Odisha Matric Result:ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ , ୯୭.୮୯ ପ୍ରତିଶତ ପାସ୍, ଛାତ୍ରୀମାନେ ଆଗରେ

Share this:

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (BSE) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା-୨୦୨୧ (Matric Board Examination-2021) ଫଳାଫଳ ପ୍ରକାଶ ପାଇଛି। ଆଜି କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ରେଗୁଲାର ଓ ଏକ୍ସ ରେଗୁଲାଲ ସହିତ ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ (Open School) ସାର୍ଟିଫିକେଟ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏ ବର୍ଷ ୯୭.୮୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଚଳିତ ବର୍ଷ ପାସ୍ ହାର ୯୭.୮୯ ପ୍ରତିଶତ ରହିଛି। ମୋଟ୍ ୫ ଲକ୍ଷ ୭୪ ହଜାର ୧୨୫ ପିଲାଙ୍କ ମଧ୍ୟରୁ ୫ ଲକ୍ଷ ୬୨ ହଜାର ୧୦ ଜଣ ମାଟ୍ରିକ ପରୀକ୍ଷା ପାସ୍ ହୋଇଛନ୍ତି।

ସୂଚନାଯୋଗ୍ୟ କରୋନା ମହାମାରୀ ଯୋଗୁଁ ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ପ୍ରକାଶ ପାଇଲା ଫଳାଫଳ। ମାଟ୍ରିକ ପରୀକ୍ଷାରେ ଛାତ୍ରୀମାନେ ଆଗୁଆ ଅଛନ୍ତି। ଚଳିତ ବର୍ଷ A-1 ରେ ୨ ହଜାର ୬୫୬, A-2 ରେ ୨୨ ହଜାର ୧୩୧ ଜଣ ପାସ କରିଛନ୍ତି। ସେହିପରି B-1 ରେ ୫୨ ହଜାର ୨୯୯, B-2 ରେ ୯୪ ହଜାର ୪୭୫, ସି ଗ୍ରେଡରେ ୧ ଲକ୍ଷ ୩୭ ହଜାର ୧୪, ଡି ଗ୍ରେଡରେ ୧ ଲକ୍ଷ ୫୧ ହଜାର ୬୩୯, ଇ ଗ୍ରେଡରେ ୧ ଲକ୍ଷ ୧ ହଜାର ୭୯୬ ଓ ଏଫ ଗ୍ରେଡରେ ୭ ହଜାର ୭୦୩ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛି। ସେହିପରି ୫ହଜାର ୯୪୫ ସ୍କୁଲରେ ପାସ୍‌ହାର ଶତପ୍ରତିଶତ ରେଜଲ୍ଟ ରହିଛି।

ସନ୍ଧ୍ୟା ୬ଟା ପରଠାରୁ ୨ଟି ୱେବସାଇଟ୍‌ରେ ଉପଲବ୍ଧ ହେବ ପରୀକ୍ଷା ଫଳାଫଳ। ପରୀକ୍ଷାର୍ଥୀ ନିଜର ରେଜଲ୍ଟ bseodisha.ac.inbseodisha.nic.in ୱେବସାଇଟରେ ଦେଖିପାରିବେ।

[amazon_auto_links id=”10233″]

Also Read | Corona:ଆଜି ଓଡ଼ିଶାରୁ ଆଉ ୪୦ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Share this:

Leave a Reply

Your email address will not be published. Required fields are marked *