Angul Night Curfew: ଅନୁଗୁଳ ଜିଲ୍ଲାରେ ୩୬ଟି ସ୍ଥାନରେ ଆଜିଠାରୁ ନାଇଟ କଫ୍ୟୁ ଲାଗୁ

Share this:

ଅନୁଗୁଳ: ଦେଶ ତଥା ରାଜ୍ୟରେ କରୋନା ସଂକ୍ରମଣ (Corona Pandemic) ମାମଲା ଦିନକୁ ଦିନ ରେକର୍ଡ ଭାଙ୍ଗି ଆଗକୁ ବଡୁଛି। ଏଥିଲାଗି ଜାରି କରାଯାଇଛି କୋଭିଡ଼ କଟକଣା। ସେହିପରି ଅନୁଗୁଳ (Angul) ଜିଲ୍ଲାରେ କରୋନାର ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ୩୬ଟିସ୍ଥାନରେ ଆଜି ଶନିବାର ଠାରୁ ନାଇଟ୍ କଫ୍ୟୁ (Night Curfew) ଜାରି କରିଛନ୍ତି। ଦୈନିକ ରାତି ୯ଟାରୁ ଭୋର ୫ଟା ଯାଏ କଫ୍ୟୁ ରହିବ ବୋଲି ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି। କଫ୍ୟୁ ସମୟରେ ମାଲ ପରିବହନ କରୁଥିବା ଗାଡ଼ି ସହ ଜରୁରୀ ସେବାରେ ନିୟୋଜିତ କର୍ମଚାରୀମାନେ ସେମାନଙ୍କ ପରିଚୟପତ୍ର ଦେଖାଇ ଯାତାୟାତ କରିପାରିବେ।

ଆଜିଠାରୁ ଅନୁଗୁଳ ପୌରାଞ୍ଚଳ ସହ ପେରିଫେରି ଅଞ୍ଚଳ ତୁରଙ୍ଗ, ଶୁଶୁଡ଼ା, ଖଲାରୀ, ଜରାସିଂହା, କୁମଣ୍ଡ ପଞ୍ଚାୟତରେ ଏହି ନାଇଟ୍ କଫ୍ୟୁ ଲାଗୁ ହେବ। ସେହିପରି ଛେଳିଆପଡ଼ା ଛକ, ନୂଆମୌଜା, କୁମରିସିଂହା ଛକ, ବନ୍ତଳା ଛକ ଓ ବଡ଼କେରା ଛକରେ ମଧ୍ୟ ଲାଗୁ କରାଯାଇଛି। ବଅଁରପାଳ ବ୍ଲକର ବଅଁରପାଳ ଛକ, ନାଲ୍‌କୋ, ମହୀଧରପୁର ଛକ, ଜରପଡ଼ା ଜଙ୍କଶନ୍‌ରେ ନାଇଟ୍‌ କଫ୍ୟୁ ରହିବ। ଛେଣ୍ଡିପଦା ବ୍ଲକର ଛେଣ୍ଡିପଦା ଛକ, କୋଶଳା ଛକ, ବାଗେଡ଼ିଆ ଛକ, ତାଳଚେର ବ୍ଲକର ଏଫ୍‌ସିଆଇ ଛକ, ଟିଟିପିଏସ୍ ଥର୍ମାଲ ବଜାର ଓ ହାଟ, କଣିହାଁ ସହରାଞ୍ଚଳ, ବହୁର ଛକ, ହାଟତୋଟା ଛକ, ଶର୍ମା ଛକ, ହଣ୍ଡିଧୁଆ ଛକ, ଏନଟିପିସି ବାଇପାସ୍ ଛକ, ରେଙ୍ଗାଳି ମାର୍କେଟ, ସମଲ ମାର୍କେଟକୁ କଟକଣାରେ ସାମିଲ କରାଯିବ। ସେହିପରି ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ, ବଇଣ୍ଡା ଜଙ୍କଶନ୍, କିଶୋରନଗର, ମହୀଧପୁର ଜଙ୍କଶନ୍, କିଆକଟା ଜଙ୍କଶନ୍, ପାଲଲହଡ଼ା ବ୍ଲକ ବାଲିପଶିର ଦେବଗଡ଼ ପ୍ରବେଶପଥ, ଖମାର ଏବଂ କଣ୍ଟେଇପଶି, କେନ୍ଦୁଝରକୁ ପ୍ରବେଶ ପଥ ଥିବା କଣ୍ଟାଳରେ ଏହି ନାଇଟ୍ କଫ୍ୟୁକୁ ବଳବତ୍ତର ରଖାଯିବ।

ରାତିରେ ରାସ୍ତା ପାର୍ଶ୍ଵ ଢାବା ଗୁଡ଼ିକ ଖୋଲା ରହିବ। ବିବାହ ଶୋଭାଯାତ୍ରାକୁ ଅନୁମତି ପ୍ରଦାନ କରାଯିବ ନାହିଁ। ବିବାହ ଭୋଜିରେ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି। ଶନିବାରଠାରୁ କୌଣସି ଧାର୍ମିକ, ରାଜନୈତିକ, ସାଂସ୍କୃତିକ ବୈଠକ ଆୟାଜନ କରାଯାଇ ପାରିବ ନାହିଁ। ହାଟ, ବଜାର ଓ ମାଛ ମାର୍କେଟରେ ମାସ୍କ ଓ ବାଧ୍ୟତାମୂଳକ ଉପରେ ଧ୍ୟାନ ଦିଆଯିବ। ରେଷ୍ଟୁରାଣ୍ଟ, ବାର, ଫିଲ୍ମହଲ ଓ ପାର୍କରେ ୫୦ ପ୍ରତିଶତ ଲୋକ ରହିପାରିବେ। ଯାତ୍ରା ଓ ଅପେରାରେ ୧ହଜାର ଲୋକଙ୍କୁ ଅନୁମତି ପ୍ରଦାନ କରାଯାଇଛି। ଏସବୁ ନିୟମର ଉଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

[amazon_auto_links id=”10233″]

Also Read | Odisha Examination: ଓଡ଼ିଶା ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷା ସ୍ଥଗିତ

Share this: