Lockdown: ଫେରିଲା ଲକଡାଉନ, ଡିସେମ୍ବର ୨ ପର୍ଯ୍ୟନ୍ତ ଇଂଲଣ୍ଡରେ ଲାଗୁ

Share this:

ଲଣ୍ଡନ୍: ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ (Prime Minister Boris Johnson) ଶନିବାର ଦିନ ୨ ଡିସେମ୍ବର ପର୍ଯ୍ୟନ୍ତ ଇଂଲଣ୍ଡ (England) ରେ ଲକଡାଉନ ଘୋଷଣା କରିଛନ୍ତି। ବିଶେଷଜ୍ଞଙ୍କ ଆଶଙ୍କା ପରେ ସେମାନେ ଏହି ନିଷ୍ପତ୍ତି ନେଇଛନ୍ତି, ଯଦି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ଡିସେମ୍ବର ସୁଦ୍ଧା କରୋନା ଭୂତାଣୁ (Corona virus) ଆକ୍ରାନ୍ତଙ୍କ ମୃତ୍ୟୁରେ ତୀବ୍ର ବୃଦ୍ଧି ଘଟିବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ଇଂଲଣ୍ଡରେ କରୋନା ମାମଲା ଏକ ଲକ୍ଷ ଅତିକ୍ରମ କରିଛି।

ଇଂଲଣ୍ଡ ବୈଜ୍ଞାନିକ ପରାମର୍ଶଦାତା ଚେତାବନୀ ଦେଇଛନ୍ତି ଯେ ବାରମ୍ବାର କରୋନା ଭୂତାଣୁ ହେତୁ ଡାକ୍ତରଖାନାରେ ଭର୍ତ୍ତି ରୋଗୀ ଏବଂ ମୃତ୍ୟୁ ସଂଖ୍ୟା ମହାମାରୀର ଶିଖରରେ ଦେଖାଯାଇଥିବା ସ୍ତରଠାରୁ ଅଧିକ ହୋଇପାରେ।

ଏପିଡେମିଓଲୋଜିଷ୍ଟ ଜନ୍ ଏଡମଣ୍ଡସ୍ (Epidemiologist  John Edmunds), ସରକାରଙ୍କ ବୈଜ୍ଞାନିକ ପରାମର୍ଶଦାତା ଗୋଷ୍ଠୀର ଜଣେ ସଦସ୍ୟ କହିଛନ୍ତି ଯେ ପରିସ୍ଥିତି ଏହାଠାରୁ ବହୁତ ଅଧିକ ଖରାପ ହୋଇପାରେ।

ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ସଂକ୍ରମଣ ସ୍ତର ଉପରେ ଆଧାର କରି ବ୍ରିଟେନ ପାଇଁ ସ୍ଥାନୀୟ କଟକଣା ପ୍ରଣୟନ କରିଥିଲେ, କିନ୍ତୁ ବୈଜ୍ଞାନିକମାନେ ଏହା ପର୍ଯ୍ୟାପ୍ତ ନୁହେଁ ବୋଲି କହିଛନ୍ତି। ଟାଇମ୍ସ ଅଫ୍ ଲଣ୍ଡନ (The Times of London) ଅନୁଯାୟୀ, ଜନସନ ଏକ ମାସର ଲକଡାଉନ ଘୋଷଣା କରିଛନ୍ତି। ନୂତନ ଲକଡାଉନରେ ଅନାବଶ୍ୟକ ବ୍ୟବସାୟ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି। ଲୋକଙ୍କୁ ଘରେ ରହିବାକୁ କୁହାଯାଇଛି। ତଥାପି, ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ଖୋଲା ରହିବ। ବ୍ରିଟେନରେ ଦିନକୁ ୨୦ ହଜାର ରୁ ଅଧିକ ନୂଆ କରୋନା ଭାଇରସ୍ (Coronavirus) ମାମଲା ଦେଖାଦଉଛି।

ପ୍ରଧାନମନ୍ତ୍ରୀ ଜନସନ କହିଛନ୍ତି ଯେ କେହି ଏଭଳି ପଦକ୍ଷେପକୁ କୋଣସି ସ୍ଥାନରେ କାର୍ଯ୍ୟକାରୀ କରିବାକୁ ଚାହାଁନ୍ତି ନାହିଁ। ଆମର ଆଶା ଥିଲା ଯେ ସ୍ଥାନୀୟ କାର୍ଯ୍ୟ, ସ୍ଥାନୀୟ ନେତୃତ୍ୱ ଦ୍ୱାରା ଆମେ ସଂକ୍ରମଣ ହାର ହ୍ରାସ କରିପାରିବା। ଆମେ ପ୍ରକୃତି ଏବଂ ଏହି ଦେଶର ସାମ୍ନାରେ ବିନମ୍ର ହୋଇଗଲେ। ୟୁରୋପର ଅଧିକାଂଶ ଅଞ୍ଚଳରେ ଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଯଦି ପୁଣି ଲକଡାଉନ ଭଳି ପ୍ରତିବନ୍ଧକ ଲଗାଯାଏ ନାହିଁ ତେବେ ଆମେ ଆମ ଦେଶରେ ପ୍ରତିଦିନ ହଜାର ହଜାର ମୃତ୍ୟୁବରଣ ଦେଖିପାରିବା।

ବ୍ରିଟେନର ବୃହତ୍ତମ ତଥା ଜନବହୁଳ ଅଞ୍ଚଳ ଇଂଲଣ୍ଡ ପାଇଁ ଦ୍ୱିତୀୟ ସ୍ଥାନୀୟ ଲକଡାଉନ୍ ସହିତ ୱେଲ୍ସ (Wales), ସ୍କଟଲ୍ୟାଣ୍ଡ (Scotland) ଏବଂ ଉତ୍ତର ଆୟର୍ଲାଣ୍ଡରେ (Northern Ireland) କଡା ପ୍ରତିବନ୍ଧକ ରହିଛି। ସ୍କଟଲ୍ୟାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ଭ୍ରମଣରୁ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। କରୋନାର ସମ୍ଭାବ୍ୟ ଦ୍ୱିତୀୟ ୱେଭ (Second Wave) କୁ ଦୃଷ୍ଟିରେ ରଖି ଫ୍ରାନ୍ସ (France), ବେଲଜିୟମ (Belgium) ଏବଂ ଜର୍ମାନୀ (Germany) ପୂର୍ବରୁ କଡା ପ୍ରତିବନ୍ଧକ ଲଗାଇଛନ୍ତି।

Also Read| Turkey Earthquake: ତୁର୍କୀରେ ଭୟଙ୍କର ଭୂକମ୍ପ, ସମୁଦ୍ର ଜଳ ହେଲା ଅଦୃଶ୍ୟ

Share this: