Odisha Covid-19: ଆଜି ରାଜ୍ୟରେ ୧୩୪୦ ଜଣ କରୋନାରୁ ସୁସ୍ଥ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ୧ ହଜାର ୩୪୦ ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୯୨ ହଜାର ୪୭୭ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୧୫୯ ଜଣ, କଟକରୁ ୯୯ ଜଣ, ଅନୁଗୋଳରୁ ୨୮ ଜଣ, ବରଗଡ଼ରୁ ୭୧ ଜଣ, ଯାଜପୁରରୁ ୪୩ ଜଣ, ମୟୁରଭଞ୍ଜରୁ ୫୫ ଜଣ, ଭଦ୍ରକରୁ ୩୦ ଜଣ, ବାଲେଶ୍ଵରରୁ ୪୫ ଜଣ, ଢେଙ୍କାନାଳରୁ ୨୦ ଜଣ, ପୁରୀରୁ ୬୩ ଜଣ, ଜଗତସିଂପୁରରୁ ୫୬ ଜଣ, ରାୟଗଡାରୁ ୫ ଜଣ, ଗଞ୍ଜାମରୁ ୨୫ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୩୩ ଜଣ, ନୟାଗଡରୁ ୯ ଜଣ, ସୋନପୁରରୁ ୧୯ ଜଣ, ବଲାଙ୍ଗୀରରୁ ୮୬ ଜଣ, ସୁନ୍ଦରଗଡରୁ ୧୦୬ ଜଣ, ଝାରସୁଗୁଡାରୁ ୪୧ ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୧ ଜଣ, କେନ୍ଦ୍ରାପଡା ୭୬ ଜଣ, କୋରାପୁଟରୁ ୨୧ ଜଣ, କେଉଁଝରରୁ ୫୫ ଜଣ, କନ୍ଧମାଳରୁ ୨୧ ଜଣ, ନୂଆପଡ଼ାରୁ ୭୦ ଜଣ, କଳାହାଣ୍ଡିରୁ ୨୭ ଜଣ, ମାଲକାନଗିରି ଜିଲ୍ଲାରୁ ୨୧ ଜଣ, ଦେଓଗଡରୁ ୮ ଜଣ ଏବଂ ଷ୍ଟେଟ୍ ପୁଲରୁ ୧୭ ଜଣ ସୁସ୍ଥ ହୋଇଛନ୍ତି।

Also Read : Odisha Bypoll: ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ଶାସକ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟୀ

Share this: