ଅନୁଗୋଳରୁ ୫ଜଣ କରୋନା ପଜିଟିଭ ଚିହ୍ନଟ ସହ ସଂଖ୍ୟା ୫୫ରେ ପହଞ୍ଚିଲା

Share this:

ଅନୁଗୋଳ ଜିଲ୍ଲାରୁ ଆଜି ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୫ ଜଣ କୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ  ସଂଖ୍ୟା ୫୫ ରେ ପହଂଚିଲା। ଏମାନକ ମଧ୍ୟରେ ବଅଁରପାଳ ବ୍ଳକର ଏକ ସଂଗରୋଧ କେନ୍ଦ୍ରରେ ଜଣେ ୨୭ ବର୍ଷ ବୟସ୍କ ଯୁବକ ଚଳିତ ମାସ ୮ ତାରିଖରୁ ହରିୟାନାରୁ ଆସି ସଂଗରୋଧରେ ଥିଲେ। ସେହିପରି ଉକ୍ତ ବ୍ଲକ ଅଂଚଳର ଜଣେ ୨୫ ବର୍ଷୀୟ ଯୁବକ ଚଳିତ ମାସ ୧୧ ତାରିଖରୁ ଛତିଶଗଡରୁ ଆସି ସରକାରୀ ସଙ୍ଗରୋଧ ରେ ଥିଲେ। ପରେ ସେ ଚଳିତ ମାସ ୧୭ ତାରିଖରେ ଗୃହ ସଙ୍ଗରୋଧ ରେ ରହିଥିବା ଅବସ୍ଥାରେ ତାଙ୍କର ନମୁନା ପଜିଟିଭ ବାହାରିଛି ।

ପ୍ରଶାସନ ଦ୍ଵାରା  ସ୍ଥିରିକୃତ ଅନୁଗୋଳ ସହରର ଏକ ହୋଟେଲର ସଙ୍ଗରୋଧ ରେ ଚଳିତ ମାସ ୧୭ ତାରିଖରୁ ଥିବା ଜଣେ ୩୩ ବର୍ଷିୟ ନୂଆଦିଲ୍ଲୀ ଫେରନ୍ତା ଯୁବକଙ୍କର ସ୍ଵାବ  ନମୁନାରୁ ପଜିଟିଭ ବାହାରିଛି । ଚତୁର୍ଥ ପଜିଟିଭ ଜଣକ ୧୯ ବର୍ଷିୟ ଯୁବକ ଚେନାଇରୁ ଫେରି ଅନୁଗୋଳ ବ୍ଲକ ଅଂଚଳର ଏକ ସଂଗରୋଧ କେନ୍ଦ୍ରରେ ଚଳିତ ମାସ ୧୨ ତାରିଖରୁ ରହିଥୁଲେ । ଏହି ୪ ଜଣକର କୌଣସି ଲକ୍ଷଣ ନଥାଇ ପଜିଟିଭ ବାହାରିଥୁବାବେଳେ ୫ମ ପଜିଟିଭ ଜଣକ ୨୧ ବର୍ଷିୟ ଯୁବକ କିଶୋରନଗର ବ୍ଳକ୍ ଅଂଚଳର ଏକ ସଂଗରୋଧ କେନ୍ଦ୍ରରେ ଚଳିତ ମାସ ୧୧ ତାରିଖ ଠାରୁ ହାଇଦ୍ରାବାଦରୁ ଫେରି ରହିଥିଲେ ଓ ତାଙ୍କ ଠାରେ କରୋନା ଲକ୍ଷଣ ଥାଇ ସ୍ଵାବ ନମୁନା ପରିକ୍ଷାରୁ ସେ ପଜିଟିଭ ଥିବାର ଜଣାପଡିଛି ବୋଲି ଆଜି ଏକ ପ୍ରେସ ବିବୃତିରେ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି ।

Share this: