Covid: ଢେଙ୍କାନାଳ ଜିଲ୍ଲାରେ ଆଜି ନୂଆ ୪୨ ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରେ ଆଜି କମିଛି କରୋନା (Covid-19) ସଂକ୍ରମିତଙ୍କ ସଂଖ୍ୟା। ଜିଲ୍ଲାରୁ ଆଜି ନୂଆ ୪୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୩୪ ଏବଂ ହସ୍ପିଟାଲରୁ ୮ଜଣ ଚିହ୍ନଟ ଅଛନ୍ତି।

ଆଜି ସଦର ବ୍ଲକ (Sadar) ବ୍ଲକରୁ ଚିହ୍ନଟ ୧୦ଜଣଙ୍କ ମଧ୍ୟରୁ ରାଇଡ଼ିହି, ତରଭା, ଗୋହିରାଖାଲ, ଗୋବିନ୍ଦପୁର, ବାଲ୍ୟାମ୍ବା, ମଙ୍ଗଳପୁର, ବେଙ୍ଗୁନିଆପାଳ, ପର୍ବତିଆ  ଏବଂ ସିଆରିଆରୁ ଜଣେ ଲେଖାଏଁ ଅଛନ୍ତି।

ଗଁଦିଆ ବ୍ଲକ (Gondia Block) ରୁ ୧୦ଜଣ ଚିହ୍ନଟ ହୋଇଛନ୍ତି। ମହୁଲଖୋଳି, ଗଁଦିଆ ଏବଂ ବାରାଦାରୁ ୨ଜଣ ଥିବାବେଳେ ଅର୍ଣ୍ଣବପୁର, ବିଧାରପୁର, ଯମୁସରା ଏବଂ ଲତାଦେଇପୁରରୁ ଜଣେ ଲେଖାଏଁ ଅଛନ୍ତି।

ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଷ୍ଟେସନ୍ ବଜାର, କୋରିଆଁ, ଚାନ୍ଦବାଲିସାହି, ଖମାରସାହି ଏବଂ ଭଗବାନପୁରରୁ ଜଣେ ଲେଖାଏଁ ଅଛନ୍ତି।

ହିନ୍ଦୋଳ ବ୍ଲକ (Hindol Block) ରୁ ୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ କଲଣ୍ଡା, ପତଳୁ, ଗଣ୍ଡାନାଳି ଏବଂ ଖଳିବୋରେଇରୁ ଜଣେ ଲେଖାଏଁ ଅଛନ୍ତି। ହିନ୍ଦୋଳ NAC ରୁ ଜଣେ ଚିହ୍ନଟ ହୋଇଛନ୍ତି।

କାମାକ୍ଷାନଗର ବ୍ଲକ (Kamakhyanagar Block) ଅଞ୍ଚଳରୁ ୨ଜଣ ଚିହ୍ନଟ ହୋଇଛନ୍ତି। ଜକା ଏବଂ ବାଉଁଶପାଳରୁ ଜଣେ ଲେଖାଏଁ ଅଛନ୍ତି। ପର୍ଜଙ୍ଗ ବ୍ଲକରୁ ୨ଜଣ ଚିହ୍ନଟ ହୋଇଛନ୍ତି। ପର୍ଜଙ୍ଗରୁ ଏବଂ କଣ୍ଢେଇଖୋଲରୁ ଜଣେ ଲେଖାଏଁ ଅଛନ୍ତି। କାମାକ୍ଷାନଗର NAC ରୁ ୨ଜଣ, ଭୁବନ ବ୍ଲକରୁ ୨ଜଣଙ୍କ ମଧ୍ୟରୁ ଲୋକପଲି ଏବଂ ଆଦିପୁରାରୁ ଜଣେ ଲେଖାଏଁ ଥିବାବେଳେ କଙ୍କଡାହାଡ ବ୍ଲକରୁ ଜଣେ ଏବଂ ଅନ୍ୟାନ୍ୟ ହସ୍ପିଟାଲରୁ ୩ଜଣ ଅଛନ୍ତି। 

ଢେଙ୍କାନାଳ ଜିଲ୍ଲାରେ ଗତକାଲି ୧୪୩୫ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୩ ଲକ୍ଷ ୩୧ ହଜାର ୬୯୨ ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୭ ହଜାର ୪୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୫୩ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୬ ହଜାର ୨୪୧ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୭୪୫ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9932″]

Also Read | Covid-19 Odisha:ଆଜି ଓଡ଼ିଶାରୁ ନୂଆ ୨୯୧୨ ଜଣ କରୋନା ସଂକ୍ରମିତ ଚିହ୍ନଟ

Share this: