Corona:ଢେଙ୍କାନାଳ ଜିଲ୍ଲାରୁ ଆଜି ୧୦୬ କରୋନା ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରୁ ଆଜି ୧୦୬ଜଣ କରୋନା (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine)ରୁ ୯୭ଜଣ ଏବଂ ହସ୍ପିଟାଲରୁ ୯ଜଣ ଚିହ୍ନଟ ହୋଇଛନ୍ତି।

ଆଜି ଚିହ୍ନଟଙ୍କ ମଧ୍ୟରେ ସଦର ବ୍ଲକ (Sadar Block) ରୁ ୨୧ଜଣଙ୍କ ମଧ୍ୟରେ ନାରଣପୁରରୁ ୩ଜଣ, କୁରୁମଟାଙ୍ଗର ଏବଂ ଗୋବିନ୍ଦପୁରରୁ ୨ଜଣ ଲେଖାଏଁ,  ନଡିଆଳି, ଡେରାଶିଙ୍ଗା, ଶୁଆଖାଇକାଟେଣି, ମହୁଲପାଳ, ମଙ୍ଗଳପୁର, ଭାପୁର, ନଛିପୁରା, ସାରିଆଁ, ତାଳବାରକୋଟ, ଗଜମରା, ଖମାର, ପତ୍ରଭଙ୍ଗା, ସିଆରିଆ ଏବଂ ମହୁଲପୁଞ୍ଜିରୁ ଜଣେ ଲେଖାଏଁ ଅଛନ୍ତି।   

ସେହିପରି ହିନ୍ଦୋଳ ବ୍ଲକ (Hindol Block) ରୁ ଚିହ୍ନଟ ୧୭ଜଣଙ୍କ ମଧ୍ୟରୁ ବାବନ୍ଧରୁ ୩ଜଣ, କାରନ୍ଦା, ରଞ୍ଜାଗୋଳ ଏବଂ ବେଡ଼ାପଡାରୁ ୨ଜଣ ଲେଖାଏଁ ଅଛନ୍ତି। ବରଡାପାଳ, ନୂଆହିନ୍ଦୋଳ, ଠୋକର, ଜରଡା, ଗୋହିରାଚଡ, ନୂଆବଗ, କଡଲା ଏବଂ ଦିଅରପଶିରୁ ଜଣେ ଲେଖାଏଁ ଅଛନ୍ତି।  

ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୧୫ଜଣଙ୍କ ମଧ୍ୟରେ ଦେଉଳସାହିରୁ ୫ଜଣ, ଭାଗିରଥୀବିହାର ଏବଂ କୁଂଜକାନ୍ତରୁ ୨ଜଣ ଲେଖାଏଁ ଅଛନ୍ତି। DHH ଢେଙ୍କାନାଳ, ମହିଷାପାଟ, ମହାବୀର ବଜାର, ଗଜମରା ବାଜିଚୌକ ଏବଂ ଗୁଡିଆନଳୀରୁ ଜଣେ ଲେଖାଏଁ  ଚିହ୍ନଟ ହୋଇଛନ୍ତି।

କାମାକ୍ଷାନଗର ବ୍ଲକ (Kamakhyanagar Block) ରୁ ୧୪ଜଣଙ୍କ ମଧ୍ୟରେ ଖଟଖୁରାରୁ ୪ଜଣ, ଜୁଲାଙ୍ଗ ଏବଂ ବାଲିଗୋରଡାରୁ ୩ଜଣ ଲେଖାଏଁ ଅଛନ୍ତି। ସାରୁଆଳି, ରଜକୁଳକାଟେଣି, ଉଦୟଗିରୀ ଏବଂ ବୋଲୁଆରୁ ଜଣେ ଲେଖାଏଁ ଅଛନ୍ତି।         

ଗଁଦିଆ ବ୍ଲକ (Gondia Block) ରୁ ୧୪ଜଣଙ୍କ ମଧ୍ୟରେ ସନ୍ଥପୁରରୁ ୫ଜଣ, ଇରନ୍ଦାରୁ ୩ଜଣ, ଦଲସିଙ୍ଗା, ସନ୍ଥସରା, ଆରୁହାଁ,ମହିଷାକଡ଼ା, ମାଧପୁର ଏବଂ ଗୋପାଳପୁରରୁ ଜଣେ ଲେଖାଏଁ ଅଛନ୍ତି।    

ଓଡ଼ାପଡା ବ୍ଲକ (Odapada Block) ରୁ ୮ଜଣଙ୍କ ମଧ୍ୟରେ ଇନ୍ଦିପୁରରୁ ୨ଜଣ, କାଶିଆଡିହି, ସିମିନଇ, ହରିପୁର, ଗୋବିନ୍ଦପ୍ରସାଦ, କାଣ୍ଡବିନ୍ଧା ଏବଂ ସାରିଆଁପଡ଼ାରୁ ଜଣେ ଲେଖାଏଁ ଅଛନ୍ତି।

ପର୍ଜଙ୍ଗ ବ୍ଲକ (Parjang Block) ରୁ ଚିହ୍ନଟ ୬ ଜଣଙ୍କ ମଧ୍ୟରୁ କଲଡାରୁ ୨ଜଣ, ଖାଲପାଳ, ବଡ଼ଝରା, ଓଡ଼ସିଂହା ଏବଂ ତଂଲହତାରୁ ଜଣେ ଲେଖାଏଁ  ଚିହ୍ନଟ ହୋଇଛନ୍ତି। ସେହିପରି ଭୁବନ ଏନଏସିରୁ ୨ଜଣ, ଭୁବନ ବ୍ଲକରୁ ୨ଜଣ, କାମାକ୍ଷାନଗର ଏନଏସିରୁ ୨ଜଣ ଏବଂ ଅନ୍ୟାନ୍ୟ ହସ୍ପିଟାଲରୁ ଜଣେ ଚିହ୍ନଟ ହୋଇଛନ୍ତି।  

ଢେଙ୍କାନାଳ ଜିଲ୍ଲାରେ ଗତକାଲି ୧୫୮୨ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୩ଲକ୍ଷ ୧ ହଜାର ୩୬୯ଟି ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୪ ହଜାର ୭୮୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରୁ ମୋଟ ୧୧ ହଜାର ୭୧୧ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୩ ହଜାର ୩୬ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9932″]

Also Read | ଅନୁଗୁଳ ଜିଲ୍ଲାରୁ ୩୭୯ ଜଣ Corona ପଜିଟିଭ ଚିହ୍ନଟ, ସୋମବାରରୁ ଦିଆଯିବ ୧୮ ବର୍ଷରୁ ଅଧିକଙ୍କୁ ଟୀକା

Share this: