Corona Odisha : ରାଜ୍ୟରେ ଆଜି ପୁଣି ୩୧୪୪ କରୋନା ପଜିଟିଭ ଚିହ୍ନଟ, ସୁନ୍ଦରଗଡରୁ ସର୍ବାଧିକ

Share this:

ଭୁବନେଶ୍ଵର: ଆଜି ରାଜ୍ୟର ୩୦ଜିଲ୍ଲାରୁ ରେକର୍ଡ ସଂଖ୍ୟକ ୩ ହଜାର ୧୪୪ ଜଣ କରୋନା (Corona Virus) ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୮୨୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୩୨୧ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ବିନା ଲକଡାଉନରେ କରୋନା ସହ ଲଢିବା, ସଭିଏଁ ମାସ୍କ ପିନ୍ଧିବା ଏବଂ ସମସ୍ତ କୋଭିଡ଼ ନିୟମ ପାଳନ କରିବାକୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।   

ଆଜି ସର୍ବାଧିକ ୫୨୩ଜଣ କରୋନା ସଂକ୍ରମିତ ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନଗୁଳରୁ ୪୯ଜଣ, ବାଲେଶ୍ଵରରୁ ୨୮ଜଣ, ବରଗଡ଼ରୁ ୧୫୬ଜଣ, ଭଦ୍ରକରୁ ୫୧ଜଣ, ବଲାଙ୍ଗୀରିରୁ ୯୨ଜଣ, ବୌଦ୍ଧରୁ ୭ଜଣ, କଟକରୁ ୧୪୦ଜଣ, ଦେଓଗଡ଼ରୁ ୨୧ଜଣ, ଢେଙ୍କାନାଳରୁ ୧ଜଣ, ଗଜପତିରୁ ୬୭ଜଣ, ଗଞ୍ଜାମରୁ ୪୪ଜଣ, ଜଗତସିଂପୁରରୁ ୧୮ଜଣ, ଯାଜପୁରରୁ ୭୬ଜଣ, ଝାରସୁଗୁଡାରୁ ୧୧୯ଜଣ, କଳାହାଣ୍ଡିରୁ ୫୩ଜଣ, କନ୍ଧମାଳରୁ ୧୩ଜଣ, କେଉଁଝରରୁ ୧୨୮ଜଣ, ଖୋର୍ଦ୍ଧାରୁ ୪୯୭ଜଣ କୋରାପୁଟରୁ ୧୮ଜଣ, କେନ୍ଦ୍ରାପଡ଼ାରୁ ୧୫ଜଣ, ମୟୁରଭଞ୍ଜରୁ ୬୮ଜଣ, ମାଲକାନଗିରିରୁ ୪ଜଣ, ନବରଙ୍ଗପୁରରୁ ୯୬ଜଣ, ନୟାଗଡ଼ରୁ ୨୯ଜଣ,ନୂଆପଡ଼ାରୁ ୩୯୫ଜଣ, ପୁରୀରୁ ୧୨୯ଜଣ, ରାୟଗଡାରୁ ୪୪ଜଣ, ସମ୍ବଲପୁରରୁ ୧୪୯ଜଣ, ସୋନପୁରରୁ ୪ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୧୦ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୯୫ ଲକ୍ଷ ୬୫ ହଜାର ୪୨୭ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୬୪ ହଜାର ୫୯୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୯୫୨ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୪୩ ହଜାର ୫୨୨ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୯ହଜାର ୭୭ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”10233″]

Also Read | Corona ଏଥର ବାୟୁ ମାଧ୍ୟମରେ ବ୍ୟାପୁଛି! କିପରି ଏହାକୁ ଏଡାଇ ହେବ ବିଶେଷଜ୍ଞ କହିଲେ ଉପାୟ

Share this: