Covid-19: ଆଜି ରାଜ୍ୟରୁ ରେକର୍ଡ ସଂଖ୍ୟକ ୪୨ଜଣ କରୋନାରେ ମୃତ୍ୟୁ

Share this:

ଭୁବନେଶ୍ୱର: ରାଜ୍ୟରେ କରୋନା (Corona Virus) ଜନିତ ମୃତ୍ୟୁ ସଂଖ୍ୟା କମିବାର ନା ନେଉନି। ପୁଣି ଆଜି ଆଉ ୪୨ ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨ ହଜାର ୯୯୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି କରୋନା ମୃତକଙ୍କ ମଧ୍ୟରେ ଅନୁଗୁଳ, କଟକ ଏବଂ ଖୋର୍ଦ୍ଧାରୁ ୪ଜଣ ଲେଖାଏଁ ଅଛନ୍ତି। ସେହିପରି  ଦେବଗଡ, କଳାହାଣ୍ଡି, ବୌଦ୍ଧ ଏବଂ ଝାରସୁଗୁଡାରୁ ୩ ଲେଖାଏଁ ଅଛନ୍ତି। ମୟୁରଭଞ୍ଜ, ରାୟଗଡା, ଗଜପତି, ଜଗତସିଂହପୁର, ସୁନ୍ଦରଗଡରୁ ୨ ଲେଖାଏଁ ଅଛନ୍ତି। କୋରାପୁଟ, କନ୍ଧମାଳ, ଯାଜପୁର, ପୁରୀ, ନୂଆପଡା, ମାଲକାନଗିରି, ଗଞ୍ଜାମ, ବରଗଡରୁ ଜଣେ ଲେଖାଏଁ ଅଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୨୧ ଲକ୍ଷ ୮୩ହଜାର ୧୧୬ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୮ ଲକ୍ଷ ୧୩ହଜାର ୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୭ ହଜାର ୬୧୬ ସୁସ୍ଥ ହେବା ସହିତ ମୋଟ ୭ ଲକ୍ଷ ୩୨ ହଜାର ୧୮ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୮ ହଜାର ୩୧ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। 

Also Read | Twitter କୁ ସରକାରଙ୍କ ଶେଷ କଡ଼ା ଚେତାବନୀ, ନୂତନ ନିୟମ ମାନ ନଚେତ୍…

[amazon_auto_links id=”9932″]

Share this: