Watch: ମାନବ ହୋଇଲା Batman, ଘଣ୍ଟା ପ୍ରତି ୩୦୦ କିଲୋମିଟର ଗତିରେ ଉଡ଼ିଲା

Share this:

BMW ଏକ କାର ନିର୍ମାତା କମ୍ପାନୀ ଭାବରେ ଜଣାଶୁଣା। ପେଟ୍ରୋଲ ଏବଂ ଡିଜେଲ ସହିତ ସେ ବର୍ତ୍ତମାନ ବୈଦୁତିକ ଯାନ (Electric Vehicle) ମଧ୍ୟ ପ୍ରସ୍ତୁତ କରୁଛନ୍ତି। ତେବେ ଏଥର ବ୍ୟାଟମ୍ୟାନ୍ (Batman) ପରି ଦେଖାଯାଉଥିବା କମ୍ପାନୀ ଏହାର ୱିଙ୍ଗସୁଟ୍ ଡିଜାଇନ୍ (Wingsuit Design) କରିଛି। ଏହି ସୁଟ୍ ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ୍ ଅଟେ। କମ୍ପାନୀ ଏହି ସୁଟ୍ ଉପରେ ଗତ ୩ ବର୍ଷ ଧରି କାର୍ଯ୍ୟ କରିଆସୁଛି।

ଏହି ସୁଟ୍ ର ସଂକଳ୍ପକୁ ପେସାଦାର ୱିଙ୍ଗସୁଟ୍ ପାଇଲଟ୍ , ବେସ୍ ଜମ୍ପର୍ (Base Jumper), ସ୍କାଇ ଡାଇଭର (Sky Diving), ପାରାଗ୍ଲାଇଡିଂ (Paragliding) ନିର୍ଦେଶକ ପିଟର ସଲଜମାନ ଆଣିଥିଲେ। ପିଟର ଏହି ସୁଟ୍ ପିନ୍ଧି ପରୀକ୍ଷା କରିଛନ୍ତି, ଏହାର ଭିଡିଓ ୟୁଟ୍ୟୁବରେ ମଧ୍ୟ ସେୟାର କରାଯାଇଛି।

ପ୍ରଥମ ପରୀକ୍ଷଣ ସମୟରେ ସଲଜମାନ ଅନ୍ୟ ଦୁଇଟି ୱିଙ୍ଗସୁଟ୍ ଅପରେଟରଙ୍କ ସହ ୯୮୦୦ ଫୁଟ ଉଚ୍ଚରୁ ହେଲିକପ୍ଟରରୁ ଡେଇଁପଡିଥିଲେ। ଅଷ୍ଟ୍ରିଆ (Austria)ର ପର୍ବତ ଉପରେ ସମ୍ପୂର୍ଣ୍ଣ ନିରାପତ୍ତା ସହିତ ଏହି ପରୀକ୍ଷଣ କରାଯାଇଥିଲା। ସମସ୍ତ ୱିଙ୍ଗସୁଟ୍ ପାଇଲଟ୍ ପର୍ବତ ଚାରିପଟେ ଉଡ଼ିବାରେ ସକ୍ଷମ ହୋଇଥିଲେ। ପ୍ରାୟ ପର୍ବତ ନିକଟକୁ ଆସିବା ପରେ ସଲଜମାନ୍ ୱିଙ୍ଗସୁଟ୍ ବ୍ୟବହାର କରିବା ଆରମ୍ଭ କରିଥିଲେ।

Also Read| Hyundai i20 2020 Launched: ଲଞ୍ଚ ହେଲା ହୁଣ୍ଡାଇର ନୂତନ i20 ପ୍ରିମିୟମ୍ ହ୍ୟାଚବ୍ୟାକ୍, ମୂଲ୍ୟ ୬.୮୦ ଲକ୍ଷ ଟଙ୍କା

Share this:

Leave a Reply

Your email address will not be published. Required fields are marked *