Odisha Covid19: ଆଜି ରାଜ୍ୟରେ ଆଉ ୪୨୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ୪ ହଜାର ୨୧୯ ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ଲକ୍ଷ ୮୫ ହଜାର ୭୦୦ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୬୨୮ ଜଣ ସୁସ୍ଥ କଟକରୁ ୪୯୪ ଜଣ, ବରଗଡ଼ରୁ ୧୧୨ ଜଣ, ଯାଜପୁରରୁ ୧୨୯ ଜଣ, ମୟୁରଭଞ୍ଜରୁ ୧୫୩ ଜଣ, ଭଦ୍ରକରୁ ୧୧୪ ଜଣ, ବାଲେଶ୍ଵରରୁ ୧୧୯ ଜଣ, ଢେଙ୍କାନାଳରୁ ୮୫ ଜଣ, ପୁରୀରୁ ୨୬୪ ଜଣ, ଜଗତସିଂପୁରରୁ ୧୬୩ ଜଣ, ରାୟଗଡାରୁ ୧୨୯ ଜଣ, ଗଞ୍ଜାମରୁ ୬୧ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୧୧୩ ଜଣ, ଅନୁଗୋଳରୁ ୨୦୯ ଜଣ, ନୟାଗଡ ୫୪ ଜଣ, ସୋନପୁରରୁ ୭୯ ଜଣ, ବଲାଙ୍ଗୀରରୁ ୧୨୩ ଜଣ, ସୁନ୍ଦରଗଡରୁ ୫୫ ଜଣ, ଝାରସୁଗୁଡାରୁ ୨୩୨ ଜଣ, ନବରଙ୍ଗପୁର ଜିଲ୍ଲାରୁ ୭୫ ଜଣ, କେନ୍ଦ୍ରାପଡା ୧୬୧ ଜଣ, କୋରାପୁଟରୁ ୭୨, କେଉଁଝରରୁ ୮୩ ଜଣ, କନ୍ଧମାଳରୁ ୮୭ ଜଣ, ନୂଆପଡ଼ାରୁ ୬୦ ଜଣ, କଳାହାଣ୍ଡିରୁ ୩୫ ଜଣ, ଗଜପତିରୁ ୩୯ ଜଣ, ବୌଦ୍ଧରୁ ୪୯ ଜଣ, ମାଲକାନଗିରି ଜିଲ୍ଲାରୁ ୫୬ ଜଣ,ଦେଓଗଡରୁ ୨୧ ଜଣ ଏବଂ ଷ୍ଟେଟ୍ ପୁଲରୁ ୧୬୨ସୁସ୍ଥ ହୋଇଛନ୍ତି।

Also Read:Unlock 5.0 Guidelines:କେନ୍ଦ୍ର ସରକାର ଅନଲକ୍ ୫.୦ ପାଇଁ ନିର୍ଦ୍ଦେଶନାମା ଜାରି, କଣ ରହିଛି…

Share this: