PRARAMBH : କମିସନରେଟ ପୁଲିସ ପକ୍ଷରୁ ଆରମ୍ଭ ହେଲା “ପ୍ରାରମ୍ଭ” ଯୋଜନା

Share this:

ଭୁବନେଶ୍ଵର: ଟୁଇନ୍‍ସିଟି କଟକ (CUTTACK) ଓ ଭୁବନେଶ୍ୱରରେ (BHUBANESWAR) ଅପହରଣ ଓ ନିଖୋଜ ମାମଲାକୁ ରୋକାଯିବା ଲାଗି କମିସନରେଟ୍‍ ପୁଲିସ (COMMISSIONERATE POLICE) ପକ୍ଷରୁ ଏକ ନୂତନ ଯୋଜନା ‘ପ୍ରାରମ୍ଭ’ର (PRARAMBH) ଶୁଭାରମ୍ଭ କରାଯାଇଛି। ଭୁବନେଶ୍ୱରସ୍ଥିତ କମିସନରେଟ୍‍ ପୁଲିସର ମୁଖ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହାର ଶୁଭାରମ୍ଭ କରିଛନ୍ତି।

ଏଥିଲାଗି ଏକ ସ୍ୱତନ୍ତ୍ର ସହାୟତା ନମ୍ବର ଜାରି କରାଯାଇଛି। ଏହି ନମ୍ବରଟି ହେଲା ୦୬୭୪-୨୫୪୫୪୪୫। ସରକାରୀ କାର୍ଯ୍ୟଦିବସ ଗୁଡ଼ିକରେ ଦିନ ୧୦ଟାରୁ ଅପରାହ୍ଣ ୫ଟା ମଧ୍ୟରେ ନିଖୋଜ ଓ ଅପହରଣ ସମ୍ପର୍କରେ ଏହି ନମ୍ବର ମାଧ୍ୟମରେ ଅଭିଯୋଗ କରାଯାଇପାରିବ। ଏଥିଲାଗି ସଂପୃକ୍ତ ବ୍ୟକ୍ତିଙ୍କୁ ଅଭିଯୋଗ କରିବା ପାଇଁ ଆଉ ଥାନାକୁ ଯିବାକୁ ପଡିବ ନାହିଁ।

ଏହି ଯୋଜନାରେ ସାମାଜିକ ଗଣମାଧ୍ୟମ ଜରିଆରେ ପୁଲିସ ପକ୍ଷରୁ ବସ୍ତି ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ସଚେତନ କରାଯିବ। ଏହାଛଡା ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ୱତନ୍ତ୍ର କର୍ମଶାଳା ଆୟୋଜନ କରାଯାଇ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏ ସମ୍ପର୍କରେ ସଚେତନ କରାଯିବ ବୋଲି ସୂଚନା ଦିଆଯାଇଛି।

Share this:

Leave a Reply

Your email address will not be published. Required fields are marked *