CBSE :ଅକ୍ଟୋବର ୧୫ରୁ ସିବିଏସ୍‍ଇ ଦ୍ୱାରା ଅନୁବନ୍ଧିତ ବିଦ୍ୟାଳୟ, ମହାବିଦ୍ୟାଳୟ ଖୋଲିବା ପାଇଁ ସ୍କୁଲକୁ ଚିଠି

Share this:

ନୂଆଦିଲ୍ଲୀ : ଚଳିତ ଅକ୍ଟୋବର ୧୫ ତାରିଖରୁ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ପାଇଁ ନିୟମାବଳୀ ଜାରି କରାଯାଇଛି। ଜାରି ହୋଇଥିବା ଏହି ନିୟମାବଳୀକୁ ମାନି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ, ସିବିଏସ୍‍ଇ (CBSE) ଦ୍ୱାରା ଅନୁବନ୍ଧିତ ବିଦ୍ୟାଳୟ ଏବଂ ମହାବିଦ୍ୟାଳଗୁଡ଼ିକୁ ଖୋଲିବା ପାଇଁ ସିବିଏସ୍‍ଇ ପକ୍ଷରୁ ସମସ୍ତ ପ୍ରଧାନଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କୁ ଅବଗତ କରାଯାଇଛି।

ସେହିପରି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପାଇଁ ୫୦ ପୃଷ୍ଠା ସମ୍ବଳିତ ନିୟମାବଳୀ ଜାରି କରାଯାଇଥିବାବେଳ ଶିକ୍ଷାନୁଷ୍ଠାନ ପରିସରରେ ସାମାଜିକ ଦୂରତ୍ୱ, ହାତସଫା ବ୍ୟବସ୍ଥା, ଅଯଥା ଗହଳି ନକରିବା, ବିଦ୍ୟାଳୟରେ କୌଣସି ଉତ୍ସବ ପାଳନ ନକରିବା ପାଇଁ ଡାକବାଜି ଯନ୍ତ୍ର ଦ୍ୱାରା ସମସ୍ତ ଅଭିଭାବକଙ୍କୁ ସଚେତନ କରିବାକୁ କୁହାଯାଇଛି।

Also Read| School Reopens : ଅକ୍ଟୋବର ୧୫ ରୁ ସର୍ତ୍ତ ସହିତ ଖୋଲିବ ବିଦ୍ୟାଳୟ; ଶିକ୍ଷା ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଜାରି

◆Mahimalive ବର୍ତ୍ତମାନ ଫେସବୁକରେ ମଧ୍ୟ ଉପଲବ୍ଧ। ଆମର Facebook Official Page (@mahimalivenews) ରେ ଯୋଗଦେବାକୁ Click Here

Share this: