୧୯ କିଲୋଗ୍ରାମ ଓଜନ LPG ସିଲିଣ୍ଡରର ମୂଲ୍ୟ ୧୦୨ ଟଙ୍କା ହ୍ରାସ

indane lpg cylinder gas
Share this:

ନୂଆଦିଲ୍ଲୀ: ଇଂରାଜୀ ନୂଆବର୍ଷରେ LPG ଉପଭୋକ୍ତାଙ୍କ ପାଇଁ ଆଶ୍ୱସ୍ତି ମିଳିଛି। ରାଷ୍ଟ୍ରୀୟ ତୈଳ ବିପଣନକାରୀ କମ୍ପାନୀଗୁଡିକ ୧୯ କିଲୋଗ୍ରାମ ଓଜନର ବ୍ୟବସାୟିକ ସିଲିଣ୍ଡର ପିଛା ମୂଲ୍ୟ ୧୦୨ ଟଙ୍କା ୫୦ ପଇସା ହ୍ରାସ କରିଛନ୍ତି। ଯାହାକି ରେଷ୍ଟୁରାଣ୍ଟ ଓ ଖାଦ୍ୟ ପଦାର୍ଥ ବିକ୍ରି କରୁଥିବା ଦୋକାନୀଙ୍କ ପାଇଁ ଆଶ୍ୱସ୍ତି ଆଣିଛି।

ସୂଚନାଯୋଗ୍ୟ ୨୦୨୧ ଡିସେମ୍ବର ୧ ରେ ୧୯ କେଜି ବ୍ୟବସାୟିକ ସିଲିଣ୍ଡର ପିଛା ମୂଲ୍ୟ ୧୦୦ ଟଙ୍କା ବୃଦ୍ଧି କରାଯାଇଥିଲା। ଯାହାକି ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ଦ୍ୱିତୀୟ ସର୍ବାଧିକ ମୂଲ୍ୟ ଥିଲା। କିନ୍ତୁ ଘରୋଇରେ ବ୍ୟବହାର କରାଯାଉଥିବା ୧୪.୨ କେଜି, ୫ କେଜି ଏବଂ ୧୦ କେଜି ସିଲିଣ୍ଡର ମୂଲ୍ୟରେ କୌଣସି ହ୍ରାସ କରାଯାଇନାହିଁ।

Share this: