India-France: ଆତଙ୍କବାଦ ପ୍ରସଙ୍ଗରେ ଭାରତର ଫ୍ରାନ୍ସକୁ ସମର୍ଥନ, ତୁର୍କୀ ବିରୋଧରେ କୂଟନୈତିକ ମୋର୍ଚ୍ଚା

Share this:

 ନୂଆଦିଲ୍ଲୀ (mahimalive): ଭାରତ ମଧ୍ୟ କାଶ୍ମୀର ଉପରେ ଭାରତ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରୁଥିବା ତୁର୍କୀ (Turkey) ବିରୋଧରେ କୂଟନୈତିକ (Diplomatic) ମୋର୍ଚ୍ଚା  ବିଶ୍ଵସ୍ତରରେ ଜାରି ରଖିଛି। ତୁର୍କୀ ସବୁବେଳେ କାଶ୍ମୀର ପ୍ରସଙ୍ଗନେଇ ଅଯଥା ଭାରତର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ପୁରାଇଥାଏ। ଫ୍ରାନ୍ସ ରାଷ୍ଟ୍ରପତି (France President) ଇମାନୁଏଲ ମାକ୍ରୋ (Emmanuel Macron) ଙ୍କ ବିରୋଧରେ ତୁର୍କୀ ଏବଂ ପାକିସ୍ତାନ (Pakistan) ର ଅଭିଯାନ ପରେ, ଆତଙ୍କବାଦ ପ୍ରସଙ୍ଗରେ ଭାରତ ଫ୍ରାନ୍ସକୁ ଦୃଢ ସମର୍ଥନ କରିଛି।

ବର୍ତ୍ତମାନ ତୁର୍କୀ ଏବଂ ଗ୍ରୀସ (Greece) ମଧ୍ୟରେ ଚାଲିଥିବା କଳହରେ ଭାରତ ଗ୍ରୀସ ସହ କଥା ହୋଇଛି। ପାରସ୍ପରିକ ସହଯୋଗ ସହ ଜଡିତ ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର (S Jaishankar) ଗ୍ରୀସର ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି।

ସୂତ୍ରରୁ ପ୍ରକାଶ ଯେ ଭାରତ ଏହାର ସ୍ୱାର୍ଥକୁ ଦୃଷ୍ଟିରେ ରଖି କୂଟନୈତିକ ଅଭ୍ୟାସ କରୁଛି। ଫ୍ରାନ୍ସରେ ହୋଇଥିବା ଆତଙ୍କବାଦୀ ଘଟଣା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ଙ୍କ ଟୁଇଟ୍ ବ୍ୟତୀତ ଭାରତ ଏକ ସରକାରୀ ବିବୃତ୍ତି ଜାରି କରି ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଉପରେ ହୋଇଥିବା ବ୍ୟକ୍ତିଗତ ଆକ୍ରମଣକୁ ବିରୋଧ କରିଛି। ଏହା ପରେ ଭାରତ ଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କୁ ଫ୍ରାନ୍ସ ଗସ୍ତରେ ପଠାଇଛି ଯେଉଁ ସମୟରେ ଅନେକ ଇସଲାମ ସଂଗଠନ ଏବଂ ଦେଶ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋଙ୍କୁ ତୀବ୍ର ବିରୋଧ କରୁଛନ୍ତି।

ସୂତ୍ର ଅନୁଯାୟୀ ଗତ କିଛି ବର୍ଷ ମଧ୍ୟରେ ଫ୍ରାନ୍ସ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଭାବରେ ଉଭା ହୋଇଛି। ଫ୍ରାନ୍ସରୁ ଭାରତର ପ୍ରତ୍ୟେକ ଦିଗରେ ସମର୍ଥନ ରହିଛି। ଚୀନ୍ (China) ସୀମାରେ ଉତ୍ତେଜନା ବ୍ୟତୀତ ଫ୍ରାନ୍ସ ପାକିସ୍ତାନର ଆନ୍ତର୍ଜାତୀୟ ସ୍ତରରେ ଆଣ୍ଟିକ୍ସ ଉପରେ ଭାରତ ସହ ଛିଡା ହୋଇଛି। ଏଭଳି ପରିସ୍ଥିତିରେ ଭାରତ ଗୋଟିଏ ଗୁଳିରେ  ଅନେକ ଟାର୍ଗେଟ ପୂରଣ କରିବାକୁ ଗୁଟି ଚଳାଇବାକୁ ଚେଷ୍ଟା କରିଛି। ସୂତ୍ରରୁ ପ୍ରକାଶ ଯେ ତୁର୍କୀ ଭଳି ଦେଶ ପାଇଁ ଗ୍ରୀସ୍ ସହିତ କଥାବାର୍ତ୍ତା ଏକ ସ୍ପଷ୍ଟ ବାର୍ତ୍ତା।

ଗୋଟିଏ ପଟେ କାଶ୍ମୀର ପ୍ରସଙ୍ଗରେ ପ୍ରଭାବଶାଳୀ ଦେଶମାନଙ୍କୁ ମନାଇବାରେ ଭାରତ ସଫଳ ହୋଇଛି। ଏଥି ସହିତ ବିରୋଧୀ ଦେଶମାନଙ୍କୁ ମଧ୍ୟ କୂଟନୈତିକ ସ୍ତରରେ ପ୍ରତିକ୍ରିୟା ଦିଆଯାଉଛି। ମିଳିତ ଜାତିସଂଘରେ ଭାରତ ଖୁବ ଶୀଘ୍ର ନିଜର ଇନିଂସ ଆରମ୍ଭ କରିବ। ଏହିପରି, ଆନ୍ତର୍ଜାତୀୟ ସ୍ତରରେ ଭାରତ ନିଜର ଭୂମିକାକୁ ବିସ୍ତାର କରିଛି।

Also Read | India-Pakistan Relation : ଭାରତ ସହ ସମ୍ଭାବ୍ୟ ଯୁଦ୍ଧ ପାଇଁ ତୁର୍କୀ ପାକିସ୍ତାନକୁ ଯୁଦ୍ଧ ଜାହାଜ ଯୋଗାଉଛି

Share this: