ଅନୁଗୋଳ ଜିଲ୍ଲାରେ ଆଜି ୧୦୯ କରୋନା ପଜିଟିଭ ଚିହ୍ନଟ,ମୋଟ ୧୫୦୩

Share this:

ଅନୁଗୋଳ: ଅନୁଗୋଳ ଜିଲ୍ଲାରୁ ବୁଧବାର ୧୦୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଜିଲ୍ଲାରେ ପଜିଟିଭ ସଂଖ୍ୟା ୧୫୦୩ ରେ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଆଠମଲ୍ଲିକ ବ୍ଲକ ଅଞ୍ଚଳରୁ ସର୍ବାଧିକ ୩୨ ଜଣଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରେ ୧୫ ଜଣ ପୁରୁଷ ଓ ୧୭ ଜଣ ମହିଳା ଅଛନ୍ତି। ବଅଁରପାଳ ବ୍ଲକ ଅଞ୍ଚଳରୁ ୨୭ ଜଣ ଚିହ୍ନଟଙ୍କ ମଧ୍ୟରେ ୧୭ ଜଣ ପୁରୁଷ ଓ ୧୦ ଜଣ ମହିଳା ଅଛନ୍ତି।

ସେହିପରି  ତାଳଚେର ବ୍ଲକ ଅଞ୍ଚଳରୁ ଚିହ୍ନଟ ୧୫ ଜଣଙ୍କ ମଧ୍ୟରେ  ୧୨ ଜଣ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି।  ଛେଣ୍ଡିପଦା ଅଞ୍ଚଳରୁ ୯ ଜଣ ଚିହ୍ନଟଙ୍କ ମଧ୍ୟରେ ୭ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି। ଅନୁଗୁଳ ପୌରାଞ୍ଚଳରୁ ୮ ଜଣ ଚିହ୍ନଟଙ୍କ ମଧ୍ୟରୁ ୫ ଜଣ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି।  କଣିହାଁ ବ୍ଲକ ଅଞ୍ଚଳରୁ ୭ ଜଣ ଚିହ୍ନଟଙ୍କ ମଧ୍ୟରୁ ୬ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି ।

Also Read:ଓଡ଼ିଶାରେ ଆଜି ପୁଣି ୩୭୪୮ କରୋନା ପଜିଟିଭ ଚିହ୍ନଟ, ମୋଟ ୧,୩୫,୧୩୦ ଚିହ୍ନଟ

ସେହିପରି ତାଳଚେର ପୌରଞ୍ଚଳରୁ ୩ ଜଣ, ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳରୁ ୩ ଜଣ ଓ ପାଲଲହଡା ବ୍ଲକ ଅଞ୍ଚଳରୁ ୨ ଜଣ ଆକ୍ରାନ୍ତ  ଚିହ୍ନଟ ହୋଇଥିବା ବେଳେ ସମସ୍ତ ଆକ୍ରାନ୍ତ ପୁରୁଷ ଅଟନ୍ତି। ଅନୁଗୁଳ ବ୍ଲକ ଅଞ୍ଚଳର ୩ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ପୁରୁଷ ଓ ଜଣେ ମହିଳା ଚିହ୍ନଟ ହୋଇଛନ୍ତି। ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବା ଜଣାପଡିଛି। ଏହା ମଧ୍ୟରେ ସୁସ୍ଥ ହୋଇଥିବା ୪ ଜଣଙ୍କୁ ନିଜ ଘରେ ଆଇସୋଲେସନ ରେ ରହିବାକୁ ପରାମର୍ଶ ଦିଆଯାଇଛି। ପୂର୍ବରୁ ସୁସ୍ଥ ହୋଇଥିବା ୫୪୫ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୫୪୯ ରେ ପହଞ୍ଚିଛି।

Also Read:

Share this: