Odisha Corona News: ଭୁବନେଶ୍ୱରର ୫୦ ପ୍ରତିଶତ ଲୋକଙ୍କଠାରେ କରୋନାର ଆଣ୍ଟିବଡି ସୃଷ୍ଟି

Share this:

ଭୁବନେଶ୍ଵର (mahimalive):  ଭୁବନେଶ୍ୱରର ୫୦ ପ୍ରତିଶତ ଲୋକଙ୍କଠାରେ କରୋନାର ଆଣ୍ଟିବଡି (Corona Antibody) ସୃଷ୍ଟି ହୋଇସାରିଛି। ଅକ୍ଟୋବର ୧୬ରୁ ୧୮ ତାରିଖ ମଧ୍ୟରେ ହୋଇଥିବା ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ ପରେ ଏହି ସୂଚନା ମିଳିଛି।

ଭୁବନେଶ୍ଵର ୫୦ ପ୍ରତିଶତ ଲୋକେ କରୋନା ଭୂତାଣୁ (Covid-19) ର ସଂସ୍ପର୍ଶରେ ଆସିବା ପରେ ତାଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଗଲାଣି ବୋଲି ଆର୍‍.ଏମ୍‍.ଆର୍‍.ସି. ନିର୍ଦ୍ଦେଶିକା ସଂଘମିତ୍ରା ପତି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତେବେ ୫୦ ପ୍ରତିଶତ ଭୁବନେଶ୍ୱର ବାସିନ୍ଦାଙ୍କଠାରେ ଆଣ୍ଟିବଡି ନାହିଁ। ସେମାନେ ଏବେବି ସମ୍ବେଦନଶୀଳ। ସେମାନେ ସତର୍କ ରହିବା ସହ ସାମାଜିକ ଦୂରତ୍ୱ, ମାସ୍କ ଆଦି ନିୟମକୁ କଡ଼ାକଡ଼ି ପାଳନ କରିବା ଜରୁରୀ ବୋଲି ସେ କହିଛନ୍ତି।

ଶୀତରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ସମ୍ଭାବନା ରହିଛି। ସଂକ୍ରମଣ ବ୍ୟାପିବାରେ ଶୀତ ସହାୟକ ହେଉଛି। ସଜାଗ ନରହିଲେ ସଂକ୍ରମଣ ବଢିବାର ସମ୍ଭାବନା ଅଧିକ ରହିଛି। ରାଜ୍ୟରେ କରୋନା ସେକେଣ୍ଡ୍ ୱେଭ ସମ୍ଭାବନା ଥିବାରୁ ଅଧିକ ସଚେତନ ହେବାର ଆବଶ୍ୟକତା ଅଛି।

Also Read | New Delhi Corona Cases: କରୋନା ଦିଲ୍ଲୀରେ ସମସ୍ତ ରେକର୍ଡ ଭାଙ୍ଗିଲା, ଗୋଟିଏ ଦିନରେ ୫୭୩୯ ନୂଆ ସଂକ୍ରମିତ ଚିହ୍ନଟ

Share this: