PM Modi: ଆସନ୍ତା ୧୩ ତାରିଖରେ ଦୁଇଟି ଆୟୁର୍ବେଦିକ ପ୍ରତିଷ୍ଠାନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

Share this:

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୩ ତାରିଖ ଦିନ ଜାମନଗରଠାରେ ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ITRA) ଏବଂ ଜୟପୁରଠାରେ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନ (NIA) ର  ଉଦଘାଟନ କରିବେ। ପଞ୍ଚମ ଆୟୁର୍ବେଦ ଦିବସ ଅବସରରେ ଭିଡିଓ କନଫରେନ୍ସ ଜରିଆରେ ଉଦଘାଟିତ ହେବାକୁ ଥିବା ଏହି ଦୁଇଟି ପ୍ରତିଷ୍ଠାନ ଏକବିଂଶ ଶତାବ୍ଦୀରେ ଆୟୁର୍ବେଦ କ୍ଷେତ୍ରରେ ସମଗ୍ର ବିଶ୍ଵକୁ ନେତୃତ୍ଵ ଦେବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ, ଧନ୍ଵନ୍ତରୀ ଜୟନ୍ତୀକୁ ୨୦୧୬ରୁ ଆୟୁର୍ବେଦ ଦିବସ ଭାବେ ପାଳନ କରାଯାଇ ଆସୁଛି। ଚଳିତ ବର୍ଷ ଏହା ଆସନ୍ତା ୧୩ ତାରିଖରେ ପଡିବ। ଆୟୁର୍ବେଦ ଦିବସ ଏହି ପେଶା ଓ ସମାଜ ନିମନ୍ତେ ଉତ୍ସର୍ଗୀକୃତ। ଏହା କୌଣସି ଉତ୍ସବ ବା ସମାବେଶ ପାଇଁ ଉଦ୍ଦିଷ୍ଟ ନୁହେଁ। ଚଳିତ ବର୍ଷ ଆୟୁର୍ବେଦ ଦିବସ ପାଳନ ଅବସରରେ କୋଭିଡ-୧୯ (Covid-19 ) ବୈଶ୍ଵିକ ମହାମାରୀ ପାଇଁ ଆୟୁର୍ବେଦର ଭୂମିକା ମୁଖ୍ୟ ବିଷୟ ରହିବ।

ଆୟୁଷ ପଦ୍ଧତିରେ ଅନ୍ତର୍ନିହିତ ଅନେକ ସ୍ଵାସ୍ଥ୍ୟସେବା ଓ ଅଳ୍ପ ବ୍ୟୟଯୁକ୍ତ ବିଷୟଗୁଡ଼ିକୁ ଲୋକଲୋଚନାକୁ ଆଣି ଏହା ଜନସ୍ୱାସ୍ଥ୍ୟ ଦିଗରେ କିପରି ଉପାଦେୟ ହେବ ତାହା ସରକାରଙ୍କ ଏକ ପ୍ରାଥମିକତା। ସେ ଦୃଷ୍ଟିରୁ ଆୟୁଷ ଶିକ୍ଷାର ଆଧୁନିକରଣ ମଧ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ। ଗତ ୩-୪ ବର୍ଷ ମଧ୍ୟରେ ଏଦିଗରେ ବହୁବିଧ ପଦକ୍ଷେପମାନ ନିଆଯାଇଛି। ଏଦିଗରେ ଜାମନଗରସ୍ଥିତ ଆଟିଆରଏ ଏବଂ ଜୟପୁରର ଏନଆଇଏ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଓ ଏହାକୁ ଡିମ୍ଡ଼ ବିଶ୍ଵବିଦ୍ୟାଳୟର ମାନ୍ୟତା ଦେବା ଆୟୁର୍ବେଦ ଶିକ୍ଷାର ଆଧୁନିକରଣ ଦିଗରେ ଏକ ଐତିହାସିକ ପଦକ୍ଷେପ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାଛଡା ଔଷଧପତ୍ରର ଉପଯୋଗ କ୍ଷେତ୍ରରେ ମଧ୍ୟ ଏହା ଏକ ବିରାଟ ପଦକ୍ଷେପ। ସେଦୃଷ୍ଟିରୁ ଏହି ପ୍ରତିଷ୍ଠାନ ଦୁଇଟିକୁ ଆୟୁର୍ବେଦ ଶିକ୍ଷା ଦିଗରେ ସ୍ଵୟଂଶାସିତ କ୍ଷମତା ଦିଆଯିବ ଓ ଜାତୀୟ ଓ ଆନ୍ତର୍ଜାତୀୟ ସ୍ଵାସ୍ଥ୍ୟସେବାର ଆୟୁର୍ବେଦିକ ଚିକିତ୍ସା ଓ ଗବେଷଣା କ୍ଷେତ୍ରରେ ଏକ ବଳିଷ୍ଠ ଭୂମିକା ତୁଲାଇପାରିବ। 

Also Read | Odisha Covid-19: ଆଜି ରାଜ୍ୟରେ ୧୨୨୦ ଜଣ କରୋନା ସଂକ୍ରମିତ ଚିହ୍ନଟ

Share this:

Leave a Reply

Your email address will not be published. Required fields are marked *