Angul Covid Updates: ଅନୁଗୁଳରୁ ପୁଣି ୫୩ କରୋନା ପଜିଟିଭ ଚିହ୍ନଟ

Share this:

ଅନୁଗୁଳ: କରୋନା ଭୂତାଣୁ (Corona Virus) ର ଦ୍ଵିତୀୟ ଲହରରେ ଅନୁଗୁଳ ଜିଲ୍ଲାରୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଦୈନିକ ପ୍ରାୟ ୫୦ ଉପରେ ରହୁଛି। ଅନୁଗୁଳ ଜିଲ୍ଲାରୁ ଶନିବାର ଦିନ ୫୩ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ  ମୋଟ୍ ପଜିଟିଭ୍ ସଂଖ୍ୟା ୧୩ ହଜାର ୫୪ରେ ପହଞ୍ଚିଛି।

ଆଜି ଜିଲ୍ଲାରୁ  ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ  ମଧ୍ୟରେ କଣିହାଁ ବ୍ଲକରୁ ସର୍ବାଧିକ ୧୨ ଜଣ ଚିହ୍ନଟ ହୋଇଥିବାବେଳେ ଛେଣ୍ଡିପଦା ବ୍ଲକରୁ ୮ଜଣ, ଅନୁଗୁଳ ପୌରପାଳିକାରୁ ୭ଜଣ, ତାଳଚେର ପୌରପାଳିକାରୁ ୭ଜଣ, ବଅଁରପାଳ ବ୍ଳକରୁ ୭ଜଣ, କିଶୋରନଗର ବ୍ଲକରୁ ୭ଜଣ , ତାଳଚେର ବ୍ଲକରୁ ୨ଜଣ, ଅନୁଗୁଳ ବ୍ଲକରୁ ଜଣେ, ଆଠମଲ୍ଲିକ ଏନ୍‌ଏସିରୁ ଜଣେ ଓ ପାଲଲହଡ଼ା ବ୍ଲକରୁ ଜଣେ ରହିଛନ୍ତି। ଅନ୍ୟପକ୍ଷରେ ଦିନକରେ ଜିଲାରୁ ୩୨ ଜଣ କରୋନାରୁ ସୁସ୍ଥ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସେହିପରି କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଆମେ ସଚେତନ ଓ ସତର୍କ ରହିବା ସହିତ ସଠିକ୍ ଭାବରେ ମାସ୍କ ପରିଧାନ,ସାମାଜିକ ଦୂରତା ଅବଲମ୍ବନ ଓ ନିୟମିତ ହାତ ଧୋଇବା ବର୍ତ୍ତମାନ ସମୟର ସବୁଠାରୁ ବଡ ଆବଶ୍ୟକତା ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

[amazon_auto_links id=”10233″]

Also Read |Covid Guidelines: ସରକାରୀ, ବେସରକାରୀ ଅଫିସ, ବ୍ୟାଙ୍କ ଏବଂ ବ୍ୟବସାୟୀକ ପ୍ରତିଷ୍ଠାନ ଖୋଲିବା ନେଇ ନୂଆ ଗାଇଡଲାଇନ ଲାଗୁ

Share this: