Covid-19 Odisha: ରାଜ୍ୟରେ ୧୮ ଜିଲ୍ଲାରୁ ୫୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

Share this:

ଭୁବନେଶ୍ଵର: ରାଜ୍ୟରେ ଗତ କିଛିଦିନ ହେବ ଶହେ ତଳେ କରୋନା (Covid -19) ସଂକ୍ରମିତଙ୍କ ସଂଖ୍ୟା ରହିଛି। ଆଜି ଗୋଟିଏ ଦିନରେ ୧୮ଟି ଜିଲ୍ଲାରୁ ୫୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୩୬ ହଜାର ୬୩୬କୁ ବୃଦ୍ଧି ପାଇଛି ।

ରାଜ୍ୟରେ ବର୍ତମାନ ୩ଲକ୍ଷ ୩୪ ହଜାର ୫୩ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ ମାମଲା ୬୧୬ ରହିଥିବା ସୂଚନା ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍‍ କରି ସୂଚନା ଦିଆଯାଇଛି।

ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୫୮ଜଣଙ୍କ ମଧ୍ୟରୁ ୩୪ ଜଣ ସଙ୍ଗରୋଧରୁ ହୋଇଥିବା ବେଳେ ୨୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ସୁନ୍ଦରଗଡ ଓ ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୮ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ବଲାଙ୍ଗୀର ଓ ମୟୂରଭଞ୍ଜରୁ ୫ଜଣ, କଟକ ଓ ଯାଜପୁରରୁ ୪, ଝାରସୁଗୁଡ଼ା-ନୂଆପଡ଼ା-ବରଗଡ଼ରୁ ୩ ଜଣ ଲେଖାଏଁ, ବଲାଙ୍ଗୀର-କଳାହାଣ୍ଡି- ପୁରୀ-ଅନୁଗୁଳରୁ ୨ ଜଣ ଲେଖାଏଁ ଏବଂ ଖୋର୍ଦ୍ଧା-ନୟାଗଡ଼-ସୋନପୁରରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି।

[amazon_auto_links id=”9939″]

Share this: