Unlock 5.0 Guidelines:କେନ୍ଦ୍ର ସରକାର ଅନଲକ୍ ୫.୦ ପାଇଁ ନିର୍ଦ୍ଦେଶନାମା ଜାରି, କଣ ରହିଛି…

Share this:

ନୂଆଦିଲ୍ଲୀ: ଅକ୍ଟୋବର ୧ରୁ ଦେଶରେ ଅନଲକ୍-୫ (Unlock-5.0) ନେଇ କେନ୍ଦ୍ର ସରକାର ଗାଇଡ୍ ଲାଇନ୍ ଜାରି କରିଛନ୍ତି। କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଏଥିପାଇଁ ଗାଇଡ୍ ଲାଇନ୍ ଜାରି କରିଛନ୍ତି। ରାଜ୍ୟ ସରକାର ସ୍କୁଲ ଖୋଲିବା ନେଇ ନିଷ୍ପତି ନେଇପାରିବେ।

କେନ୍ଦ୍ର ସରକାର ବୁଧବାର ଅନଲକ୍ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆସନ୍ତାକାଲି ଗୁରୁବାର ଅନଲକ୍ ୫.୦ ଆରମ୍ଭ ହେବ। ଏହା ଅଧୀନରେ ସରକାର ଅକ୍ଟୋବର ୧୫ରୁ ସିନେମା ହଲ୍, ମନୋରଞ୍ଜନ (Entertainment ), ପାର୍କ, ସୁଇମିଂ ପୁଲ୍ ଖୋଲିବାକୁ ଅନୁମତି ଦେଇଛନ୍ତି। ତେବେ ସିନେମା ହଲକୁ ୫୦ ପ୍ରତିଶତ କ୍ଷମତା ସହିତ ଖୋଲିବାକୁ ଅନୁମତି ଦିଆଯାଇଛି।

ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ, ରାଜ୍ୟ ସରକାର ଅକ୍ଟୋବର ୧୫ ପରେ ବିଦ୍ୟାଳୟ ଏବଂ କୋଚିଂ (Coaching) ପ୍ରତିଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନେବେ। ତଥାପି, ଏଥିପାଇଁ ପିତାମାତାଙ୍କ ସମ୍ମତି ଆବଶ୍ୟକ ହେବ।

ସୂଚନାଯୋଗ୍ୟ,ଭାରତରେ କରୋନା ଭୂତାଣୁ (Covid-19) ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗୋଟିଏ ଦିନରେ ୮୦ ହଜାର ୪୭୨ ନୂତନ ରୋଗ ଆସିବା ପରେ ବୁଧବାର ଦେଶରେ ମୋଟ ସଂକ୍ରମିତ ସଂଖ୍ୟା ୬୨ ଲକ୍ଷରୁ ଅଧିକ ହୋଇଛି। ସଂକ୍ରମଣମୁକ୍ତ ଲୋକଙ୍କ ସଂଖ୍ୟା ମଧ୍ୟ ୫୧ ଲକ୍ଷ ୮୭ ହଜାର ୮୨୫ କୁ ବୃଦ୍ଧି ପାଇଛି। ସୁସ୍ଥତା ହାର ୮୩.୩୩ ପ୍ରତିଶତ ରହିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଦେଶରେ ସମୁଦାୟ ସଂକ୍ରମଣ ମାମଲା ୬୨ ଲକ୍ଷ ୨୫ ହଜାର ୭୬୩ କୁ ବୃଦ୍ଧି ପାଇଥିବାବେଳେ ୧୧୭୯ ଜଣଙ୍କ ମୃତ୍ୟୁ ହୋଇଛି।  ମୋଟ  ମୃତ୍ୟୁ ସଂଖ୍ୟା ୯୭ ହଜାର ୪୯୭ କୁ ବୃଦ୍ଧି ପାଇଛି।

Also Read: Babri Masjid demolition:ବାବ୍ରି ମସଜିଦ ଭାଙ୍ଗିବା ଘଟଣାରେ ଆଡଭାନୀ, ଯୋଶୀ, ଉମାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ; ଆଡଭାନୀ କହିଲେ ‘ଜୟ ଶ୍ରୀରାମ’

Share this: