ଆସନ୍ତାକାଲି ଠାରୁ WhatsApp ଫିଚର୍ସ ସେବା ବନ୍ଦ! ଆପ୍ ଚାହୁଁଛି share କରିବ ଆପଣଙ୍କ ତଥ୍ୟ
ମୁମ୍ବାଇ: ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ଵାଟସ୍ ଆପ୍ (WhatsApp) ଆସନ୍ତାକାଲି ଠାରୁ ଅର୍ଥାତ ମେ ୧୫ ଠାରୁ କାର୍ଯ୍ୟକାରୀ ହେବାକୁ ଥିବା ନୂତନ ଗୋପନୀୟତା ନୀତି (New Privacy Policy) କୁ ସ୍ଥଗିତ ରଖିଛି। ଏହାର ଅର୍ଥ କୌଣସି ଉପଭୋକ୍ତାଙ୍କର ଆକାଉଣ୍ଟ ଆଉ ଡିଲିଟ ହେବ ନାହିଁ। କିନ୍ତୁ କମ୍ପାନୀ ଏହା ମଧ୍ୟ କହିଛି ଯେ ଯଦି କେହି ଗୋପନୀୟତା ନୀତି ଗ୍ରହଣ କରନ୍ତି ନାହିଁ, ତେବେ ଧୀରେ ଧୀରେ ସେହି ହ୍ଵାଟସ୍ ଆପ୍ ବ୍ୟବହାରକାରୀଙ୍କ କାର୍ଯ୍ୟକାରିତା ହ୍ରାସ ପାଇବ।
ତେବେ ଯଦି ଆପଣ ନୂଆ ନୀତି ଗ୍ରହଣ ନକରନ୍ତି, ତା’ହେଲେ ଆପଣଙ୍କର କେଉଁ ଫିଜର୍ସ ଗୁଡିକ ବନ୍ଦ ହେବ?
ହ୍ଵାଟସ୍ ଆପ୍ ମୁଖପାତ୍ରଙ୍କ ଅନୁଯାୟୀ, ଯେଉଁମାନେ ଗୋପନୀୟତା ନୀତି ଗ୍ରହଣ କରନ୍ତି ନାହିଁ ସେମାନେ ହ୍ଵାଟସ୍ ଆପ୍ ସହ ଜଡିତ ଅନେକ ସେବା ବ୍ୟବହାର କରିପାରିବେ ନାହିଁ। କମ୍ପାନୀ ସେମାନଙ୍କୁ ସୀମିତ କାର୍ଯ୍ୟକାରିତା ମୋଡରେ (Limited Functionality Mode) ରଖିବ। ଅର୍ଥାତ ସେମାନେ ଚାଟ୍ ତାଲିକାରେ ପ୍ରବେଶ କରିବାକୁ ସମର୍ଥ ହେବେ ନାହିଁ। ଉପଭୋକ୍ତାମାନେ ଭଏସ୍ ଏବଂ ଭିଡିଓ କଲ୍ (Voice and Video Call) କରିବାକୁ ସମର୍ଥ ହେବେ ନାହିଁ କିମ୍ବା ଉତ୍ତର ଦେବାକୁ ସମର୍ଥ ହେବେ ନାହିଁ। ଏହା ସହିତ ହ୍ଵାଟସ୍ ଆପ୍ ଆପଣଙ୍କ ଫୋନକୁ ମେସେଜ ଏବଂ କଲ ପଠାଇବା ବନ୍ଦ କରିବ। ଉପଭୋକ୍ତାମାନେ ସେମାନଙ୍କ ହ୍ଵାଟସ୍ ଆପ୍ ରେ ମେସେଜ୍ ପଢିବା କିମ୍ବା ଉତ୍ତର ଦେବାରେ ସକ୍ଷମ ହେବେ ନାହିଁ।
Related Post | Whatsapp New Features : କେହି ଆପଣଙ୍କୁ ବ୍ଲକ କରିଛନ୍ତି କି? ଜାଣନ୍ତୁ କିପରି କରିବେ ମେସେଜ…
ହ୍ଵାଟସ୍ ଆପ୍ ନୂଆ ନୀତି କ’ଣ?
ହ୍ଵାଟସ୍ ଆପ୍ ଉପଭୋକ୍ତା ଯେଉଁ ବିଷୟବସ୍ତୁ ଅପଲୋଡ୍, ସେଣ୍ଡ, କିମ୍ବା ରିସିଭ କରନ୍ତି, କମ୍ପାନୀ ଚାହୁଛି ସେ ଏହାକୁ ଯେକୌଣସି ଠାରେ ବ୍ୟବହାର କରିପାରିବ ଏମିତିକି ଏହାର ମାଲିକାନା କମ୍ପାନୀ ଫେସବୁକ (Facebook) ସହ। ଅର୍ଥାତ କମ୍ପାନୀ ସେହି ଭିଡିଓ,ଫଟୋ ମେସଜ ମଧ୍ୟ ସେୟାର କରିପାରିବ ଯାହା ଆପଣ ସେୟାର କିମ୍ବା ମେସେଜ କରିଥିବେ। ସୂଚନାଯୋଗ୍ୟ ଏହା ପୂର୍ବରୁ ଦାବି କରାଯାଇଥିଲା ଯେ ଯଦି ଉପଭୋକ୍ତା ଏହିନୂତନ ନୀତିରେ ରାଜି ହୁଅନ୍ତି ନାହିଁ, ତେବେ ସେମାନେ ନିଜ ଆକାଉଣ୍ଟକୁ ଆଦୌ ବ୍ୟବହାର କରିପାରିବେ ନାହିଁ। ତେବେ ପରେ କମ୍ପାନୀ ଏହାକୁ ଇଚ୍ଛାଧୀନ ବୋଲି ବର୍ଣ୍ଣନା କରିଛି।
Also Read | ଟୀକାକରଣ ପାଇଁ BMC ଡାକିଲା ବିଶ୍ୱସ୍ତରୀୟ ଟେଣ୍ଡର, ବିଦେଶୀ ଟିକା କିଣିବାରେ ପ୍ରଥମ ମ୍ୟୁନିସିପାଲିଟି କର୍ପୋରେସନ୍