୋଗ ଏବଂ ଆୟୁର୍ବେଦିକକୁ ସରକାରଙ୍କ ଅନୁମୋଦନକୁ ନେଇ IMA ଅସନ୍ତୋଷ

◆Mahimalive ବର୍ତ୍ତମାନ ଫେସବୁକରେ ମଧ୍ୟ ଉପଲବ୍ଧ। ଆମର Facebook Official Page (@mahimalivenews) ରେ ଯୋଗଦେବାକୁ Click Here

Share this: